ETV Bharat / bharat

ଛତିଶଗଡରେ ସୁରକ୍ଷାବଳ-ନକ୍ସଲ ମଧ୍ୟରେ ଗୁଳି ବିନିମୟ, ଜଣେ ନକ୍ସଲ ସଫା

author img

By

Published : Mar 19, 2020, 2:25 PM IST

ସୁରକ୍ଷାବଳ, ଡିଆରଜି, ସିଆରପିଏଫ, ଓ ଏସଟିଏଫର କୁମ୍ବିଂ ଅପରେସନ ବେଳେ ନକ୍ସଲ ମଧ୍ୟରେ ଗୁଳିବିନିମୟ । ଜଣେ ନକ୍ସଲ ସଫା । ଅଧିକ ପଢନ୍ତୁ...

aa
ଛତିଶଗଡରେ ସୁରକ୍ଷାବଳ-ନକ୍ସଲ ମଧ୍ୟରେ ଗୁଳି ବିନିମୟ, ଜଣେ ନକ୍ସଲ ସଫା

ରାୟପୁର: ଛତିଶଗଡ ଦନ୍ତେୱାଡାରେ ସୁରକ୍ଷାବଳ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।

କିରଣ୍ଡୁଲ ଥାନା ଅନ୍ତର୍ଗତ ଗାମ୍ପୁର ଗ୍ରାମରେ ଆଜି ସକାଳୁ ସୁରକ୍ଷାବଳ ଓ ନକ୍ସଲ ମଧ୍ୟ ଗୁଳିବିନିମୟ ହୋଇଥିଲା । ବସ୍ତାର ରେଞ୍ଜର ପୋଲିସ ଇନିସ୍ପେକ୍ଟର ପି ସୁନ୍ଦରଜଙ୍କ କହିବାନୁଯାୟୀ ସେଠାରେ ସୁରକ୍ଷାବଳ, ଡିଆରଜି, ସିଆରପିଏଫ, ଓ ଏସଟିଏଫର କୁମ୍ବିଂ ଅପରେସନ ଚାଲିଥିଲା ।

ଯେତେବେଳେ ପାଟ୍ରୋଲିଂ ଦଳ ରାୟପୁରଠାରୁ ପ୍ରାୟ 450 କିଲୋମିଟର ଦୂରରେ ଥିବା ଗାମ୍ପୁର ଜଙ୍ଗଲକୁ ଘେରି ରହିଥିଲା ​​ସେତେବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଜଣେ ନକ୍ସଲ ନିହତ ହୋଇଛି । ନକ୍ସଲର ମୃତଦେହ ଜବତ ହେବା ସହ ବହୁ ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.