ETV Bharat / bharat

ବସ୍ତର ସଂଘର୍ଷ: ମାସେ ଭିତରେ 6 ସାଥିଙ୍କୁ ହତ୍ୟା କଲେଣି ମାଓବାଦୀ

author img

By

Published : Oct 6, 2020, 8:52 PM IST

ଗତ ମାସେ ମଧ୍ୟରେ ମାଓବାଦୀମାନେ ନିଜର 6 ସାଥି ମାଓବାଦୀଙ୍କର ହତ୍ୟା କରିଥିବା ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି । ଅଧିକ ପଢନ୍ତୁ...

ବସ୍ତର ସଂଘର୍ଷ: ମାସେ ଭିତରେ 6 ସାଥିଙ୍କୁ ହତ୍ୟା କଲେଣି ମାଓବାଦୀ
ବସ୍ତର ସଂଘର୍ଷ: ମାସେ ଭିତରେ 6 ସାଥିଙ୍କୁ ହତ୍ୟା କଲେଣି ମାଓବାଦୀ

ରାୟପୁର: ଛତିଶଗଡରେ ମାଓ ଦମନ ପାଇଁ ଜାରି ରହିଥିବା ଅପରେସନରେ ଗୋଟିଏ ପକ୍ଷରେ ଅନେକ ମାଓବାଦୀ ଆତ୍ମସମର୍ପଣ କରୁଥିବାବେଳେ ଆଉକିଛି ଏନକାଉଣ୍ଟରରେ ନିହତ ହେଉଛନ୍ତି । ଏହା ଫଳରେ ଭୟଭୀତ ମାଓବାଦୀ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି । ଏହି ମଧ୍ୟରେ ମାଓବାଦୀମାନେ ନିଜର ସାଥି ମାଓବାଦୀଙ୍କୁ ହତ୍ୟା କରିଦେଇଥିବା ନେଇ ସାମ୍ନାକୁ ଆସିଛି ଖବର ।

ଦକ୍ଷିଣ ବସ୍ତର ଅଞ୍ଚଳରେ ନିର୍ଦ୍ଦୋଷ ଗ୍ରାମବାସୀଙ୍କ ହତ୍ୟାକୁ ନେଇ ମାଓ ସଙ୍ଗଠନ ମଧ୍ୟରେ ଜାରି ରହିଛି ମତଭେଦ । ଏହି ମତଭେଦ ଯୋଗୁଁ ଗତ ମାସେ ମଧ୍ୟରେ ମାଓବାଦୀମାନେ ନିଜର 6 ସାଥି ମାଓବାଦୀଙ୍କର ହତ୍ୟା କରିଥିବା ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।

ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ବିଜାପୁରରୁ ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ କିଛି ଦିନ ପୂର୍ବରୁ ମାଓବାଦୀମାନେ ନିଜର 6 ସାଥି ମାଓବାଦୀଙ୍କର ହତ୍ୟା କରିଦେଇଛନ୍ତି । ତେବେ ନିହତ 6 ମାଓବାଦୀଙ୍କ ମଧ୍ୟରେ ମରିୟମ ଭିଜା, କମଲୁ ପୁନମ, ସନ୍ଦୀପ ପୁରସାମ, ସନ୍ତୋଷ, ଲାଖମୁ ହମଲା, ଦାସରୁ ମାଣ୍ଡାବୀ ସାମିଲ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.