ETV Bharat / bharat

ପ୍ରକୃତିର ସଂରକ୍ଷଣ କରିବାକୁ ମୋହନ ଭାଗବତଙ୍କ ଆହ୍ୱାନ - ପ୍ରକୃତିର ସଂରକ୍ଷଣ କରିବାକୁ ମୋହନ ଭଗବତଙ୍କ ଆହ୍ୱାନ

ଆରଏସଏସ ମୁଖ୍ୟ ମୋହନ ଭଗବତ ରବିବାର ପ୍ରକୃତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଏହାର ସଂରକ୍ଷଣ କରାଯିବ ଉଚିତ ଉପଭୋଗ ନୁହେଁ ଯେପରିକି ଆଜିକାଲି କରାଯାଉଛି । ହିନ୍ଦୁ ଆଧ୍ୟାତ୍ମିକ ସେବା ଫାଉଣ୍ଡେସନ ଦ୍ୱାରା 'ପ୍ରକୃତି ଦିନ୍' ପାଳନ କରିବା ପାଇଁ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି ।

ପ୍ରକୃତିର ସଂରକ୍ଷଣ କରିବାକୁ ମୋହନ ଭଗବତଙ୍କ ଆହ୍ୱାନ

author img

By

Published : Aug 30, 2020, 9:01 PM IST

ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗବତ ରବିବାର ପ୍ରକୃତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଏହାର ସଂରକ୍ଷଣ କରାଯିବା ଉଚିତ ଉପଭୋଗ ନୁହେଁ ଯେପରିକି ଆଜିକାଲି କରାଯାଉଛି । ହିନ୍ଦୁ ଆଧ୍ୟାତ୍ମିକ ସେବା ଫାଉଣ୍ଡେସନ ଦ୍ୱାରା 'ପ୍ରକୃତି ଦିନ୍' ପାଳନ କରିବା ପାଇଁ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି ।

ମୋହନ ଭାଗବତ ପୂର୍ବ ପୁରୁଷ ଅନୁସରଣ କରୁଥିବା ଜୀବନ ଶୈଳୀ ଉପରେ ଜୋର ଦେଇଥିଲେ । ଯେଉଁମାନେ ପ୍ରକୃତିକୁ ସେମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ପୋଷଣ କରିଥିଲେ ।

ସେ କହିଛନ୍ତି ଯେ ଲୋକମାନେ ବିଶ୍ୱାସ କରନ୍ତି ପ୍ରକୃତି ସେମାନଙ୍କ ବ୍ୟବହାର ପାଇଁ ଏବଂ ଏହା ପ୍ରତି ସେମାନଙ୍କର କୌଣସି ଦାୟିତ୍ୱ ନାହିଁ । ଗତ 200 ରୁ 250 ବର୍ଷ ପର୍ଯ୍ୟନ୍ତ ଆମେ ଏହିପରି ଜୀବନ ବିତାଉଛୁ ଏବଂ ଏହାର କୁପ୍ରଭାବ ଏବଂ ପରିଣାମ ବର୍ତ୍ତମାନ ସାମ୍ନାକୁ ଆସୁଛି ।

ଯଦି ଏହିପରି ଜାରି ରହେ ତେବେ ଆମେ ଦୁନିଆରେ ବଞ୍ଚି ପାରିବୁ ନାହିଁ ବୋଲି ସେ କହିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ପରିବେଶ ଦିବସର ସଂକଳ୍ପ ଆସିଥିଲା ​​ବୋଲି ମୋହନ ଭାଗବତ କହିଛନ୍ତି । ସେ କହିଛନ୍ତି ଯେ ଆମର ପୂର୍ବପୁରୁଷମାନେ ଅସ୍ତିତ୍ୱର ସତ୍ୟତାକୁ ସମ୍ପୂର୍ଣ୍ଣ ଭାବରେ ବୁଝିଥିଲେ । ଆମେ ପ୍ରକୃତିର ଏକ ଅଂଶ ଏବଂ ପ୍ରକୃତି ପ୍ରତିପୋଷଣ କରିବା ମଣିଷର ଦାୟିତ୍ୱ ଅଟେ ।

ସେ ଆହୁରୀ ମଧ୍ୟ କହିଛନ୍ତି, ଆମର ଜୀବନଶୈଳୀ ସମସ୍ତଙ୍କୁ ସମ୍ମାନ ଦେଉଥିଲା କିନ୍ତୁ ବିଶ୍ୱର ଜୀବନଶୈଳୀ ଦ୍ୱାରା ଆମେ ଭୁଲ୍ ମାର୍ଗରେ ଯାଇଥିଲୁ । ତେଣୁ ଆଜି ପରିବେଶ ଦିବସ ପାଳନ କରି ଆମକୁ ଏସବୁ ମନେ ରଖିବାକୁ ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.