ETV Bharat / bharat

ସରିଛି ଦଶନ୍ଧି: ପ୍ରଳୟ ପଥରେ ପୃଥିବୀ ! - ଦଶନ୍ଧି ଦର୍ପଣ

ସରିଛି ଦଶନ୍ଧି । 2010ରୁ 2019 ଏକ ଲମ୍ବା ସମୟ ବିତିଯାଇଛି । ପୁଣି ଏକ ନୂଆ ଅଧ୍ୟାୟର ହେବ ଆରମ୍ଭ । କିନ୍ତୁ ବିଗତ 10 ବର୍ଷ ମଧ୍ୟରେ ବିଶ୍ବ ଦେଖିଛି ପ୍ରକୃତିର କରାଳ ରୂପ । ଆଗକୁ ପଢନ୍ତୁ...

natural and unnatural disaster happen in world in last 10 years
ଦଶନ୍ଧିର ମହାପ୍ରଳୟ
author img

By

Published : Dec 30, 2019, 5:42 PM IST

ଚାହୁଁଚାହୁଁ ସରିଛି ଦଶ ବର୍ଷ । 2010ରୁ 2019 ଏକ ଲମ୍ବା ସମୟ ବିତିଯାଇଛି । ପୁଣି ଏକ ନୂଆ ଅଧ୍ୟାୟର ହେବ ଆରମ୍ଭ । କିନ୍ତୁ ବିଗତ 10 ବର୍ଷ ମଧ୍ୟରେ ବିଶ୍ବ ଦେଖିଛି ପ୍ରକୃତିର କରାଳ ରୂପ । ହରେଇଛି ଅନେକ ଜୀବନ । ସେ ଲିବିୟାର ବିମାନ ଦୁର୍ଘଟଣା ହେଉ କିମ୍ବା ଆମାଜନରେ ନିଆଁ । ଅନେକ ସମୟରେ ପ୍ରକୃତିର ପ୍ରକୋପକୁ ସହିବାକୁ ପଡିଛି ତ କେବେ ନିଜର ସାମାନ୍ୟ ଭୁଲ ପାଇଁ ଭୋଗିବାକୁ ପଡିଛି ବଡ ଶାସ୍ତି ।

ପ୍ରତି ମୂହୁର୍ତ୍ତରେ ଜଳବାୟୁ ପରିବର୍ତ୍ତନ ଦୁର୍ବିପାକର ମୁଖ୍ୟ କାରଣ । 2010ରୁ 2019 ମଧ୍ୟରେ ଜଳବାୟୁ ସମ୍ପୁର୍ଣ୍ଣ ପରିବର୍ତ୍ତନ ହୋଇଛି । ସମଗ୍ର ବିଶ୍ବ ଏନେଇ ଚିନ୍ତିତ । ଧ୍ବସାଂବିମୁଖ ହେଉଛି ବିଶ୍ବ । ନା ଠିକ୍ ସମୟରେ ବର୍ଷା ହେଉଛି ନା ଆସୁଛି ଶୀତ । କେଉଁଠି ମରୁଡି ତ' କେଉଁଠି ବନ୍ୟା । ଦୀର୍ଘ 10 ବର୍ଷ ଧରି ଉଭୟ ପ୍ରାକୃତିକ ଓ ମନୁଷ୍ୟକୃତ ଦୁର୍ବିପାକ କାରଣରୁ ଲକ୍ଷଲକ୍ଷ ଜୀବନ ହାନି ହୋଇଛି । ନିମ୍ନରେ ଦୀର୍ଘ 10 ବର୍ଷ ମଧ୍ୟରେ ତାଣ୍ଡବ ମଚାଇଥିବା ପରିବେଶର କିଛି ଉଦାହରଣ...

ବିମାନ ଦୁର୍ଘଟଣା:-

10.4.2010: ପୋଲାଣ୍ଡ ରାଷ୍ଟ୍ରପତି ଲେକ୍ କାଜିଗସ୍ତାନଙ୍କ ସମେତ ପୋଲାଣ୍ଡର ସେନା ଅଧିକାରୀଙ୍କୁ ନେଇ ଯାତ୍ରା କରୁଥିବା ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ 96 ଜଣ ପ୍ରାଣ ହରାଇଥିଲେ ।

12-5-2010: ଲିବିୟାର ତ୍ରିପୋଲି ଏୟାରପୋର୍ଟରେ ଆଫ୍ରିକାର ଏୟାର ୱେଜ୍ ଫ୍ଲାଇଟ 771 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ 104 ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

22-5-2010: ସେହି ବର୍ଷ ଭାରତର ମାଙ୍ଗାଲୋର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ 158 ଜଣଙ୍କ ମୃତ୍ୟୁ ହୋଇଥିଲା ।

28-7-2010: ପାକିସ୍ତାନର ଏୟାର ବ୍ଲୁ ଫ୍ଲାଇଟ 202, କରାଚି ରୁ ଇସଲାମବାଦ୍ ଯାଉଥିବା ସମୟରେ ମାରଗାଲା ପାହାଡରେ ପିଟି ହୋଇଥିଲା ଓ ସମସ୍ତ 152 ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ।

8-3-2014: ମାଲେସିଆ ଏୟାରଲାଇନ୍ସ 370 ବେଜିଂ ଯାଉଥିବା ସମୟରେ ହଠାତ୍ ମଝି ଆକାଶରୁ ଉଭେଇ ଗଲା । ବର୍ତ୍ତମାନ ସୁଦ୍ଧା 239 ଯାତ୍ରୀଙ୍କ ପତ୍ତା ମିଳିପାରିନାହିଁ ତେଣୁ ତାଙ୍କୁ ମୃତ ବୋଲି ଘୋଷଣା କରିଦିଆଯାଇଛି ।

24-3-2015: ଜର୍ମାନ ୱିଙ୍ଗ୍ ଫ୍ଲାଇଟ 9525, ଫ୍ରେଞ୍ଚ୍ ଆଲ୍ପସା ଠାରେ ଦୁର୍ଘଟଣା ହୋଇଥିଲା ଓ ମୋଟ୍ 150ଜଣ ମୃତ୍ୟୁ ବରଣ କରିଥିଲେ ।

29-11-2016: ଏକ ଚାର୍ଟାଡ୍ ବିମାନ ଆଭରୋ ଆରଜେ 85, ସପେକୋଏଇନ୍ସିର ଫୁଟବଲ ଖେଳାଳୀଙ୍କ ସମେତ 77 ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ କେବଳ 6 ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

29-10-2018: ଜାଭାରେ ଲାୟନ ଏୟାର ଫ୍ଲାଇଟ 610 ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାୟ 189ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ।

10-3-2019: ଇଥୋପିଆନ ଏୟାରଲାଇନ୍ସ ଫ୍ଲାଇଟ 302, ଆବିସ୍ ଅବାବାଠାରୁ ଯାତ୍ରା କରୁଥିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ 157ଜଣ ମୃତ୍ୟୁବରଣ କରିଥିଲେ ।

ଅଗ୍ନିକାଣ୍ଡ:-

27-1-2013: ବ୍ରାଜିଲର ଏକ ନାଇଟ୍ କ୍ଲବରେ ନିଆଁ ଲାଗି 242 ଜଣଙ୍କ ମୃତ୍ୟୁ ହୋଇଥିଲା ।

14-6-2019: ଲଣ୍ଡନର ଏକ ଟାୱାର ବ୍ଲକର ଏକ କୋଠରୀରେ ଥିବା ଫ୍ରିଜରେ ନିଆଁ ଲାଗିଥିଲା ଓ ଏଥିରେ ପ୍ରାୟ 72 ଜଣଙ୍କ ମୃତ୍ୟୁ ହେବା ସହ 70 ଆହତ ହୋଇଥିଲେ ।

25-3-2018: ରୁଷିଆର ଏକ ମାର୍କେଟରେ ନିଆଁ ଲାଗିବା ଫଳରେ 64 ଜଣଙ୍କ ମୃତ୍ୟୁ ହୋଇଥିଲା ।

20-2-2019: ଢାକାରେ ବଡ ଧରଣର ଅଗ୍ନିକାଣ୍ଡ ହେବା ଫଳରେ 78 ଜଣଙ୍କର ମୃତ୍ୟୁ ହୋଇଥିଲା ।

ସଲୀଳ ସମାଧି:-

13-1-2012: ଇଟାଲୀର ଏକ କୋଷ୍ଟା କୋନକରଡିଆ ଜାହାଜ ଏକ ପାହାଡରେ ମାଡ ହୋଇ ଅଧା ବୁଡିଯାଇଥିଲା । ଏଥିରେ 32ଜଣଙ୍କ ମୃତ୍ୟୁ ହୋଇଥିଲା ।

16-4-2014: ଦକ୍ଷିଣ କୋରିଆର ଜାହାଜ ଏମଭି ସ୍ବେୱଲ ସଲୀଳ ସମାଧୀ ନେଇଥିଲା ଓ ଏଥିରେ ଥିବା ହାଇସ୍କୁଲର ଛାତ୍ରଛାତ୍ରୀ ସମେତ ମୋଟ 295ଜଣଙ୍କ ମୃତ୍ୟୁ ହୋଇଥିଲା ।

1-6-2015: ଚୀନର ଡୋଙ୍ଗ ଫାଙ୍ଗ୍ ଝି ଜିଙ୍ଗ୍ ନାମକ ଜାହାଜ ୟାଙ୍ଗତଜେ ନଦୀରେ ବୁଡି ମୋଟ 442 ଜଣଙ୍କ ମୃତ୍ୟୁ ହୋଇଥିଲା ।

20-9-2018: ଭିକ୍ଟୋରିଆ ହ୍ରଦରେ ଏମଭି ନାଏରେରେ ବୁଡି ଯାଇ ମୋଟ 227 ଯାତ୍ରୀଙ୍କ ଜୀବନ ନେଇଥିଲା ।

ପ୍ରଦୂଷଣ:-

20-4-2010: ଆମେରିକା ଇତିହାସରେ ଏହା ସବୁଠୁ ବଡ ପ୍ରଦୂଷଣ ଜନିତ ଦୁର୍ଘଟଣା ଥିଲା । ଲୁସିଆନାର ତଟଦେଶରେ ‘ଡିପୱାଟର ହୋରିଜନ ଅଫସୋର ଡ୍ରିଲିଂ’ ଚାଲୁଥିବା ସମୟରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ 11ଜଣ କ୍ରିଉ ମେମ୍ବରଙ୍କ ମୃତ୍ୟୁ ସହ ରିଗ୍ ସମ୍ପୁର୍ଣ୍ଣ ବୁଡିଗଲା ଓ ତେଲ ବାହାରିବାରେ ଲାଗିଲା ଓ ପରିବେଶକୁ କ୍ଷତି ପହଞ୍ଚାଇଥିଲା ।

11-3-2011: ଜାପାନରେ 9.0 ରେକ୍ଟର ସ୍କେଲର ଭୂମିକମ୍ପ ହେବା କାରଣରୁ ସେଠାରେ ଥିବା ନ୍ଯୁକ୍ଲିୟାର ପାୱାର ପ୍ଲାଣ୍ଟରେ କ୍ଷତି ପହଞ୍ଚାଇଥିଲା ଓ ଏହାର କ୍ଷତି ଚର୍ଣ୍ଣୋବାଇଲ ନ୍ୟୁକ୍ଲିୟାର ବ୍ଲାଷ୍ଟଠାରୁ ମଧ୍ୟ ଭୟଙ୍କର ଥିଲା ।

ପ୍ରାକୃତିକ ଦୁର୍ବିପାକ:-

ସୁନାମୀ ଓ ଭୂମିକମ୍ପ-

12-1-2010: ହାଇତିରେ ପ୍ରାୟ 7.0 ରେକ୍ଟର ସ୍କେଲର ଭୂମିକମ୍ପ ହେବାପରେ ଏହାର ରାଜଧାନୀରେ ପୋର୍ଟ-ଉ-ପ୍ରିନ୍ସକୁ ସମ୍ପୁର୍ଣ୍ଣ ଧ୍ବସଂ କରିଦେଇଥିଲା ଓ ପ୍ରାୟ 2 ଲକ୍ଷରୁ ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହେବା ସହ 3 ମିଲିୟନ ଲୋକ ପ୍ରଭାବିତ ହୋଇଥିଲେ ।

27-2-2010: ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ 8.8 ରେକ୍ଟର ସ୍କେଲର ଭୂମିକମ୍ପ ହେବା ସହ ପ୍ରଶାନ୍ତ ମହାସାଗରରେ ସୁନାମୀ ଆସିଥିଲା ଓ 497 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଭୂମିକମ୍ପ ଏତେ ତୀବ୍ର ଥିଲା ଯେ, ପୃଥିବୀର ଅକ୍ଷ ପରିବର୍ତ୍ତନ ଆସିଥିଲା ।

11-3-2011: ଜାପାନର ସେନଡାଇରେ 9.0 ରେକ୍ଟର ସ୍କେଲର ଭୂମିକମ୍ପ ଆସିବା ଫଳରେ 30 ଫୁଟର ସୁନାମି ଆସିଥିବା ଦେଖିବାକୁ ମିଳିଥିଲା । ଏଥିରେ 15 ହଜାର 893 ଜଣଙ୍କ ମୃତ୍ୟୁ ହେବା ସହ 2 ହଜାର 565 ଜଣ ନିଖୋଜ ହୋଇଯାଇଥିଲେ । 140 ବର୍ଷରେ ଜାପାନରେ ଏହା ସବୁଠାରୁ ଭୟଙ୍କର ସୁନାମି ଥିଲା ।

25-5-2015: ନେପାଲରେ ଏକ ବଡ ଧରଣର 7.8 ରେକ୍ଟର ସ୍କେଲର ଭୂମିକମ୍ପ ହେବା ଫଳରେ 8 ହଜାର 857 ଜଣଙ୍କ ମୃତ୍ୟୁ ହେବା ସହ 10 ହଜାରରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ ।

28-9-2018: ଇଣ୍ଡୋନେସିଆରେ 7.5 ରେକ୍ଟର ସ୍କେଲର ଭୂମିକମ୍ପ ହେବା କାରଣରୁ ସୁନାମୀର ପରିସ୍ଥିତି ସୃଷ୍ଟି କରିଥିଲା ଓ 2 ହଜାର 256 ଜଣଙ୍କର ମୃତ୍ୟୁ ହୋଇଥିଲା ।

26-11-2019: ଆଲବାନିଆରେ 6.4 ରେକ୍ଟର ସ୍କେଲର ଭୂମିକମ୍ପ ଡୁରି ଓ ତିରାନା ଅଞ୍ଚଳକୁ ସମ୍ପୁର୍ଣ୍ଣ ନଷ୍ଟ କରିଦେଇଥିଲା । ଏଥିରେ 51ଜଣଙ୍କ ମୃତ୍ୟୁ ହେବା ସହ 3000ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ ।

ବାତ୍ୟା:-

16-12-2011: ଫିଲିପାଇନ୍ସ ଦ୍ବୀପରେ ‘ୱାସି’ ନାମକ ଭୟଙ୍କର ବାତ୍ୟା ପାଖାପାଖି 1000 ଲୋକଙ୍କ ଜୀବନ ନେଇଯିବା ସହ ଶତାଧିକ ଆହତ ହେବା ସହ ଅନେକ ନିଖୋଜ ଅଛନ୍ତି ।

7-11-2013: ଫିଲିପାଇନ୍ସ ବାତ୍ୟା ‘ହାଇୟାନ’ ଫଳରେ 6,000 ଲୋକଙ୍କ ମୃତ୍ୟୁ ହେବା ସହ ହଜାର ହଜାର ବର୍ତ୍ତମାନ ବି ନିଖୋଜ । ଫିଲିଫାଇନ୍ସରେ ସବୁଠାରୁ ଭୟଙ୍କର ତୁଫାନ ମଧ୍ୟରେ ଏହା ଅନ୍ୟତମ ।

20-2-2016: ଦ୍ବୀପଦେଶ ଫିଜୀରେ ‘ୱିନଷ୍ଟନ୍’ ତୋଫାନ ମାଡ ହେବା ସହ 44 ଜଣଙ୍କ ମୃତ୍ୟୁ ସହ 1.4 ବିଲିୟନ ଡଲାରର କ୍ଷୟକ୍ଷତି ହୋଇଥିଲା ।

28-9-2015/7-10-2015: ତୋଫାନ ‘ଜୋଆକ୍ବିନ’ ବାହାମାସର ଅନେକ ଜିଲ୍ଲାରେ ତାଣ୍ଡବ କରିବା ପରେ ତୁର୍କ ଓ କାଇକୋସ ଦ୍ବୀପକୁ ମଧ୍ୟ ନଷ୍ଟ କରିଦେଇଥିଲା । ଏହା ବରମୁଣ୍ଡା ଟ୍ରାଙ୍ଗେଲର ଏକ ଅଂଶ ଥିଲା ।

28-9-2016/ 9-10-2016: ହାଇତିକେ ବାତ୍ୟା ‘ମାଥେୟୁ’ ଆମେରିକାର ଦକ୍ଷିଣ-ପୂର୍ବ ଭାଗକୁ ଧ୍ବସଂ କରିଦେଇଥିଲା । ପ୍ରାୟ 198 ବିଲିୟନ ଡଲାରର କ୍ଷତି ହୋଇଥିଲା ।

7-9-2018/ 16-9-2018: 1992 ପରଠାରୁ ଆମେରିକାରେ ସବୁଠାରୁ ଭୟଙ୍କର ତୋଫାନ ଥିଲା ‘ମାଇକେଲ’ । ମାଇକେଲ ଆମେରିକାରେ ଚତୁର୍ଥ ସବୁଠୁ ଶକ୍ତିଶାଳୀ ଲ୍ୟାଣ୍ଡଫଲ୍ । ଏଥିରେ 74ଜଣଙ୍କ ମୃତ୍ୟୁ ହୋଇଥିଲା ।

31-5-2019: ନେପାଲର ବାରା ଓ ପାର୍ସା ଜିଲ୍ଲାରେ ଏକ ବଡ ଘୂର୍ଣ୍ଣିଝଡ ଆସିବା ଫଳରେ 28ଜଣଙ୍କ ମୃତ୍ୟୁ ହେବା ସହ 1,176 ଜଣ ଆହାତ ହୋଇଥିଲେ । ନେପାଳର ଏହା ପ୍ରଥମ ଅଫିସିଆଲ ରେକର୍ଡ କରାଯାଇଥିବା ଘୂର୍ଣ୍ଣିଝଡ ।

ବନ୍ୟା, ହିମସ୍ଖଳନ:-

ଜୁଲାଇ 2010: ଲଗାତାର ବର୍ଷା କାରଣରୁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ 1600 ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ନିଜ ଘର ହରାଇଥିଲେ । 30 ମିଲିୟନ ଏଥିରେ ପ୍ରଭାବିତ ହୋଇଥିଲେ ।

11-1-2011: ବ୍ରାଜିଲରେ ରିଓ ଦେ ଜାନେରିଓରେ ବନ୍ୟା ହେବା ଫଳରେ 903 ଜଣଙ୍କ ମୃତ୍ୟୁ ହୋଇଥିଲା ।

24-2-2015: ଆଫଗାନିସ୍ତାନରେ ଭୂମିସ୍ଖଳନ ହେବା ଦ୍ବାରା 310ଜଣଙ୍କର ମୃତ୍ୟୁ ହୋଇଥିଲା ଓ 129ଜଣ ଆହାତ ହୋଇଥିଲା ।

8-11-2015: ଦକ୍ଷିଣ ଭାରତର ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ବନ୍ୟା ଆସିବା ଫଳରେ 500ଜଣଙ୍କ ମୃତ୍ୟୁ ହେବା ସହ 1.8 ମିଲିୟନ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡିଥିଲା ।

ମରୁଡି:-

ଡିସେମ୍ବର2011- ମାର୍ଚ୍ଚ 2017: କାର୍ଲିଫର୍ଣ୍ଣିଆର ସମସ୍ତ ରାଜ୍ୟରେ ପାଣିର ସମସ୍ୟା ଦେଖାଦେଇଥିଲା । ସେମାନଙ୍କ ପାନୀୟ ଜଳର ସମସ୍ୟା ସହ ବିଦ୍ୟୁତ ଶକ୍ତିର ମଧ୍ୟ ଅଭାବ ଦେଖାଦେଲା । ପ୍ରାୟ 6 ବର୍ଷ ଲୋକେ ପାଣି ପାଇଁ ବ୍ୟାକୁଳ ହୋଇପଡୁଥିଲେ ।

24-5-2015: ଦକ୍ଷିଣ ଭାରତରେ ନିଆଁର ପବନ ବୋହିଥିଲା । ଉସ୍ମ ତାପମାତ୍ରାର ଲହରୀ ଉଠିଥିଲା ଓ ପ୍ରାୟ 2,500 ଲୋକଙ୍କ ମୃତ୍ୟୁ ହୋଇଥିଲା ।

20-6-2015: ପାକିସ୍ତାନରେ ମଧ୍ୟ ସେହିପରି ଉତ୍ତାପର ପ୍ରବାହ ହୋଇଥିଲା ଓ କରାଚିର ପ୍ରାୟ 2,000 ଲୋକଙ୍କ ମୃତ୍ୟୁ ହୋଇଥିଲା ।

8- 25 ନଭେମ୍ବର 2018: ଉତ୍ତର କାର୍ଲିଫର୍ଣ୍ଣିଆ ଜଙ୍ଗଲରେ ନିଆଁ ଲାଗିଯାଇଥିଲା । କାର୍ଲିଫର୍ଣ୍ଣିଆ ଇତିହାସର ଏହା ଏକ ଧ୍ବସଂକାରୀ ଅଗ୍ନିକାଣ୍ଡ ଥିଲା । ଏଥିରେ ପ୍ରାୟ 85 ଲୋକଙ୍କ ମୃତ୍ୟୁ ହେବା ସହ 17 ଆହତ ହୋଇଥିଲେ ।

ଜାନୁଆରୀ 2019: ବର୍ତ୍ତମାନ ସବୁଠାରୁ ଭୟଙ୍କର ଥିଲା ବିଶ୍ବର ସବୁଠାରୁ ବଡ ଅରଣ୍ୟ ‘ଆମାଜନ’ରେ ନିଆଁ । ଏହା ବ୍ରାଜିଲ, ବୋଲିଭିଆ, ପାରାଗୁଏ ଓ ପେରୁ ଦେଶ ସହ ମଧ୍ୟ ଯୋଡି ହୋଇ ରହିଛି । ଏହି ଅଗ୍ନିକାଣ୍ଡର ସମ୍ପୂର୍ଣ୍ଣ କ୍ଷତି ସାମ୍ନାକୁ ଆସିଥିଲେ ମଧ୍ୟ ଅନେକ ବିରଳ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି ।

ଅଗଷ୍ଟ 2019: ବର୍ତ୍ତମାନ ଅଷ୍ଟ୍ରେଲିଆରେ ବିଭିନ୍ନ ସ୍ଥାନରେ ନିଆଁ ଲାଗିବାର ଦେଖିବାକୁ ମିଳୁଛି, ଯାହା ଆଗାମୀ ଦିନରେ ମରୁଡିର ଆଶଙ୍କା ରହିଛି । ଏହାର ଧୂଆଁ ସିଡନୀକୁ ସମ୍ପୁର୍ଣ୍ଣ ପ୍ରଦୂଷିତ କରିସାରିଲାଣି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.