ETV Bharat / bharat

ଛତିଶଗଡରେ ଲାଲବାହିନୀଙ୍କ ଆତଙ୍କ, ଜାଳିଦେଲେ 7 ଗାଡି - ଗାଡି ପୋଡିଲେ ନକ୍ସଲ

ରାସ୍ତା କାମ ପାଇଁ 7ଟି ଗାଡି ନିୟୋଜିତ ହୋଇଥିଲା । ତେବେ ନକ୍ସଲ ଏହାକୁ ବିରୋଧ କରି ଏହି ଗାଡି ସବୁ ଜଳାଇଦେଇଛନ୍ତି । ଅଧିକ ପଢନ୍ତୁ...

ଛତିଶଗଡରେ ଲାଲବାହିନୀଙ୍କ ଆତଙ୍କ, ଜାଳିଦେଲେ 7 ଗାଡି

author img

By

Published : Apr 19, 2020, 12:50 AM IST

ରାୟପୁର: ଲକଡାଉନବେଳେ ଲାଲବାହିନୀ ପୁଣି ତାଣ୍ଡବ ରଚିଛନ୍ତି । ଛତିଶଗଡରେ 7ଟି ଗାଡି ପୋଡି ଦେଇଛନ୍ତି ନକ୍ସଲବାଦୀ । ରାସ୍ତା କାମକୁ ବିରୋଧ କରି ଏପରି କାଣ୍ଡ ଭିଆଇଛନ୍ତି ନକ୍ସଲ ।

ଅତିରିକ୍ତ ଏସପି ଜିଏନ ବାଘେଲ ସୂଚନା ଦେଇଛନ୍ତି ଯେ ରାଜନନ୍ଦଗାଁରେ ଏହି ଘଟଣା ଘଟିଛି । ଏଠାରେ ରାସ୍ତା କାମ ପାଇଁ 7ଟି ଗାଡି ନିୟୋଜିତ ହୋଇଥିଲା । ତେବେ ନକ୍ସଲ ଏହାକୁ ବିରୋଧ କରି ଏହି ଗାଡି ସବୁ ଜଳାଇଦେଇଛନ୍ତି । ଲକଡାଉନ ଯୋଗୁଁ ସେଠାରେ କେହି ଉପସ୍ଥିତ ନଥିବାବେଳେ କାମ ବନ୍ଦ ଥିଲା । ଏହାର ଫାଇଦା ଉଠାଇ ଗାଡି ଜଳାଇ ଦେଇଛନ୍ତି ନକ୍ସଲ ।

ପରିସ୍ଥିତି ଦୃଷ୍ଟିରୁ ଘଟଣାସ୍ଥଳକୁ ଆଇଟିବିପି ଯବାନଙ୍କୁ ପଠାଯାଇଛି । ଉକ୍ତ ଅଞ୍ଚଳ ଘେରାଓ କରି ଯବାନମାନେ ସର୍ଚ୍ଚ ଅପରେସନ କରିଛନ୍ତି । ତେବେ ଲକଡାଉନବେଳେ ଏପରି ଘଟଣାର ଅନୁମାନ କରି ସୁରକ୍ଷିତ ଜାଗାରେ ଗାଡି ରଖିବାକୁ କଣ୍ଟ୍ରାକ୍ଟରକୁ ନିର୍ଦ୍ଦେଶ ଦେଇଥିଲା ପୋଲିସ । କୌଣସି ଥାନା ପାଖାପାଖି ସୁରକ୍ଷିତ ଜାଗାରେ ଗାଡି ରଖିବାକୁ ପୋଲିସ ପୂର୍ବରୁ କହିଥିଲା ବୋଲି ଅତିରିକ୍ତ ଏସପି କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.