ETV Bharat / bharat

କାହିଁକି ମହାରାଷ୍ଟ୍ର ଅତିରିକ୍ତ ପୋଲିସ ଡିଜିଙ୍କୁ ଭେଟିଲେ ଜାତୀୟ ସାହସିକତା ପୁରସ୍କାର ବିଜେତା ? - Zen Sadavarte filed a complaint

ମହାରାଷ୍ଟ୍ର କଲେଜ ଛାତ୍ରୀଙ୍କୁ ପ୍ରେମ ବିବାହ ନକରିବାକୁ ଶପଥ ଦିଆଯିବା ଘଟଣା । ଏହାକୁ ବିରୋଧ କରି ଅତିରିକ୍ତ ଡିଜିଙ୍କୁ ଅଭିଯୋଗ କଲେ ଜାତୀୟ ପୁରସ୍କାର ବିଜେତା ଜେନ ସଦାବର୍ତ୍ତେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର @ANI
ଫଟୋ ସୌଜନ୍ୟ: ଟ୍ବିଟର @ANI
author img

By

Published : Feb 15, 2020, 8:35 PM IST

ମୁମ୍ବାଇ: ନିକଟରେ ଭାଲେଣ୍ଟାଇନସ୍ ଡେ’ ଅବସରରେ ମହାରାଷ୍ଟ୍ର କଲେଜ ଛାତ୍ରୀଙ୍କୁ ପ୍ରେମ ବିବାହ ନକରିବା ପାଇଁ ଶପଥ ଦିଆଯିବାକୁ ନେଇ ଚର୍ଚ୍ଚା ହୋଇଥିଲା । ଘଟଣାକୁ ବିରୋଧ କରି ରାଜନୀତି ଜୋର ଧରିବାକୁ ଲାଗିଛି । ଏପରି ସ୍ଥିତିରେ ଜାତୀୟ ସାହସିକତା ପୁରସ୍କାର ବିଜେତା ଜେନ ସଦାବର୍ତ୍ତେ ଏହି ଘଟଣା ବିରୋଧରେ ଅତିରିକ୍ତ ପୋଲିସ ନିର୍ଦ୍ଦେଶକଙ୍କୁ ଭେଟି ଅଭିଯୋଗ ଦାଖଲ କରିଛନ୍ତି ।

ଭାଲେଣ୍ଟାଇନସ୍ ଡେ’ ଅବସରରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଏକ କଲେଜ ଛାତ୍ରୀଙ୍କୁ ପ୍ରେମ ବିବାହ ନ କରିବାକୁ ଶପଥ ଦିଆଯାଇଥିଲା । ଶପଥ ଗ୍ରହଣର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ବିଜେପି ନେତ୍ରୀ ତଥା ପୂର୍ବତନ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପଙ୍କଜା ମୁଣ୍ଡେ ଏହି ଶପଥ ଗ୍ରହଣକୁ ନେଇ ଆପତ୍ତି ଜାହିର କରିବା ସହ ଏହା ଉପରେ ପ୍ରଶ୍ନ ଉଠାଇଥିଲେ । କେବଳ ଝିଅଙ୍କୁ ହିଁ କଣ ପାଇଁ ଶପଥ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ପଙ୍କଜା ।

ପଙ୍କାଜା ମୁଣ୍ଡେ ଟ୍ବିଟରେ ଲେଖିଥିଲେ ଯେ, 'ହାସ୍ୟାସ୍ପଦ !! ଅଜବ !! ଅମରାବତୀରେ ଛାତ୍ରୀଙ୍କୁ ପ୍ରେମ ବିବାହ ନ କରିବା ପାଇଁ ଶପଥ ନେଇଛନ୍ତି । କେବଳ ଝିଅମାନେ ହିଁ କଣ ପାଇଁ ଶପଥ ନିଅନ୍ତି ? ଝିଅଙ୍କୁ ନୁହେଁ ବରଂ ପୁଅଙ୍କୁ ଏକତରଫା ପ୍ରେମରେ ଏସିଡ ନପକାଇବାକୁ ଶପଥ ଦିଆଯିବା ଦରକାର ବୋଲି ପଙ୍କଜା କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.