ETV Bharat / bharat

ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ 17 ଟି ଷ୍ଟାର୍ଟଅପକୁ ସମର୍ଥନ କରିବ ନାସକମ୍ - 17 ଟି ଷ୍ଟାର୍ଟଅପକୁ ସମର୍ଥନ କରିବ ନାସକମ୍

ନାସକମ୍ ଦୀପଟେକ୍ କ୍ଲବର ଚତୁର୍ଥ ବ୍ୟାଚ୍ ଉନ୍ମୋଚନ କରିଛି । ଚତୁର୍ଥ ବ୍ୟାଚରେ ବିଭିନ୍ନ ପ୍ରକାରର କମ୍ପାନୀ ଅନ୍ତର୍ଭୁକ୍ତ ଯଥା ସ୍ବାସ୍ଥ୍ୟସେବା, ଉତ୍ପାଦନ, ମାର୍କେଟିଂ, ଗ୍ରାହକଙ୍କ ଅଭିଜ୍ଞତା, ସାଇବର ନିରାପତ୍ତା, ଜନ ନିରାପତ୍ତା, ପରିବହନ ଭିତ୍ତିଭୂମି ଓ ଇ-ଗଭର୍ଣ୍ଣାନ୍ସ ଇତ୍ୟାଦି ।

ପ୍ରଯୁକ୍ତିବିଦ୍ୟା କ୍ଷେତ୍ର
ପ୍ରଯୁକ୍ତିବିଦ୍ୟା କ୍ଷେତ୍ର
author img

By

Published : Jul 5, 2020, 4:44 PM IST

ନୂଆଦିଲ୍ଲୀ: ନାସକମ୍ ଦୀପଟେକ୍ କ୍ଲବର ଚତୁର୍ଥ ବ୍ୟାଚ୍ ଉନ୍ମୋଚନ କରିଛି । ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (IoT), ବ୍ଲକ୍ ଚେନ୍, ମେସିନ୍ ଲର୍ନିଂ (ML) ଓ ଭର୍ଚୁଆଲ୍ ଭଳି ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା 17 ଟି ଷ୍ଟାର୍ଟଅପ୍ ପ୍ରତିପୋଷଣ, ପରାମର୍ଶଦାତା ତଥା ପାଣ୍ଠି ଯୋଗାଇବ ।

4 ମାସର କାର୍ଯ୍ୟକ୍ରମ ପାଇଁ ଷ୍ଟାର୍ଟ ଅପ୍ ଚୟନ କରାଯାଇଛି ଯେଉଁଥିରେ ମାର୍ଗଦର୍ଶନ, ଏଣ୍ଟରପ୍ରାଇଜ୍ ସଂଯୋଗ ଅଧିବେଶନ, ନିବେଶକଙ୍କ ସହ ଏକ୍ସପୋଜର ଓ ବିଶ୍ବର ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ ଅନ୍ତର୍ଭୂକ୍ତ ହେବ ବୋଲି ଆଇଟି ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ସଂସ୍ଥା ଏକ ବିବୃତ୍ତିରେ କହିଛି।

2019 ସୁଦ୍ଧା ଦେଶରେ 1600ରୁ ଅଧିକ ଦୀପଟେକ୍ କମ୍ପାନୀ ରହିଛି । ଏନେଇ ଦୀପଟେକର କୋ-ଲିଡ୍ ତଥା ଇଣ୍ଟେଲର ନିର୍ଦ୍ଦେଶକ ମିଲିନ୍ଦ ହାଞ୍ଚିନମାନି କହିଛନ୍ତି ଯେ, ଭାରତରେ ବଢୁଥିବା ଦୀପଟେକ୍ ଇକୋସିଷ୍ଟମ୍ ପ୍ରତିପୋଷଣ କରିବାରେ ଆମେ ଛୋଟ ଭାଗିଦାରୀ ହୋଇପାରୁଛି ।

ଚତୁର୍ଥ ବ୍ୟାଚରେ ବିଭିନ୍ନ ପ୍ରକାରର କମ୍ପାନୀ ଅନ୍ତର୍ଭୁକ୍ତ ଯଥା ସ୍ବାସ୍ଥ୍ୟସେବା, ଉତ୍ପାଦନ, ମାର୍କେଟିଂ, ଗ୍ରାହକଙ୍କ ଅଭିଜ୍ଞତା, ସାଇବର ନିରାପତ୍ତା, ଜନ ନିରାପତ୍ତା, ପରିବହନ ଭିତ୍ତିଭୂମି ଓ ଇ-ଗଭର୍ଣ୍ଣାନ୍ସ ଇତ୍ୟାଦି । 3D ମିଟିଂ ଓ ସହଯୋଗ ପ୍ଲାଟଫର୍ମ ଏକ୍ସର ସିଇଓ ପ୍ରବୀଣ ଭାନିରାମକା କହିଛନ୍ତି ଯେ ଅଭିବୃଦ୍ଧିର ସୁଯୋଗ ସୃଷ୍ଟି କରିବା ପାଇଁ ଓ ନାସକମ୍ ମେଣ୍ଟରଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ କୋଭିଡ-19 ସମ୍ବନ୍ଧୀୟ ବ୍ୟବସାୟ ନିରନ୍ତର ଚ୍ୟାଲେଞ୍ଜରେ ଶିଳ୍ପକୁ ସାହାଯ୍ୟ କରିବାକୁ ସେମାନେ ଉତ୍ସାହିତ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.