ETV Bharat / bharat

ଆରଏସଏସ ଉପରେ ବର୍ଷିଲେ ସଚିନ ପାଇଲଟ

author img

By

Published : Jan 4, 2021, 10:34 AM IST

ନାଗପୁରରୁ ଭାଷଣ ଦେଲେ ଜାତୀୟତାବାଦ ହୁଏ ନାହିଁ ବରଂ ଜାତୀୟତାବାଦ କୃଷକଙ୍କ କଲ୍ୟାଣ ଉପରେ ନିର୍ଭର କରେ ବୋଲି କହିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ । ଅଧିକ ପଢନ୍ତୁ...

ସଚିନ ପାଇଲଟ
ସଚିନ ପାଇଲଟ

ଜୟପୁର: ଆରଏସଏସ(ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ) ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ । ରବିବାର ଆରଏସଏସକୁ ଟାର୍ଗେଟ କରିଛନ୍ତି ସଚିନ । ଜାତୀୟତାବାଦ କୃଷକଙ୍କ କଲ୍ୟାଣ ଉପରେ ନିର୍ଭର କରେ ନାଗପୁରରେ ଭାଷଣ ଦେଲେ ନୁହେଁ ବୋଲି ସେ କହିଛନ୍ତି ।

କୃଷକଙ୍କ ଆନ୍ଦୋଳନକୁ ନେଇ ସେ ଏପରି କହିଥିବା ଜଣାପଡିଛି । ଯଦି ଆମେ କୃଷକଙ୍କ କଲ୍ୟାଣ ଉପରେ କଥାହେବା ତାହେଲେ ଏହା ପ୍ରକୃତ ଜାତୀୟତାବାଦ ହେବ । ହେଲେ ନାଗପୁରରେ ହାଫ୍‌ପ୍ୟାଣ୍ଟ ପିନ୍ଧି ଭାଷଣ ଦେଲେ ହେବ ନାହିଁ ବୋଲି ଆରଏସଏସର ନାମ ନନେଇ ସଚିନ ଏଭଳି କହିଛନ୍ତି ।

ଏହାସହ ବିଜେପି କୃଷକ ମାନଙ୍କୁ ନୂଆ ଆଇନ ଜରିଆରେ ଅନ୍ଧାରକୁ ଠେଲିଦେଉଥିବା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସରକାର ବୁଝିବା ଦରକାର ଯେ, ଯଦି କୌଣସି ନିଷ୍ପତ୍ତି ସରକାର ବଦଳାଉଛନ୍ତି, ତାହେଲେ ସେ ହାରିଯାଉନାହାଁନ୍ତି ବୋଲି ସଚିନ କହିଛନ୍ତି ।

ଅନ୍ୟପଟେ ଏପ୍ରସଙ୍ଗକୁ ନେଇ ଆମେ ଆଗାମୀ ଦିନରେ ସରକାରଙ୍କ ଉପରେ ଅଧିକ ଚାପ ପକାଇବା ସହ କୃଷକଙ୍କ ଉନ୍ନତି ପାଇଁ ମିଳିମିଶି କାମ କରିବୁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.