ବେଙ୍ଗାଲୁରୁ: ଦେଶରେ ଦିନକୁ ଦିନ ବେକାରୀ ସମସ୍ୟା ବଢିବାରେ ଲାଗିଛି । ଏହାର ସମାଧାନ କରିବା ଦାବିରେ କର୍ଣ୍ଣାଟକ ଶିମୋଗାରେ ବିକ୍ଷୋଭ କରିଛନ୍ତି କଂଗ୍ରେସ ସହ ଅନୁବନ୍ଧିତ ଛାତ୍ର ସଙ୍ଗଠନ ଏନଏସୟୁଆଇର କର୍ମକର୍ତ୍ତା ।
ଅଟୋମୋବାଇଲ କ୍ଷେତ୍ରରେ ନିଯୁକ୍ତି ଦାବି କରି ଏନଏସୟୁଆଇ କର୍ମୀ ଫଳ ବିକ୍ରି କରିବା ସହ ଜୋତା ପଲିସ କରିଛନ୍ତି। ଶୀଘ୍ର ନିଯୁକ୍ତି ନମିଳିଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । କାରଣ ରାଜ୍ୟରେ ଅନେକ ଯୁବକ ପାଠ ପଢି ଏବେ ବେକାର ବସିଛନ୍ତି । ଯଦି ସରକାର ସେମାନଙ୍କୁ ନିଯୁକ୍ତି ନଦିଅନ୍ତି ତେବେ ସେମାନଙ୍କ ଭବିଷ୍ୟତ କ'ଣ ହେବ ବୋଲି ପ୍ରଶ୍ନ କରିଛନ୍ତି।