ଦାନ୍ତେଓ୍ବାଡା: କିରନ୍ଦୁଲ ଥାନା ଅନ୍ତର୍ଗତ ହିରୋଲି ଗାଁରେ ମାଓବାଦୀ 5 ଜଣ ଗ୍ରାମବାସୀଙ୍କ ସହ ମାରପିଟ କରିବାସହ ଏମାନଙ୍କ ମଧ୍ୟରୁ 2 ଜଣଙ୍କ ହତ୍ୟା କରିଛନ୍ତି । ମାଓବାଦୀଙ୍କ ଏହି ବର୍ବର କାଣ୍ଡ ନେଇ ସୂଚନା ଦେଇଛନ୍ତି ଦାନ୍ତେଓ୍ବାଡା ଏସପି ଅଭିଷକ ପଲ୍ଲବ ।
ସୂଚନାନୁସାରେ, ଟୋକାପାରର 2 ଗ୍ରାମବାସୀ ଅଶୋକ କୁଞ୍ଜାମ ଏବଂ ବଣ୍ଡା କୁଞ୍ଜାମ ଏକା ବିବାହ ଉତ୍ସବର ନିମନ୍ତ୍ରଣ ଦେବାକୁ ବିଜାପୁରର ଡୁଡି ତୁମନରକୁ ଯାଇଥିଲେ। ନିମନ୍ତ୍ରଣ ପରେ ଦୁଇ ଗ୍ରାମବାସୀ ଅନ୍ୟ ପରିବାର ସଦସ୍ୟଙ୍କ ସହ ଫେରୁଥିଲେ। ଏହି ସମୟରେ ମାଓବାଦୀମାନେ ହିରୋଲି ଗାଁ ନିକଟରେ ସମସ୍ତଙ୍କୁ ଅଟକାଇଲେ |
ଏହି ସମୟରେ ମାଓବାଦୀମାନେ ପରିବାରର 5 ଜଣ ସଦସ୍ୟଙ୍କୁ ମାଡ ମାରିବା ସହ ଏମାନଙ୍କ ମଧ୍ୟରୁ ଅଶୋକ ଏବଂ ବୃନ୍ଦାଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରଠାରୁ ଆଖପାଖ ଗାଁର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମଇଳିଛି । ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ