ETV Bharat / bharat

ଭାରତୀୟ ଭାଷାରେ ମାଗଣା ଡୋମେନ ଉପଲବ୍ଧ କଲା ନିକ୍ସି - ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ

ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଯୋଗାଇବାକୁ ଉପଲବ୍ଧ ହେବ ମାଗଣାରେ ଅନ୍ତରାଷ୍ଟ୍ରୀୟ ଡୋମେନ ନାମ । ଘୋଷଣା କଲା ନ୍ୟାସନାଲ ଇଣ୍ଟରନେଟ ଏକ୍ସଚେଞ୍ଜ ଅଫ ଇଣ୍ଡିଆ । ଅଧିକ ପଢନ୍ତୁ...

National Internet Exchange of India offers free domain in Indian languages
ଭାରତୀୟ ଭାଷାରେ ମାଗଣା ଡୋମେନ ଉପଲବ୍ଧ କଲା ନିକ୍ସି
author img

By

Published : Jan 9, 2021, 6:08 AM IST

ନୂଆଦିଲ୍ଲୀ: ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଯୋଗାଇବାକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଆଞ୍ଚଳିକ ଭାଷା ବ୍ୟବହାରକାରୀଙ୍କ ପାଇଁ ମାଗଣା ଅନ୍ତରାଷ୍ଟ୍ରୀୟ ଡୋମେନ ନାମ ଉପଲବ୍ଧ କରାଯାଇଛି । ଏନେଇ ଶୁକ୍ରବାର ଘୋଷଣା କରିଛି ନ୍ୟାସନାଲ ଏକ୍ସଚେଞ୍ଜ ଅଫ ଇଣ୍ଡିଆ । 22ଟି ଭାରତୀୟ ସରକାରୀ ଭାଷା ମଧ୍ୟରୁ ପଞ୍ଜୀକୃତ କୌଣସି ବି ଭାଷା ପାଇଁ ଏକ ମାଗଣା ଅନ୍ତରାଷ୍ଟ୍ରୀୟ ଡୋମେନ ନାମ ଉପଲବ୍ଧ ହେବ ।

ଏନେଇ ଆବେଦନକାରୀ ସ୍ଥାନୀୟ ଭାଷାରେ ଏକ ମାଗଣା ମେଲ ପାଇବେ । ଆଇଡିଏନ(IDN) ଡୋମେନ ନାମ ଗ୍ରହଣ ଏବଂ ସ୍ଥାନୀୟ ଭାଷାର ପ୍ରସାର କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ଏହି ଅଫର ସୃଷ୍ଟି କରାଯାଇଥିବା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଚଳିତ ମାସ 31 ତାରିଖରୁ ଯେଉଁ ସ୍ଥାନୀୟ ଭାଷା ବ୍ୟବହାରକାରୀ ନିଜ ଡୋମେନକୁ ନବୀକରଣ କରିବେ, ସେମାନେ ହିଁ ଏହି ଅଫର ଉପଭୋଗ କରିପାରିବେ ।

ନ୍ୟାସନାଲ ଇଣ୍ଟରନେଟ ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଏକ ଅଣ ଲାଭଜନକ ସଂସ୍ଥା । ଏହା 2003 ମସିହାରୁ ଭାରତୀୟ ନାଗରିକଙ୍କ ପାଇଁ ଇଣ୍ଟରନେଟ ଟେକ୍ନୋଲୋଜି ବିସ୍ତାର କରିବା ଦିଗରେ କାର୍ଯ୍ୟ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.