କୋଲକାତା: ହଂକଂକୁ ପାର୍ସଲ ମାଧ୍ୟମରେ ଡ୍ରଗ୍ସ ଚୋରା ଚାଲାଣ କରଥିବା ଦୁଇ ଜଣଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଛି । ଏନେଇ ଏନସିବି ପକ୍ଷରୁ ସୂଚନା ଦିଆଯାଇଛି ।
ଏନସିବି ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସେପ୍ଟେମ୍ବର 9ରେ ଏକ ଟିମ ଦ୍ବାରା 11.08 କିଲୋଗ୍ରାମ ଚରସ ଜବତ କରାଯାଇଛି । ଜବତ ଚରସ କୋଲକାତାର ଏକ କୋରିଅର ସେବା ମାଧ୍ୟମରେ ହଂକଂକୁ ପଠାଯାଉଥିଲା ।
ଏହାପରେ ସେପ୍ଟେମ୍ବର 10ରେ, ଏନସିବି କୋଲକାତାର ଡୁମଡୁମା ଏବଂ ଦୁର୍ଗା ନାଗର ଅଞ୍ଚଳରେ ଚଢାଉ କରିବା ସହ ଦୁଇଜଣ ଯୋଗାଣକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାମ ଅସୀମ ରାୟ ଏବଂ ରଞ୍ଜନ ମିଶ୍ର ବୋଲି ସୂଚନା ମିଳିଛି । ସେମାନେ ହଂକଂକୁ ବାରମ୍ବାର ଏପରି ପାର୍ସଲ ପଠାଉଥିବା ଜଣାପଡିଛି ।
ANI