ETV Bharat / bharat

ଭାରତରେ ଉପ-ଜାତୀୟତାବାଦ: ବିଲେଇ ବେକରେ ଘଣ୍ଟି କିଏ ବାନ୍ଧିବ ? - ଭାରତରେ ଜାତୀୟତାବାଦ

ଭାଷା ଭିତ୍ତିରେ ରାଜ୍ୟଗୁଡିକର ପୁନର୍ଗଠନ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବାକୁ କରାଯାଇଥିଲା । ଏଥିସହ ବ୍ୟାପକ ଦୃଷ୍ଟିକୋଣରୁ ରାଷ୍ଟ୍ର-ରାଜ୍ୟ ସଂପର୍କ ଦୃଢ କରିବା ପାଇଁ ମଧ୍ୟ ଏହା ଏକ ପ୍ରୟାସ ଥିଲା । ରାଜ୍ୟଗୁଡିକର ସୀମା ନିର୍ଦ୍ଧାରଣ ହେଲା ବେଳେ ମିଶ୍ର ଜନସଂଖ୍ୟା ବିଶିଷ୍ଟ ଅଂଚଳଗୁଡିକ ସେମାନଙ୍କୁ ସୁହାଉ ନ ଥିବା ରାଜ୍ୟଗୁଡିକ ସହ ରହିଯାଇଥିଲେ । ବର୍ତ୍ତମାନ କର୍ଣ୍ଣାଟକ ଶାସନାଧିନ ବେଲଗାଭି ଜିଲ୍ଲାକୁ ମହାରାଷ୍ଟ୍ରରେ ମିଶାଇବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ଏକ ଟ୍ବିଟ ବିବାଦ ସୃଷ୍ଟି କରିଛି । ଅଧିକ ପଢନ୍ତୁ..

Nationalism on the rise in India
ଭାରତରେ ଉପ-ଜାତୀୟତାବାଦ : ବିଲେଇ ବେକରେ ଗଣ୍ଠି କିଏ ବାନ୍ଧିବ ?
author img

By

Published : Jan 25, 2021, 10:45 PM IST

ସାମାଜିକ ବିବିଧତା ହିଁ ଭାରତର ଏକତାର ବୈଶିଷ୍ଟ୍ୟ । ଭାଷା ଭିତ୍ତିରେ ରାଜ୍ୟଗୁଡିକର ପୁନର୍ଗଠନ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବାକୁ କରାଯାଇଥିଲା । ଏଥିସହ ବ୍ୟାପକ ଦୃଷ୍ଟିକୋଣରୁ ରାଷ୍ଟ୍ର-ରାଜ୍ୟ ସଂପର୍କ ଦୃଢ କରିବା ପାଇଁ ମଧ୍ୟ ଏହା ଏକ ପ୍ରୟାସ ଥିଲା । ରାଜ୍ୟଗୁଡିକର ସୀମା ନିର୍ଦ୍ଧାରଣ ହେଲା ବେଳେ ମିଶ୍ର ଜନସଂଖ୍ୟା ବିଶିଷ୍ଟ ଅଂଚଳଗୁଡିକ ସେମାନଙ୍କୁ ସୁହାଉ ନ ଥିବା ରାଜ୍ୟଗୁଡିକ ସହ ରହିଯାଇଥିଲେ । ଏଭଳି ଅଞ୍ଚଳଗୁଡିକ ସେମାନଙ୍କୁ ସୁହାଉଥିବା ରାଜ୍ୟଗୁଡିକ ସହ ମିଶ୍ରଣ ପାଇଁ ସିଧାସଳଖ ଦାବି କରିଥିଲେ । କିଛି ରାଜ୍ୟ ଏଭଳି ଅଞ୍ଚଳଗୁଡିକୁ ସ୍ୱତନ୍ତ୍ର ଭାବେ ମାନ୍ୟତା ଦେଇଥିଲେ । ତେବେ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇନାହିଁ । ଏବେ ଏହି ପ୍ରସଙ୍ଗରେ ରାଜନୀତି ଜୋରଦାର ହେବାକୁ ଲାଗିଲାଣି ।

ବର୍ତ୍ତମାନ କର୍ଣ୍ଣାଟକ ଶାସନାଧିନ ବେଲଗାଭି ଜିଲ୍ଲାକୁ ମହାରାଷ୍ଟ୍ରରେ ମିଶାଇବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ଏକ ଟ୍ବୀଟ ବିବାଦ ସୃଷ୍ଟି କରିଛି । କର୍ଣ୍ଣାଟକରେ ଏହାକୁ ଜୋରଦାର ବିରୋଧ କରାଯାଇଛି । ବେଲଗାଭି ଜିଲ୍ଲାକୁ ମହାରାଷ୍ଟ୍ରରେ ମିଶାଇବା ପାଇଁ ଏଠାକାର ମରାଠୀ ଲୋକେ ମହାରାଷ୍ଟ୍ର ଏକୀକରଣ ସମିତି ବ୍ୟାନର ତଳେ ଦାବି କରିଆସୁଛନ୍ତି । ଏଣେ କର୍ଣ୍ଣାଟକ ସରକାର ବେଲଗାଭୀକୁ ଜିଲ୍ଲାର ମାନ୍ୟତା ଦେବା ସହ ସହରକୁ ରାଜ୍ୟର ଦ୍ୱିତୀୟ ରାଜଧାନୀରେ ପରିଣତ କରିଛନ୍ତି । କେବଳ ସେତିକି ନୁହେଁ, ଏଠାରେ ଦ୍ୱିତୀୟ ବିଧାନସଭା ଗୃହ ବି ନିର୍ମାଣ କରାଯାଇଛି । ନଗର ନିଗନ ନିର୍ବାଚନରେ ମହାରାଷ୍ଟ୍ର ଏକୀକରଣ ସମିତି –ଏମଇଏସ ଓ କର୍ନାଟକର ବିଭିନ୍ନ ଦଳ ମଧ୍ୟରେ ଲଢେଇ ହୋଇଆସୁଛି । ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ଟ୍ୱିଟ୍ ପରେ ଯଥା ସ୍ଥିତିରେ ପରିବର୍ତ୍ତନ ହୋଇଛି । ବେଲଗାଭୀ ଜିଲ୍ଲାକୁ ମହାରାଷ୍ଟ୍ରରେ ମିଶାଇବା ପାଇଁ ଶିବସେନା ଏବେ ସକ୍ରିୟ ଉଦ୍ୟମ ଆରମ୍ଭ କରିଦେଇଛି ।

ଭାଷାଗତ ରାଜନୀତି ଓ ହିନ୍ଦୁତ୍ୱ ଉପରେ ଶିବସେନାର ରାଜନୀତି କେନ୍ଦ୍ରୀଭୂତ ହୋଇଆସିଛି । କର୍ଣ୍ଣାଟକରେ ମଧ୍ୟ ଭାଷାଗତ ପ୍ରସଙ୍ଗ ଆଧାରରେ ଏକାଧିକ ସଂଗଠନ ସକ୍ରିୟ ରହିଛନ୍ତି । ଯଦି ବେଲଗାଭୀ ଉପରେ ମହାରାଷ୍ଟ୍ରର ଦାବି ଗ୍ରହଣ କରାଯାଏ, ତାହାହେଲେ ସଂପୂର୍ଣ୍ଣ ଗୋଆ ଉପରେ ବି ମହାରାଷ୍ଟ୍ର ସରକାର ନିଜ ଅଧିକାର ଦାବି କରିବା ସମ୍ଭାବନା ରହିଛି । କେରଳର କାସାରଗଡ ତତ୍କାଳୀନ ମାଡ୍ରାସ ପ୍ରେସିଡେନସୀର କାନାରା ଜିଲ୍ଲାର ଅଂଶବିଶେଷ ଥିଲା । ଯଦି କର୍ଣ୍ଣାଟକ କାସାରଗଡ ଉପରେ ନିଜର ଅଧିକାର ଦାବି କରେ, ତାହା ହେଲେ କଣ ହେବ ? ସେହିଭଳି କନ୍ୟାକୁମାରୀ ତତ୍କାଳୀନ ଗଡଜାତ ରାଜ୍ୟ ଟ୍ରାଭାଙ୍କୋରର ଅଂଶ ଥିଲା । ମାର୍ତ୍ତଣ୍ଡମ ଓ ନାଗେର କୋଏଲ ବି ସେହି ଗଡଜାତ ରାଜ୍ୟର ଅଂଶ ଥିଲା । ଏମିତି ଅନେକ ଦାବି ସାରାଦେଶରେ ଏବେ ଉଠିବା ଆରମ୍ଭ କରିବ । ଆଉ ଏହା ଭାରତୀୟ ରାଷ୍ଟ୍ରପତି ଶୁଭ ସୂଚନା ନୁହେଁ ।

ରାଜନୀତି ବିଜ୍ଞାନୀ ବେନେଡିକ୍ଟ ଆଣ୍ଡରସନ କହିଥିଲେ ଯେ, ଦେଶଗୁଡିକ ହେଉଛନ୍ତି କଳ୍ପିତ ସଂପ୍ରଦାୟ । ତାଙ୍କ ଥିଓରୀକୁ ଯଦି ବିଚାର କରିବା, ତାହା ହେଲେ ଭାରତ ମଧ୍ୟ ଏକ କଳ୍ପିତ ଦେଶ । ଦେଶର ପ୍ରତିଷ୍ଠାତା ଜନକମାନେ ଏକ ସମାବେଶୀ ସଂସ୍କୃତି ଓ ଇତିହାସକୁ ନେଇ ଅତି ଯତ୍ନର ସହକାରେ ବିବିଧ ଭାରତୀୟ ସମାଜ ପ୍ରତିଷ୍ଠା କରିଥିଲେ । ହେଲେ ଏହି ବିବିଧ ରାଷ୍ଟ୍ର ପ୍ରତି ଏବେ ବଡ ଆହ୍ୱାନ ସୃଷ୍ଟି ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ ବଢିଚାଲିଥିବା ଉପ-ଜାତୀୟତାବାଦ ଦେଶର ସଂହତି ପ୍ରତି ସୃଷ୍ଟିକରିଛି ମସ୍ତବଡ ଆହ୍ୱାନ । ଭାଷା ପ୍ରସଙ୍ଗକୁ କେନ୍ଦ୍ର କରି ହିଁ ସୃଷ୍ଟି ହେଉଛି ଉପଜାତୀୟତାବାଦ ।

ଦେଶର ଭାଷାଗତ ଦୁର୍ବଳତା ପ୍ରସଙ୍ଗରୁ ରାଜନୈତିକ ଫାଇଦା ନ ଉଠାଇବା ରାଜନେତାଙ୍କ ଆଭିମୁଖ୍ୟ ରହିବା ଦରକାର । ସହରଗୁଡିକ ଅଧିକରୁ ଅଧିକ ବିଶ୍ୱବାଦୀ ହେଲେ ହିଁ ଭାରତୀୟ ଜନସଂଖ୍ୟାରେ ବିବିଧତା ଆସିବ । ଦିନେ ବେଲଗାଭୀ ମଧ୍ୟ ଏ ଦିଗରେ ଗତି କରିବ । ଉଦ୍ଧବ ଥାକରେଙ୍କ ଦାବି କେବଳ ହୀନ ଭାଷାଗତ ରାଜନୀତି ଉପରେ ଆଧାରିକ । ଏହାକୁ ସହଜରେ ଏଡାଇ ଦେଇହେବ । ତେବେ, ଯେଉଁସବୁ ରାଜ୍ୟରେ ଭାଷାଭିତ୍ତିକ ସଂଖ୍ୟାଲଘୁ ଅଛନ୍ତି, ସେମାନଙ୍କୁ ସେହି ରାଜ୍ୟର ସରକାର ସରକାରୀ ସ୍ତରରେ ଉପଯୁକ୍ତ ପ୍ରତିନିଧିତ୍ୱ ଦେବା ଦରକାର । ସେମାନେ ଯେପରି ଉପେକ୍ଷିତ ନ ମଣି ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିପାରିବେ,ସେ ଦିଗେର ରାଜ୍ୟ ସରକାର ଗୁଡିକ ବ୍ରତୀ ହେବା ଦରକାର । ଭାରତବର୍ଷକୁ ଭାଷାଭିତ୍ତିକ ରୁଢିବାଦରେ ହଜାଇଦେବା ସେତେ ସହଜ ନୁହେଁ । କିନ୍ତୁ ଭାଷାଭିତ୍ତିକ ଜନସଂଖ୍ୟାର ପରିଚୟକୁ ବି ଅସ୍ୱୀକାର କରିହେବ ନାହିଁ ।

ଭର୍ଗିଜ ପି. ଆବ୍ରାହାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.