ନୂଆଦିଲ୍ଲୀ: ଗଣମାଧ୍ୟମରେ ଅଯୋଧ୍ୟା ମାମଲା ସଂକ୍ରାନ୍ତୀୟ ଖବର ପରିବେଷଣ ବେଳେ ବିଭିନ୍ନ ପ୍ରସଙ୍ଗରେ ଧ୍ୟାନ ଦେବାକୁ ସମାଚାର ପ୍ରସାରଣ ମାନକ ପ୍ରାଧିକରଣ(ଏନବିଏସଏ) ନିର୍ଦ୍ଦେଶାନାମା ଜାରି କରିଛି ।
ଏହି ନିର୍ଦ୍ଦେଶନାମାରେ କୁହାଯାଇଛି , କୌଣସି ଖବର ପରିବେଷଣକାରୀ ସଂସ୍ଥା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପୂର୍ବାନୁମାନ କରି ଖବର ପ୍ରସାରଣ କରିପାରିବେ ନାହିଁ କିମ୍ବା ଶୁଣାଣିରେ ପ୍ରକାଶ କରାଯାଇଥିବା ତଥ୍ୟର ସନ୍ଧାନ କରାଯାଇପାରିବ ନାହିଁ । ମସଜିଦ ଭଙ୍ଗା ଘଟଣାର ଭିଡିଓ ବ୍ୟବହାର କରାଯାଇପାରିବ ନାହିଁ । କେହି ଉତ୍ସବ ମନାଉଥିବାର ଖବର ପ୍ରସାରଣ କରାଯାଇପାରିବ ନାହିଁ । ଏହା ସହିତ କୌଣସି ଚରମପନ୍ଥୀଙ୍କ ଆଲୋଚନାକୁ ପ୍ରସାରଣରେ ସ୍ଥାନିତ କରାଯିବାକୁ ବାରଣ କରାଯାଇଛି ।