ETV Bharat / bharat

ଜାତୀୟ ଶିକ୍ଷା ଦିବସ: କାହିଁକି ଓ କାହାପାଇଁ ?

ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ ଅନେକ ବିକାଶକୁ ପୂରଣ କରି ନ୍ୟାୟପୂର୍ଣ୍ଣ ସମାଜର ନିର୍ମାଣ କରିବା । ଏହି ନୀତି ପ୍ରତ୍ୟକ ବ୍ୟକ୍ତିର ରଚନାତ୍ମକ କ୍ଷମତାର ବିକାଶ ଉପରେ ଜୋର ଦେଇଥାଏ ।

author img

By

Published : Nov 11, 2019, 7:06 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଭାରତରେ ପ୍ରତିବର୍ଷ ନଭେମ୍ବର 11 ତାରିଖକୁ ଜାତୀୟ ଶିକ୍ଷା ଦିବସ ରୂପରେ ପାଳନ କରାଯାଏ । ଏହି ଦିନରେ ସ୍ବାଧୀନତା ସଂଗ୍ରାମୀ ତଥା ଭାରତରତ୍ନ ମୌଲାନା ଅବୁଲ କାଲାମ ଆଜାଦ ଜନ୍ମ ଗ୍ରହଣ କରିଥିଲେ । ତାଙ୍କରି ଜନ୍ମ ଜୟନ୍ତୀକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ ହୁଏ । ମୌଲାନା ଆଜାଦ ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ। ସେ 1947ରୁ 1958 ପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଭାବେ ଦାୟୀତ୍ବ ତୁଲାଇଛନ୍ତି ।

ଆଜାଦଙ୍କ ଜନ୍ମ ୧୧ ନଭେମ୍ବର ୧୮୮୮ ମସିହାରେ ଆରବର ମକ୍କା ସହରରେ ହୋଇଥିଲା । ମୌଲାନା ତାଙ୍କୁ ପ୍ରଦତ୍ତ ଏକ ସମ୍ମାନାସ୍ପଦ ଉପାଧୀ। ପରବର୍ତ୍ତି ସମୟରେ ସେ ତାଙ୍କ ନାମରେ ଆଜାଦ ଅର୍ଥାତ- ମୁକ୍ତକୁ ଯୋଡିଥିଲେ । ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ରୂପରେଖ ଦେବାରେ ତାଙ୍କର ଅବଦାନକୁ ଚିରସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ଭାରତରେ ଜାତୀୟ ଶିକ୍ଷା ଦିବସ ରୂପେ ପାଳନ କରାଯାଉଛି ।

ନିଜ ଯୁବ ବୟସରେ ସାହିତ୍ୟ, ଧର୍ମ, ଦର୍ଶନ ଏବଂ ସାମ୍ବାଦିକତାରେ ଖୁବ ରୁଚି ରଖିଥିଲେ ଆଜାଦ । ତେବେ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ସାକ୍ଷାତ ହେବାପରେ ସେ ଭାରତର ସ୍ବାଧୀନତା ସଂଗ୍ରେମ ଆନ୍ଦୋଳନରେ ସାମିଲ ହୋଇଥିଲେ । 1947ରେ ଦେଶ ସ୍ବାଧୀନ ହେବାପରେ ତାଙ୍କୁ ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଭାବରେ ନିଯୁକ୍ତି ମିଳିଥିଲା । ତେବେ ରାଷ୍ଟ୍ରରେ ଶିକ୍ଷା ପ୍ରଣାଳୀ ସ୍ଥାପନ କରିବାରେ ତାଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ମୌଲାନା ଆଜାଦ ଗରିବ ଏବଂ ଗାଁ ଗହଳିର ବିଦ୍ୟାର୍ଥୀ ତଥା ନାରୀ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଥିଲେ । ଦେଶରେ ମାଗଣା ପ୍ରାଥମିକ ଶିକ୍ଷାର ପ୍ରାରମ୍ଭ ଆଜାଦଙ୍କ ଦ୍ବାରା ହିଁ ହୋଇଥିଲା । ଏହା ସହିତ ଆଧୁନିକ ରୂପରେ ଉଚ୍ଚ ଶିକ୍ଷାର ଶୁଭାରମ୍ଭ କରିଥିଲେ ଆଜାଦ । ତେବେ ଶିକ୍ଷା କ୍ଷେତ୍ରରେ ଆଜାଦଙ୍କ ଯୋଗଦାନକୁ ସ୍ମରଣୀୟ ରଖିବା ପାଇଁ ଜାତୀୟ ଶିକ୍ଷା ଦିବସ ପାଳନ କରାଯାଏ । ଏହି ଦିନ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଏହି ଅବସରରେ ସର୍ବଶ୍ରେଷ୍ଠ ଶିକ୍ଷକ ଏବଂ ଛାତ୍ରଙ୍କୁ ବିଶେଷ ପୁରଷ୍କାର ପ୍ରଦାନ କରାଯାଏ ।

ଜାତୀୟ ଶିକ୍ଷା ନୀତି 2019

ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ ହେଉଛି ଅନେକ ବିକାଶକୁ ପୂରଣ କରି ନ୍ୟାୟପୂର୍ଣ୍ଣ ସମାଜର ନିର୍ମାଣ କରିବା । ତେବେ ଏହି ନୀତିରେ ସଂଶୋଧନ ଆଣି ଏକ ନୂଆ ପ୍ରଣାଳୀ ଶିକ୍ଷା ସଂଚାରଣର ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରତ୍ୟକ ବ୍ୟକ୍ତିର ରଚନାତ୍ମକ କ୍ଷମତାର ବିକାଶ ଉପରେ ଗୁରୁତ୍ବ ଦେଇଥାଏ । ଏହାର ସିଦ୍ଧାନ୍ତ ହେଉଛି, ଶିକ୍ଷାର ଆବଶ୍ୟକତା କେବଳ ରଚନାତ୍ମକ କୌଶଳ ବିକାଶ ପାଇଁ ନୁହେଁ ବରଂ ସାକ୍ଷରତାକୁ ବି ସମାନ ଗୁରୁତ୍ବ ଦେବା ।

ପୂର୍ବତନ ଜାତୀୟ ଶିକ୍ଷା ନୀତି ଲୋକଙ୍କ ନିକଟରେ ପହଞ୍ଚିବା ଏବଂ ସମାନତାକୁ ବିଶେଷ ଗୁରୁତ୍ବ ଦେଉଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ଶିକ୍ଷାର ଗୁଣବତ୍ତାକୁ ଧିରେ ଧିରେ କମାଇବାରେ ଲାଗିଲା । ତେବେ ପୂର୍ବରୁ ଥିବା 2ଟି ଶିକ୍ଷା ନୀତି ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପୁନର୍ଗଠନର ଆବଶ୍ୟକତା, ସବୁ ସ୍ତରରେ ଗୁଣାତ୍ମକ ଉନ୍ନତିକୁ ବିଜ୍ଞାନ ଏବଂ ବୈଷୟିକ ବିଜ୍ଞାନର ଉନ୍ନତି, ନୈତିକ ଏବଂ ସାମାଜିକ ମୂଲ୍ୟର କର୍ଷଣ ଏବଂ ଶିକ୍ଷା ବ୍ୟବସ୍ଥା ଓ ଲୋକଙ୍କ ଜୀବନ ମଧ୍ୟରେ ଏକ ନିକଟତର ସମ୍ପର୍କ ଉପରେ ଧ୍ୟାନ ଦେଇଥିଲା । ଜାତୀୟ ଶିକ୍ଷା ନୀତି ୧୯୮୬ (୧୯୯୨ରେ ପରିବର୍ତ୍ତନ)ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏକ ଜାତୀୟ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିବା । ସମସ୍ତ ଛାତ୍ର ଜାତି, ଧର୍ମ, ବିଶ୍ଵାସ, ସ୍ଥାନ, ଲିଙ୍ଗକୁ ଧ୍ୟାନ ନଦେଇ ସମସ୍ତେ ଶିକ୍ଷାର ଏକ ତୁଳନାୟକ ଗୁଣ ଲାଭ କରିପାରିବେ ସେନେଇ ବିଶେଷ ଧ୍ୟାନ ଦେବା ।

ତେବେ ଜାତୀୟ ଶିକ୍ଷା ନୀତି 2019ରେ ଭାରତ-କୈନ୍ଦ୍ରିକ ଶିକ୍ଷାପ୍ରଣାଳୀକୁ ସାମିଲ କରାଗଲା । ଯାହା ସମସ୍ତଙ୍କୁ ଉନ୍ନତ ଓ ଉଚ୍ଚମାନର ଶିକ୍ଷା ପ୍ରଦାନ କରି ରାଷ୍ଟ୍ରକୁ ଗାଟିଏ ନ୍ୟାୟସଂଗତ ଏବଂ ଜୀବନ୍ତ ଜ୍ଞାନ ସମାଜରେ ନିରନ୍ତର ଭାବେ ପରିବର୍ତ୍ତନ କରିବାକୁ ପ୍ରତ୍ସାହୋନ କରିବ ।

ତେବେ 2019ରେ ଉଚ୍ଚ ଶିକ୍ଷା ଉପରେ ସମଗ୍ର ଦେଶରେ ସର୍ଭେ କରାଯାଇଥିଲା । ଦେଶର ପଞ୍ଜିକୃତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ଏହି ସର୍ଭେ କରାଯାଇଥିଲା । ତେବେ ଦେଶର 3,993 ବିଶ୍ବବିଦ୍ୟାଳୟ, 39,931 ମହାବିଦ୍ୟାଳୟ ଏବଂ 10,725 ସ୍ବୟଂ ଶାସିତ ମହାବିଦ୍ୟାଳୟ ପଞ୍ଜିକୃତ ହୋଇଥିଲା । କିନ୍ତୁ 962 ବିଶ୍ବବିଦ୍ୟାଳୟ, 38,199 ମହାବିଦ୍ୟାଳୟ ଏବଂ 9,190 ସ୍ବୟଂ ଶାସିତ ମହାବିଦ୍ୟାଳୟ ଏହି ସର୍ଭେରେ ଭାଗ ନେଇଥିଲେ । ତେବେ ସେଥିମଧ୍ୟରୁ 298 ବିଶ୍ବବିଦ୍ୟାଳୟରେ ହିଁ ମହାବିଦ୍ୟାଳୟ ଚାଲିଥିବା ଥିବା ଜଣା ପଡିଛି । ଏହା ସହିତ 385 ବିଶ୍ବବିଦ୍ୟାଳୟ ଘରୋଇ ଭାବେ ଏହାକୁ ଚଳାଉଛନ୍ତି । ସେହିପରି 394 ବିଶ୍ବବିଦ୍ୟାଳୟ ଗ୍ରାମାଞ୍ଚଳରେ ରହିଛି । ତେବେ 16ଟି ବିଶ୍ବବିଦ୍ୟାଳୟ ବିଶେଷ ରୂପରେ କେବଳ ମହିଳାଙ୍କ ପାଇଁ ରହିଛି । 548 ବିଶ୍ବବିଦ୍ୟାଳୟ ସାଧାରଣ, 142 ଟେକ୍ନିକାଲ, 63 କୃଷି ଏବଂ ମିଳିତ, 58 ମେଡିକାଲ, 23ଟି ଆଇନ, 13ଟି ସଂସ୍କୃତି ଏବଂ 9ଟି ଭାଷାଗତ ବିଶ୍ବବିଦ୍ୟାଳୟ ରହିଛି । ଅନ୍ୟାନ୍ୟ 106ଟି ବିଶ୍ବବିଦ୍ୟାଳୟ ଅ୍ୟାନ୍ୟ ବର୍ଗର ରହିଛି ।

ସେହିପରି ଦେଶରେ 60.53 ପ୍ରତିଶତ ମହାବିଦ୍ୟାଳୟ ଗ୍ରମାଞ୍ଚଳରେ ଅବସ୍ଥିତ ଥିବା ବେଳେ 11.04 ପ୍ରତିଶତ ମହାବିଦ୍ୟାଳୟ ବିଶେଷ ରୂପରେ କେବଳ ମହିଳାଙ୍କ ପାଇଁ ରହିଛି । ତେବେ କେବଳ 2.5 ପ୍ରତିଶତ ମହାବିଦ୍ୟାଳୟରେ ପିଏଚଡି ପାଠ୍ୟକ୍ରମ ରହିଛି ଏବଂ 34.9 ପ୍ରତିଶତ ମହାବିଦ୍ୟାଳୟରେ ସ୍ନାତକତ୍ତୋର ପାଠ୍ୟକ୍ରମ ରହିଛି ।

ତେବେ ଶିକ୍ଷାର ଗୁଣବତ୍ତାକୁ ନେଇ ମଧ୍ୟ 2018ରେ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତରେ ପଞ୍ଚମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ 50.3 ପ୍ରତିଶତ ଛାତ୍ରଛାତ୍ରୀ ବହି ପଢିବାରେ ସକ୍ଷମ ଅଛନ୍ତି । ତେବେ ଶିକ୍ଷାର ଗୁଣବତ୍ତାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି । ଯାହାଦ୍ବାରା ପିଲାଙ୍କ ମଧ୍ୟରେ ପାଠପଢାକୁ ନେଇ ଉତ୍ସାହ ବୃଦ୍ଧି ହୋଇପାରିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.