ETV Bharat / bharat

ନକ୍ସଲ-ପୋଲିସ ମୁହାଁମୁହିଁ; ଜଣେ ମାଓବାଦୀ ନିହତ, ବିପୁଳ ମାଓ ସାମଗ୍ରୀ ଜବତ

ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ନକ୍ସଲ ନିହତ । ମୃତ ନକ୍ସଲ ମୁଣ୍ଡରେ 1 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଅଧିକ ପଢନ୍ତୁ...

ଛତିଶଗଡ ଦନ୍ତେୱାଡାରେ ଗୁଳିବିନିମୟ, ଜଣେ ନକ୍ସଲ ନିହତ

author img

By

Published : Feb 6, 2021, 3:44 PM IST

Updated : Feb 6, 2021, 7:07 PM IST

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପୋଲିସ ଓ ନକ୍ସଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଜଣେ ହାର୍ଡକୋର ନକ୍ସଲ ନିହତ ହୋଇଥିବା ବେଳେ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କଟେକଲ୍ୟାଣ ଥାନା ଅନ୍ତର୍ଗତ ସୁରନାର ଏବଂ ଟେଲମ ମଧ୍ୟରେ ରହିଥିବା ଜଙ୍ଗଲରେ କଟେକଲ୍ୟାଣ ଏରିଆ କମିଟିର ଦୁର୍ଦ୍ଦାନ୍ତ ନକ୍ସଲମାନେ କ୍ୟାମ୍ପ କରି ରହିଛନ୍ତି । ତେଣୁ ସୁରନାର ଏବଂ ଟେଲମରେ ଦୁଇଟି ଟିମ କମ୍ବିଂ ଅପରେସନ କରିଥିଲେ ।

ନକ୍ସଲ-ପୁଲିସ ମୁହାଁମୁହିଁ; ଜଣେ ମାଓବାଦୀ ନିହତ, ବିପୁଳ ମାଓ ସାମଗ୍ରୀ ଜବତ

ତେବେ ଆଜି ସକାଳେ ନକ୍ସଲ ଏବଂ ଡିଆରଜି ଯବାନ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଜଙ୍ଗଲର ଆଢୁଆଳରେ ନକ୍ସଲ ଖସି ଚାଲିଯିବାରେ ସକ୍ଷମ ହୋଇଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ହାର୍ଡକୋର ନକ୍ସଲର ମୃତଦେହକୁ ଉଦ୍ଧାର କରାଯାଇଥିଲା ।

ମୃତ ନକ୍ସଲ ହେଲା ମୁଚାକି ମାସା । ମୁଚାକି ମାସା ନାମରେ ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ବୋଲି ଏସପି ଅଭିଷେକ ପଲ୍ଲବ କହିଛନ୍ତି । ଯବାନ ଏବେ ମଧ୍ୟ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ କରୁଥିବା ପୋଲିସ କହିଛି । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Feb 6, 2021, 7:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.