ETV Bharat / bharat

ନବରାତ୍ରୀ: 4ର୍ଥ ଦିନରେ ପୂଜା ପାଉଛନ୍ତି ମା' କୁଷ୍ମାଣ୍ଡା - ଦୁର୍ଗା ପୂଜା

ଆଶ୍ବିନ ମାସର ଶୁକ୍ଳପକ୍ଷ 4ର୍ଥୀ ତିଥୀକୁ ମା' କୁଷ୍ମାଣ୍ଡାଙ୍କୁ ଅର୍ପଣ କରାଯାଇଛି। ଏହି ଦିନ ଧୀପ, ଦୀପ ନୈବେଦ୍ୟ ଦେଇ ଦେବୀ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ । ଅଧିକ ପଢନ୍ତୁ...

ନବରାତ୍ରୀ: 4ର୍ଥ ଦିନେ ପୂଜା ପାଉଛନ୍ତି ମା' କୁଷ୍ମାଣ୍ଡା

author img

By

Published : Oct 20, 2020, 9:43 AM IST

ହାଇଦ୍ରାବାଦ: ଚାଲିଛି ନବରାତ୍ରୀ । ମା' ଦୁର୍ଗାଙ୍କର ବିଭିନ୍ନ ଅବତାର ନବରାତ୍ରିରେ ପ୍ରତିଦିନ ପୂଜା କରାଯାଏ। ତେବେ ଆଜି ହେଉଛି ନବରାତ୍ରୀର 4ର୍ଥ ଦିନ। ଏହି ଦିନରେ ପୂଜା ପାଉଛନ୍ତି ମା' କୁଷ୍ମାଣ୍ଡା ।

ପୌରାଣିକ ବିଶ୍ବାସ ଅନୁଯାୟୀ, ମାତା କୁଷ୍ମାଣ୍ଡାଙ୍କୁ ପୂଜା କରିବା ଦ୍ବାରା ଆୟୁ, ଖ୍ୟାତି, ଶକ୍ତି ଏବଂ ସ୍ବାସ୍ଥ୍ୟ ବୃଦ୍ଧି ହୋଇଥାଏ। ବିଧି ଅନୁସାରେ ମା' କୁଷ୍ମାଣ୍ଡାଙ୍କୁ ପୂଜା କଲେ ଇଚ୍ଛାନୁସାରେ ଫଳାଫଳ ପ୍ରାପ୍ତି ହୋଇଥାଏ। ବିଶ୍ବାସ କରାଯାଏ ଯେ, ମାତା କୁଷ୍ମାଣ୍ଡା ସମଗ୍ର ସଂସାରକୁ ଅନେକ ଅସୁବିଧା ଏବଂ ସଙ୍କଟରୁ ମୁକ୍ତ କରନ୍ତି। ଏହି ଦିନ ନାଲି ରଙ୍ଗର ଫୁଲ ସହିତ ପୂଜା କରିବା ଏକ ପରମ୍ପରା ରହିଛି । କାରଣ ମାତା କୁଷ୍ମାଣ୍ଡାଙ୍କର ନାଲି ରଙ୍ଗର ଫୁଲ ଅତି ପ୍ରିୟ ବୋଲି କୁହାଯାଏ। ପଦ୍ଧତି ଅନୁସାରେ ମାତା କୁଷ୍ମାଣ୍ଡାଙ୍କ ପୂଜା କରିବା ପରେ ଦୁର୍ଗା ଚାଳିଶା ଏବଂ ମାତା ଦୁର୍ଗାଙ୍କ ଆରତୀ କରିବା ର ବିଧି ରହିଛି ।

ନବରାତ୍ରୀ: 4ର୍ଥ ଦିନେ ପୂଜା ପାଉଛନ୍ତି ମା' କୁଷ୍ମାଣ୍ଡା
ନବରାତ୍ରୀ: 4ର୍ଥ ଦିନେ ପୂଜା ପାଉଛନ୍ତି ମା' କୁଷ୍ମାଣ୍ଡା

କୁଷ୍ମାଣ୍ଡାଙ୍କୁ ଅଷ୍ଟଭୂଜା ମଧ୍ୟ କୁହାଯାଏ। ମା'ଙ୍କର ଆଠଟି ହସ୍ତ ରହିଛି । ଯେଉଁ ହାତରେ ଧନୁସର-ବାଣ, ଚକ୍ର, ଗଦା, ଅମୃତ କଳସ, ପଦ୍ମ ଓ କମଣ୍ଡୁଳ ଧାରଣ କରିଛନ୍ତି । ସେହିପରି ଅନ୍ୟଏକ ହାତରେ ଜପ ମାଳା ଧରିଛନ୍ତି।

ପୌରାଣିକ କଥା

କିମ୍ବଦନ୍ତୀ ଅନୁଯାୟୀ, କୁଷ୍ମାଣ୍ଡା ର ଅର୍ଥ ହେଉଛି କଖାରୁ । ଅସୁର ମାନଙ୍କ ଅତ୍ୟାଚାରରୁ ସମଗ୍ର ସଂସାରକୁ ମୁକ୍ତ କରିବା ପାଇଁ ମା' ଦୁର୍ଗା କୁଷ୍ମାଣ୍ଡାଙ୍କ ଅବତାର ଧାରଣ କରିଥିଲେ। ଦେବୀ କୁଷ୍ମାଣ୍ଡା ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି ବୋଲି କଥା ରହିଛି। ପୂଜା ସମୟରେ ଏକ ପାଣି କଖାରୁ ବଳି ଭାବେ ଦେବାର ପରମ୍ପରା ରହିଛି । ଏହା ପଛରେ ବିଶ୍ବାସ ରହିଛି ଯେ, ଏହା କଲେ ମା' ପ୍ରସନ୍ନ ହୁଅନ୍ତି ଏବଂ ପୂଜା ସଫଳ ହୁଏ ।

ମା' କୁଷ୍ମାଣ୍ଡାଙ୍କ ପୂଜା ବିଧି

ପୂଜା ସମୟରେ ମା'ଙ୍କୁ ନାଲି ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ । ମନ୍ଦାର କିମ୍ବା ଗୋଲାପର ଫୁଲ ମଧ୍ୟ ଚଢେଇ ପାରିବେ। ଏହାପରେ ସିନ୍ଦୁର, ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରନ୍ତୁ । ଏହାପରେ ବଳି ପାଇଁ ଏକ ଧଳା ରଙ୍ଗର ପାଣି କଖାରୁ ଅର୍ପଣ କରନ୍ତୁ । ଏହାପରେ ଦହି ଓ ଅନ୍ୟ ଭୋଗ ଲଗାନ୍ତୁ ଆଉ ଏହାପରେ ପ୍ରସାଦ ବଣ୍ଟନ କରିପାରିବେ।

ସ୍ତୁତି

'ୟା ଦେବି ସର୍ବଭୁତେଷୁ ମା' କୁଷ୍ମାଣ୍ଡା ରୁପେଣ ସଂସ୍ଥିଥା

ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.