ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ରବିବାର ଫାରୁକ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲାଙ୍କୁ ଭେଟିବେ ନ୍ୟାସନାଲ କନଫରେନ୍ସ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ । ନ୍ୟାସନାଲ କନଫରେନ୍ସ ନେତାଙ୍କ 15 ଜଣିଆ ପ୍ରତିନିଧି ମଣ୍ଡଳ ନଜରବନ୍ଦୀ ପିତା-ପୁତ୍ରଙ୍କୁ ଭେଟିବେ । ଜାମ୍ମୁ ଓ କାଶ୍ମୀରର ପ୍ରାନ୍ତିୟ ଅଧ୍ୟକ୍ଷ ଦେବେନ୍ଦ୍ର ସିଂହ ରାଣାଙ୍କ ନେତୃତ୍ବରେ ଏହି ପ୍ରତିନିଧି ମଣ୍ଡଳ ଫାରୁକ ଓ ଓମାରଙ୍କୁ ଭେଟିବା ନେଇ ଜଣା ପଡିଛି ।
81 ବର୍ଷୀୟ ଫାରୁକ ଅବଦୁଲ୍ଲା ଶ୍ରୀନଗର ସ୍ଥିତ ତାଙ୍କ ବାସଭବନରେ ନଜରବନ୍ଦୀ କରି ରଖାଯାଇଛି । ଅନ୍ୟପକ୍ଷେ ଓମାର ଅବଦୁଲ୍ଲାଙ୍କୁ ରାଜ୍ୟ ଗେଷ୍ଟ ହାଉସରେ ରଖାଯାଇଛି । ପ୍ରତିନିଧି ମଣ୍ଡଳରେ ଅନେକ ପୂର୍ବ ବିଧାୟକ ସାମିଲ ଥିବା ଦଳର ପ୍ରବକ୍ତା ମଦନ ମଣ୍ଟୁ କହିଛନ୍ତି । ଏହି ପ୍ରତିନିଧିମଣ୍ଡଳ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଭେଟି ବରିଷ୍ଠ ନେତା ଦ୍ବୟଙ୍କୁ ଭେଟିବାକୁ ଅନୁମତି ମାଗିଥିଲେ । ରାଜ୍ୟପାଳ ମଧ୍ୟ ଅନୁମତି ଦେଇଛନ୍ତି ।