ନୂଆଦିଲ୍ଲୀ: ଫିଲ୍ମ ହଲରେ ରାଷ୍ଟ୍ରୀୟ ସଙ୍ଗୀତ ବାଜିବା ନେଇ ଅନେକ ବିବାଦ ଦେଖାଯିବା ପରେ ଏହା ଉପରେ ରୋକ ଲଗାଯାଇଥିଲା । କିନ୍ତୁ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀସ୍ଥିତ ଏକ ମେଟ୍ରୋ ଭିତରେ ରାଷ୍ଟ୍ରୀୟ ସଙ୍ଗୀତ ବାଜୁଥିବା ଏକ ଭିଡିଓ ଭାଇରାଲ ହୋଇଛି ।
ତେବେ ଚଳନ୍ତା ମେଟ୍ରୋରେ ଯାତ୍ରୀମାନେ ବସିଥିବା ସମୟରେ ହଠାତ ଜାତୀୟ ସଙ୍ଗୀତ ବାଜିଥିଲା । ଏହାପରେ ଯାତ୍ରୀ ମାନେ ସମ୍ମାନ ସୂଚକ ଛିଡାହୋଇଥିଲେ । ଏହି ଭିଡିଓକୁ ଏପର୍ଯ୍ୟନ୍ତ 18.47 ଲକ୍ଷ ଲୋକ ଦେଖିସାରିଛନ୍ତି । କିନ୍ତୁ ଜାତୀୟ ସଙ୍ଗୀତ ବାଜିବା ଘଟଣାରେ ମେଟ୍ରୋ ମ୍ୟାନେଜମେଣ୍ଟ ପକ୍ଷରୁ ଖଣ୍ଡନ କରାଯାଇଛି ।
ମେଟ୍ରୋ ମ୍ୟାନେଜମେଣ୍ଟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, କେହି ଜଣେ ପ୍ରତିଷ୍ଠିତ ହେବାପାଇଁ ଏପରି କରିଛି । ମେଟ୍ରୋ ପକ୍ଷରୁ ଏହିଭଳି ବୟାନ ଜାରି ହେବାପରେ ସ୍ପଷ୍ଟ ହୋଇଗଲାଯେ, କେହି ଯାତ୍ରୀଙ୍କ ସହ କମେଡି କରିଛି । ତେବେ 2.43 ମିନିଟର ଏହି ଭିଡିଓକୁ ଅଲଗା ଅଲଗା ସମୟରେ ଦିଲ୍ଲୀର ଅଲଗା ଅଲଗା ମେଟ୍ରୋ ଷ୍ଟେସନରେ ପ୍ରସ୍ତୁତ କରାଯାଇଛି । ତେବେ ଏହି ଭିଡିଓ କେବେ ଆଉ କିଏ ବନେଇ ଥିଲେ ସେନେଇ ତଦନ୍ତ ଜାରି ରହିଛି ।