ETV Bharat / bharat

'ବିଜେପି ଏବଂ ଶିବସେନା କହିବେ ମହାରାଷ୍ଟ୍ରରେ କେମିତି ହେବ ସରକାର'

author img

By

Published : Nov 18, 2019, 1:37 PM IST

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ପୁଣି ସସପେନ୍ସ ବଢାଇଛନ୍ତି ଏନସିପି ପ୍ରମୁଖ ଶରଦ ପାୱାର । ମହାରାଷ୍ଟ୍ରରେ ସରକାର କେମିତି ହେବ ତାହା ବିଜେପି ଏବଂ ଶିବସେନା କହିବେ ବୋଲି ସେ କହିଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏବେ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଏଥିରେ ପୁଣି ସସପେନ୍ସ ବଢାଇଛନ୍ତି ଏନସିପି ପ୍ରମୁଖ ଶରଦ ପାୱାର। ମହାରାଷ୍ଟ୍ରରେ ସରକାର ଗଠନ ନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବା ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି ଶରଦ ପାୱାର। ସେ ଦିଲ୍ଲୀରେ ପହଞ୍ଚିବା ପରେ ସରକାର ଗଠନ ନେଇ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ। ହେଲେ ପାୱାର ତାର ସିଧା ସଳଖ ଜବାବ ଦେବା ବଦଳରେ ସରକାର ଗଠନକୁ ନେଇ ଜାରି ରହିଥିବା ସସ୍‌ପେନ୍ସକୁ ଆହୁରି ବଢାଇ ଦେଇଥିଲେ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବ ଦେଇ ପାୱାର କହିଥିଲେ, ଏହି ପ୍ରଶ୍ନ ତାଙ୍କୁ ପଚାରିବା ବଦଳରେ ଶିବସେନା ଏବଂ ବିଜେପିକୁ ହିଁ ପଚାରିବା ଆବଶ୍ୟକ । ସେମାନେ ଏକା ସାଥିରେ ନିର୍ବାଚନ ଲଢିଥିଲେ । ଏବେ ବିଜେପି ଏବଂ ଶିବସେନାକୁ ନିଜ ରାସ୍ତା ବାଛିବାକୁ ହେବ ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି, ଉଦ୍ଧବ ଠାକରେ ଦିଲ୍ଲୀରେ ରୁହନ୍ତି ନାହିଁ । ସେ ମୁମ୍ବାଇରେ ରୁହନ୍ତି। ମୁଁ ଆଜି ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିବି । ଆଲୋଚନା ପରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.