ETV Bharat / bharat

କ୍ୟାପଟେନଙ୍କ ଟିମରେ ସ୍ଥାନ ପାଇଲେନି ସିଦ୍ଧୁ - captain amrinder singh

ପଞ୍ଜାବରେ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମକୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମରିନ୍ଦର ସିଂହ 8ଟି ଟିମ ଗଠନ କରିଛନ୍ତି । ଏହି 8ଟି ଟିମ ମଧ୍ୟରୁ କୌଣସି ଟିମରେ ସିଦ୍ଧୁଙ୍କୁ ସାମିଲ କରାଯାଇନାହିଁ ।

ଫାଇଲ ଫଟୋ
author img

By

Published : Jun 9, 2019, 9:39 PM IST

ଚଣ୍ଡିଗଡ଼: ନବଜ୍ୟୋତ ସିଂହଙ୍କୁ ପୁଣିଥରେ ଝଟକା । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସିଦ୍ଧୁଙ୍କୁ ତାଙ୍କ ଟିମରେ ସାମିଲ କରି ନାହାଁନ୍ତି । ପଞ୍ଜାବରେ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମକୁ ଲାଗୁ କରିବା ପାଇଁ କ୍ୟାପେଟନ 8ଟି ଟିମ ଗଠନ କରିଛନ୍ତି । ସବୁଠାରୁ ଆଶ୍ଚର୍ଯର କଥା ଏହି 8ଟି ଚିମ ମଧ୍ୟରୁ କୌଣସି ଟିମରେ ସିଦ୍ଧୁଙ୍କୁ ସାମିଲ କରାଯାଇନାହିଁ । ତେବେ ଏହି ସମୂହ କାର୍ଯ୍ୟକ୍ରମ ଏବଂ ଯୋଜନା ଗୁଡିକୁ ସମୀକ୍ଷା କରି ଭବିଷ୍ୟତରେ ସମସ୍ୟାକୁ ସୁଧାରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠନ ହୋଇଥିବା ଏହି 8ଟି ଟିମର ପରାମର୍ଶଦାତା ମାନେ ଚାରି ସପ୍ତାହ ମଧ୍ୟରେ ନିଜର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ । 2019 ରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଏହି ରିପୋର୍ଟ ଉପରେ ଆଲୋଚନା କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ଜାରି ରହିଥିବା ସ୍କିମ ଗୁଡିକୁ ଆହୁରି ପ୍ରଭାବଶୀଳ କରିବା ପାଇଁ ଏହି ଟିମ ଗଠନ କରାଯାଇଛି ।

ଏଥିରେ ସ୍ମାର୍ଟ ସିଟି, ୟୁଇଆଇପି, ହୁଡକୋ ସାମିଲ ରହିଛି । ଏହି ଗ୍ରୁପର ଚେୟାରମ୍ୟାନ ରହିବେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର । ମନ୍ତ୍ରୀ ବ୍ରହ୍ମା ମହେନ୍ଦ୍ର, ଅର୍ଥ ମନ୍ତ୍ରୀ ମନପ୍ରୀତ ସିଂହ ବାଦଲ, ଭବନ ନିର୍ମାଣ ଏବଂ ସହର ବିକାଶ ମନ୍ତ୍ରୀ ସୁଖବିନ୍ଦର ସିଂହ ସରକାରିଆ, ଲୋକ ନିର୍ମାଣ ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା, ଖାଦ୍ୟ ଏବଂ ସିଭିଲ ସପ୍ଲାଇ ମନ୍ତ୍ରୀ ଭାରତ ଭୂଷଣ ଆଶୁଙ୍କ ସମେତ ଅନ୍ୟ ସଦସ୍ୟମାନେ ଏହି ସବୁ ଟିମରେ ରହିବେ ।

ଏହି ଟିମ ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ବିଭିନ୍ନ କାର୍ଯ୍ୟ ଏବଂ ଯୋଜନା ଉପରେ ଫୋକସ୍ କରିବା । ଯଥା ନିଶାର ଦୁରୁପଯୋଗ ବିରୁଦ୍ଧରେ ବ୍ୟାପକ ଯୋଜନା ଆଣିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ ମନ୍ତ୍ରୀ ତୃପ୍ତ ରାଜିନ୍ଦର ସିଂହ ବାଜୱା, ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା, ଡିଜିପି ଦିନକର ଗୁପ୍ତା ଏବଂ ଏଡିଜିପି ଗୁରୁପ୍ରୀତ କୌରଙ୍କୁ ନେଇ ଏକ ଟିମ କରାଯାଇଛି ।

ସେହିଭଳି କୃଷକ ଏବଂ ଋଣଛାଡ ସମ୍ବନ୍ଧିତ ପରାମର୍ଶଦାତା ଗ୍ରୁପରେ ମନ୍ତ୍ରୀ ସୁଖଜିନ୍ଦର ସିଂହ, ରାଜସ୍ବ ମନ୍ତ୍ରୀ ଗୁରୁପ୍ରୀତ ସିଂହ କାଙ୍ଗଡ, କଲ୍ୟାଣ ମନ୍ତ୍ରୀ ସାଧୁ ସିଂହଙ୍କୁ ନେଇ ଏକ ବୈଠକ କରାଯାଇଛି । ଘର ଘର ରୋଜଗାର ଯୋଜନା ପାଇଁ ଶିକ୍ଷା ମନ୍ତ୍ରୀ ଚରନଜିତ ସିଂହ, ଖାଦ୍ୟ ସୁରକ୍ଷା ସମ୍ବନ୍ଧିତ ସିଭିଲ ସପ୍ଲାଇ ମନ୍ତ୍ରୀ ଭାରତ ଭୂଷଣ ଆଶୁ ପ୍ରମୁଖ ରହିବେ । ସାମାଜିକ ସୁରକ୍ଷା ମନ୍ତ୍ରୀ ଅରୁଣା ଚୌଧୁରୀଙ୍କୁ ସଦସ୍ୟ କରାଯାଇଛି । ସେହିପରି ଗ୍ରାମିଣ ବିକାଶରେ ଏମଜିଏସବିବାଇ, ଏସବିସି, ମନରେଗା, ଗ୍ରାମିଣ ଭବନ ନିର୍ମାଣ ସମ୍ବନ୍ଧୀୟ ଗୃପର ନେତୃତ୍ବ ରାଜିନ୍ଦର ସିଂହ ବାଜବା ଚେୟାରମ୍ୟାନ ହେବେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.