ETV Bharat / bharat

ପାକିସ୍ତାନରେ ରହୁଥିବା 18 ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ଆତଙ୍କୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର । ସମସ୍ତ ବ୍ୟକ୍ତି ପାକିସ୍ତାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହିଛନ୍ତି । ଅଧିକ ପଢନ୍ତୁ...

national government declared eighteen more individuals as designated terrorists living in pakistan
ପାକିସ୍ତାନରେ ରହୁଥିବା 18ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର
author img

By

Published : Oct 27, 2020, 3:27 PM IST

ନୂଆଦିଲ୍ଲୀ: ପୁଣି ଥରେ ଆତଙ୍କୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର । ତେବେ ଏହି 18 ଜଣଙ୍କ ମଧ୍ୟରେ ଦାଉଦଙ୍କ ସହଯୋଗୀ ଏବଂ ହାଫିଜ ସଇଦଙ୍କ ଭାଇ ମଧ୍ୟ ଅଛନ୍ତି | ବେଆଇନ କାର୍ଯ୍ୟକଳାପରେ ଲିପ୍ତ ୧୯୬୭ ଆଇନ ଅନୁସାରେ ଏମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । UAPA ଅଧିନିୟମର ସଂଶୋଧିତ ନିୟମ ଅନୁଯାୟୀ ଏମାନଙ୍କ ନାମ ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।

ତେବେ ଘୋଷଣା କରାଯାଇଥିବା ଆତଙ୍କୀଙ୍କ ମଧ୍ୟରେ ଅବଦୁର ରେହମାନ ମକୃ, ସାହିଦ ମେହେମୁଦ, ଆବୁ ସୁଫିୟାନ, ମୁଫ୍‌ତି ଅସଗର, ଇବ୍ରାହିମ୍‌ ଆଥହର, ଇବ୍ରାହିମ୍‌ ମେନନ, ସାହିଦ ଲତିଫ୍‌, ସୟଦ ସଲ୍ଲାଉଦ୍ଦିନ, ଗୁଲାମ ନବି ଖାନ୍‌, ଜଫର ହୁସେନ ଭଟ୍ଟ, ସାହା ରିୟାଜ୍‌ ଅହମ୍ମଦ, ଏମ୍‌ଡି ଇକବାଲ୍‌, ଛୋଟା ସକିଲ, ମହମ୍ମଦ ଆନିସ ଶେଖ୍‌ଙ୍କ ନାଁ ରହିଛି । ସମସ୍ତ ବ୍ୟକ୍ତି ପାକିସ୍ତାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.