ETV Bharat / bharat

ଇଟିଭି ଭାରତ EXCLUSIVE : ନକ୍ସଲ ଲିଡର ରମନ୍ନାର ମୃତ୍ୟୁ

ନକ୍ସଲ ଲିଡର ରମନ୍ନାର ମୃତ୍ୟୁ । ଶେଷରେ ପୋଲିସକୁ ମିଳିଲା ୱାଣ୍ଟେଡ ନକ୍ସଲ । ଇଟିଭି ଭାରତର ଏକ୍ସକ୍ଲ୍ୟୁସିଭି ନ୍ୟୁଜ । ଅଧିକ ପଢନ୍ତୁ ..

EXCLUSIVE
ନକ୍ସଲ ଲିଡର ରମନ୍ନାର ମୃତ୍ୟୁ
author img

By

Published : Dec 13, 2019, 3:12 AM IST

Updated : Dec 13, 2019, 6:35 AM IST

ରାୟପୁର: ନକ୍ସଲ ଲିଡର ରମନ୍ନାର ମୃତ୍ୟୁର ସସପେନ୍ସ ଉପରୁ ଉଠିଲା ପରଦା । ଡିସେମ୍ବର 7 ତାରିଖ ରାତି ପ୍ରାୟ 10ଟା ସମୟରେ ମୃତ୍ୟୁ ହୋଇଥିଲା ସ୍ପଷ୍ଟ । ତେଲେଙ୍ଗାନା-ଛତିଶଗଡ ସୀମାର ଏକ ଅଜ୍ଞାତ ସ୍ଥାନରେ ମୃତ୍ୟୁ ହୋଇଥିବା ନେଇ ଇଟିଭି ଭାରତକୁ ନକ୍ସଲ ନେତା ବିକଳ୍ପଙ୍କ ସୂଚନା ।

ନକ୍ସଲ ଲିଡର ରମନ୍ନାର ମୃତ୍ୟୁ

ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଚିବ ରମନ୍ନା ଓରଫ ରାବଲା ଶ୍ରୀନିବାସର ମୃତ୍ୟୁ ଘଟଣା ସ୍ପଷ୍ଟ ହୋଇଛି । ତେଲେଙ୍ଗାନା ସଂଲଗ୍ନ ଛତିଶଗଡ ବିଜାପୁର ଜିଲ୍ଲାର ଏକ ଜଙ୍ଗଲରେ ରମନ୍ନାର ଅନ୍ତିମ ସଂସ୍କାର ହୋଇଥିବା ଖବର ପାଇଥିଲା ପୋଲିସ ଏବଂ ଗୁଇନ୍ଦା ବିଭାଗ । ଇଟିଭି ଭାରତରେ ପ୍ରଥମେ ରମନ୍ନାର ହୃଦଘାତରେ ମୃତ୍ୟୁ ଘଟିଥିବା ଖବର ପ୍ରସାରିତ ହୋଇଥିଲା । ଆଜି ନକ୍ସଲ ନେତା ବିକଳ୍ପ ନିଜେ ଇଟିଭି ଭାରତକୁ ରମନ୍ନା ମୃତ୍ୟୁର ସୂଚନା ଦେଇଛନ୍ତି ।

ରମନ୍ନା 2010ରୁ ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ ନକ୍ସଲ ଆଟାକର ମାଷ୍ଟରମାଇଣ୍ଡ ଥିଲା । ସେଥିମଧ୍ୟରୁ ଏପ୍ରିଲ 6 ତାରିଖରେ ହୋଇଥିବା ତାଡମେଟଲା ଆକ୍ରମଣ ଗୋଟିଏ । ଯେଉଁଥିରେ ପ୍ରାୟ 76 ଜଣ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଥିଲା ।

15 ବର୍ଷ ବୟସରେ ରମନ୍ନା ବନ୍ଧୁକ ଧରିବା ଆରମ୍ଭ କରିଥିଲେ । ସେବେ ଠାରୁ ସେ ବସ୍ତର ଏବଂ ସୁକମା ଓ ବିଜାପୁର ଅଞ୍ଚଳର ଜଙ୍ଗଲରେ ଅଧିକ ସକ୍ରିୟ ରହିଆସୁଥିଲେ । ଧିରେ ଧିରେ ଛତିଶଗଡର ବିଭିନ୍ନ ଜଙ୍ଗଲରେ କାମ କରିବା ଆରମ୍ଭ କରିଥିଲା ରମନ୍ନା । ଆନ୍ଧ୍ର, ଓଡିଶା, ତେଲେଙ୍ଗାନା, ଏବଂ ମହାରାଷ୍ଟ୍ର ସରକାର ତା ଉପରେ କୋଟିଏରୁ ଅଧିକ ଟଙ୍କା ପୁରସ୍କାର ରାଶି ରଖିଥିଲେ ।

ସୂଚନା ଅନୁସାରେ,ପୂର୍ବରୁ ରମନ୍ନାର କୌଣସି ଫଟୋଚିତ୍ର ପୋଲିସ ପାଖରେ ନଥିଲା । ତାର ମୃତ୍ୟୁ ପରେ ପୁରୁଣା ଫଟୋ ପୋଲିସକୁ ମିଳିଥିଲା । ପୁରସ୍କାର ରାଶି ଘୋଷଣା ବେଳେ ଏହି ପୁରୁଣା ଫଟୋଚିତ୍ର ବ୍ୟବହାର ହୋଇଥିବା ଜଣାପଡିଛି । ରମନ୍ନାର ମୃତ୍ୟୁ ପରେ ପୋଲିସକୁ ଏକ ପ୍ରକାର ଆଶ୍ବସ୍ତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Dec 13, 2019, 6:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.