ETV Bharat / bharat

NPRକୁ କେନ୍ଦ୍ର କ୍ୟାବିନେଟର ଗ୍ରୀନ ସିଗନାଲ, ଖର୍ଚ୍ଚ ହେବ 8500 କୋଟି

author img

By

Published : Dec 24, 2019, 6:19 PM IST

କେନ୍ଦ୍ର କ୍ୟାବିନେଟ ଏନପିଆରକୁ ଦେଲେ ମଞ୍ଜୁରୀ । ଏବେ ଦେଶର ସମସ୍ତ ନାଗରିକଙ୍କୁ କରିବାକୁ ପଡିବ ଏହି କାମ । ଏନପିଆର କଣ ? ପଢନ୍ତୁ...

PHOTO
national population register

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି) କୁ ନେଇ ସାରା ଦେଶରେ ଆନ୍ଦୋଳନ ଜାରି ରହିଥିବାବେଳେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟ୍ରର (ଏନପିଆର)କୁ ମଞ୍ଜୁରୀ ଦେଇଛନ୍ତି ।

ଏନପିଆର ପାଇଁ କେନ୍ଦ୍ର କ୍ୟାବିନେଟ 8500 କୋଟି ମଞ୍ଜୁରୀ ଦେଇଛନ୍ତି । ଏନପିଆର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେବ । ଏନପିଆରର ଉଦ୍ଦେଶ୍ୟ ହେଉଛି ଦେଶର ନାଗରିକଙ୍କ ପରିଚୟ ପତ୍ରକୁ ବ୍ୟାପକ କରିବା ସହ ସ୍ବତନ୍ତ୍ର ଭାବେ ଡାଟାବେସ୍ ପ୍ରସ୍ତୁତ କରିବା । ଏଥିରେ ଜନସଂଖ୍ୟା ଗଣନା ସହିତ ସମସ୍ତ ବାୟୋମେଟ୍ରିକ ସୂଚନା ରହିବ ।

ଏହା ଆସନ୍ତା ବର୍ଷ ଅପ୍ରେଲରୁ ଆରମ୍ଭ ହୋଇ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏଥିରେ ପ୍ରାୟ 8500 କୋଟି ଟଙ୍କା ଖର୍ଚ୍ଚ ହେବ ।

କ’ଣ ଏହି ଏନପିଆର ?

ଏନପିଆର-ଜାତୀୟ ଜନସଂଖ୍ୟା ପଞ୍ଜିକା (ନ୍ୟାସନାଲ ପପୁଲେସନ ରେଜିଷ୍ଟ୍ରର)ର ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ନାଗରିକଙ୍କ ପରିଚୟ ପାଇଁ ବ୍ୟାପକ ଡାଟାବେସ୍ ପ୍ରସ୍ତୁତ କରିବା । ଏଥିରେ ଦେଶର ଜନସଂଖ୍ୟା ସହ ନାଗରିକଙ୍କ ବାୟୋମେଟ୍ରିକ ସୂଚନା ରହିବ । ୟୁପିଏ-2 ସରକାରରେ ଏହା କାର୍ଯ୍ୟକାରୀ ପାଇଁ ପ୍ରଥମ ପ୍ରୟାସ ହୋଇଥିଲା । 2011 ଜଣ ଗଣନା ପୂର୍ବରୁ ଏନପିଆରକୁ ନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୁଣି 2021 ଫେବୃୟାରୀରୁ ଜନ ଗଣନା ହେବାକୁ ଯାଉଛି ସେହି ଦୃଷ୍ଟିରୁ ଏବେ ଏନପିଆରର ଗୁରୁତ୍ବ ବୃଦ୍ଧି ପାଇଛି ।

1995 ନାଗରିକତା ଆଇନ ଅନୁଯାୟୀ ଦେଶରେ ଯେକୌଣସି ସ୍ଥାନରେ 6 ମାସରୁ ଅଧିକ ସମୟ ରହିଲେ ଏନପିଆରରେ ପଞ୍ଜିକରଣ କରିବାକୁ ପଡିବ । ଏନପିଆର ଜରିଆରେ ଦେଶ ଜନତାଙ୍କ ତାଲିକା ପ୍ରସ୍ତୁତ କରାଯିବ । ଫଳରେ ଯେକୌଣସି ସରକାରୀ ଯୋଜନା କିମ୍ବା ସୁବିଧା ସୁଯୋଗ ସମସ୍ତେ ପାଇପାରିବେ ।

ଏନପିଆର ମାଧ୍ୟମରେ ଆସନ୍ତା ଅପ୍ରେଲରୁ ସେପ୍ଟେମ୍ବର ଯାଏଁ ଦେଶର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯିବ । ଏନପିଆରରେ ଜନସଂଖ୍ୟା ସହ ନାଗରିକଙ୍କ ବାୟୋମେଟ୍ରିକ ତଥ୍ୟ ରହିବ । ଏନପିଆର ପାଇଁ ନାଗରିକଙ୍କର ନାମ, ଠିକଣା, ଶିକ୍ଷା, ବୃତ୍ତି ଭଳି ସୂଚନା ସଂଗ୍ରହ କରାଯିବ । କିନ୍ତୁ ଏହି ଏନପିଆର ଭାରତର ନାଗରିକତା ଭାବେ ଗ୍ରହଣ ହେବ ନାହିଁ । ଏନପିଆରର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି କୌଣସି ବିଦେଶୀ ନାଗରିକ ଯଦି ଭାରତରେ ୬ ମାସରୁ ଅଧିକ ସମୟ ରହିବେ କିମ୍ବା ଆଗକୁ ୬ ମାସ ରହିବେ, ସେମାନେ ମଧ୍ୟ ଏନପିଆର ସାମିଲ ହେବାକୁ ବାଧ୍ୟତା ମୂଳକ କରାଯାଇଛି ।

ତେବେ ଏନଆରସି ଓ ସିଏଏ ଭଳି ଏନପିଆରକୁ ମଧ୍ୟ ପଶ୍ଚିମବଙ୍ଗ ଓ କେରଳ ସରକାର ଅଗ୍ରାହ୍ୟ କରିସାରିଛନ୍ତି । ଆଗକୁ ମଧ୍ୟ ଅନେକ ରାଜ୍ୟ କରିପାରନ୍ତି । କିଛି ସରକାର ଆଶଙ୍କା କରୁଛନ୍ତି ଏନପିଆର ମାଧ୍ୟମରେ କେନ୍ଦ୍ର ସରକାର ଏନଆରସି ଲାଗୁ କରିପାରନ୍ତି ତେଣୁ ସେମାନେ ନିଜ ନିଜ ରାଜ୍ୟରେ ଏନପିଆର ସମସ୍ତ କାର୍ଯ୍ୟ ଉପରେ ରୋକ ଲଗାଇଛନ୍ତି । ଏନପିଆର ଓ ଏନଆରସି ମଧ୍ୟରେ ବ୍ୟାପକ ପାର୍ଥ୍ୟକ୍ୟ ଅଛି । ଏନଆରସି ମାଧ୍ୟମରେ ଦେଶରେ ଅବୈଧ ଭାବେ ଅନୁପ୍ରବେଶ କରିଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ଏନପିଆର ହେଉଛି ଦେଶର ଯେକୌଣସି ସ୍ଥାନରେ ୬ ମାସ ରୁ ଉର୍ଦ୍ଧ୍ବ ରହିଲେ କିମ୍ବା ଆଗକୁ ରହିବାକୁ ଥିବା ଲୋକଙ୍କୁ ତଥ୍ୟ ଦେବାକୁ ପଡିବ ।

ସୂଚନାଯୋଗ୍ୟଯେ ଦେଶରେ ୧୯୫୧ ମସିହାରେ ପ୍ରଥମଥର ପାଇଁ ଜନଗଣନା ହୋଇଥିଲା । ଶେଷ ଥର ପାଇଁ 2011ରେ ହୋଇଥିବା ବେଳେ 2021ରେ ଅଷ୍ଟମ ଥର ପାଇଁ ଜନଗଣନା କରାଯିବ । ଏଥିପାଇଁ 3 ବର୍ଷ ସମୟ ଲାଗିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.