ETV Bharat / bharat

ଡୋଭାଲଙ୍କ ସହ ସଂସଦରେ ପହଞ୍ଚିଲେ ଦିଲ୍ଲୀ CP, ଗୃହମନ୍ତ୍ରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Feb 4, 2021, 6:32 PM IST

ସଂସଦ ଭବନରେ ପହଞ୍ଚିଛନ୍ତି ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଆଇବି ମୁଖ୍ୟ । ସଂସଦ ଭବନ ପରିସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

ଡୋଭାଲଙ୍କ ସହ ସଂସଦରେ ପହଞ୍ଚିଲେ ଦିଲ୍ଲୀ CP, ଗୃହମନ୍ତ୍ରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ
ଡୋଭାଲଙ୍କ ସହ ସଂସଦରେ ପହଞ୍ଚିଲେ ଦିଲ୍ଲୀ CP, ଗୃହମନ୍ତ୍ରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ 70 ଦିନ ହେବ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ମଧ୍ୟରେ ଅଚାନକ ସଂସଦ ଭବନ ପହଞ୍ଚିଛନ୍ତି ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଆଇବି ମୁଖ୍ୟ ।

ସଂସଦ ଭବନ ପରିସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ଗୃହମନ୍ତ୍ରୀଙ୍କ ସମେତ ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଆଇବି ମୁଖ୍ୟ ଉପସ୍ଥିତ ଅଛନ୍ତି । ଚାଷୀ ଆନ୍ଦୋଳନକୁ ନେଇ କ୍ରମାଗତ ହେଉଥିବା ଟ୍ବିଟ ଓ ଶନିବାର ଅର୍ଥାତ 6 ଫେବୃଆରୀରେ ଆନ୍ଦୋଳନରତ ଚାଷୀଙ୍କ ପକ୍ଷରୁ ହେବାକୁ ଥିବା ଚକଅଖ ଜାମକୁ ଦୃଷ୍ଟିରେ ରଖି ଏହି ବୈଠକକୁ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଇପାରେ ।

ଏହା ପୂର୍ବରୁ ଜାନୁଆରୀ 26 ଗଣତନ୍ତ୍ର ଦିବସ ଅବସରରେ ହୋଇଥିବା ଟ୍ରାକ୍ଟର ରାଲିରେ ଦିଲ୍ଲୀର ଅନେକ ସ୍ଥାନରେ ହିଂସା ଉପୁଜିଥିଲା । ଅନେକ ବସ ଓ ପୋଲିସ ଗାଡିକୁ ଭଙ୍ଗାରୁଜା କରିବା ସହ ସାର୍ବଜନିକ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିଲେ ପ୍ରଦର୍ଶନକାରୀ ।

ଦିଲ୍ଲୀ ହିଂସା ପରଠୁ ପୋଲିସ କ୍ରମାଗତ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଘଟଣା ପରେ ଆଲର୍ଟ ରହିଛି ଦିଲ୍ଲୀ ପୋଲିସ । ତେବେ ଫେବୃଆରୀ 6ରେ ମଧ୍ୟ ଏପରି କିଛି ଅପ୍ରୀତିକର ପରିସ୍ଥିତି ନ ଉପୁଜୁ ଏନେଇ ଦିଲ୍ଲୀ ପୋଲିସ କୌଣସି ରିସ୍କ ନେବାକୁ ଚାହୁଁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.