ETV Bharat / bharat

ଭେଣ୍ଟିଲେଟର ତିଆରି ପାଇଁ 3ଟି ଭାରତୀୟ କମ୍ପାନୀ ଚୟନ କଲା ନାସା

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା) କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭିଟଲ ଭେଣ୍ଟିଲେଟର ତିଆରି କରିବା ପାଇଁ ତିନୋଟି ଭାରତୀୟ କମ୍ପାନୀ ଚୟନ କରିଛି।

nasa
ଭେଣ୍ଟିଲେଟର ତିଆରୀ ପାଇଁ ତିନୋଟି ଭାରତୀୟ କମ୍ପାନୀ ଚୟନ କଲେ ନାସା
author img

By

Published : Jun 12, 2020, 3:47 PM IST

ହାଇଦ୍ରାବାଦ: ଭେଣ୍ଟିଲେଟର ତିଆରୀ ପାଇଁ ତିନୋଟି ଭାରତୀୟ କମ୍ପାନୀ ଚୟନ କଲା ନାସା । ଆମେରିକାର ଅନ୍ତରୀକ୍ଷ ଏଜେନ୍ସି, ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା) କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭିଟଲ ଭେଣ୍ଟିଲେଟର ତିଆରି କରିବା ପାଇଁ ତିନୋଟି ଭାରତୀୟ କମ୍ପାନୀ ଚୟନ କରିଛି । ଏହି ତିନି କମ୍ପାନୀ ହାଇଦ୍ରାବାଦରେ ଥିବା ନେଇ ସୂଚନା ଦେଇଛନ୍ତି ତେଲେଙ୍ଗାନା ଶିଳ୍ପ ମନ୍ତ୍ରୀ କେଟି ରାମା ରାଓ ।

ନାସା ଦ୍ବାରା ଗୁରୁତର କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟର ଇନଭେନସନ ଟେକ୍ନୋଲୋଜି ଏକ୍ସୋସିବଲ ଲୋକଲୀ (ଭିଟଲ) ଭେଣ୍ଟିଲେଟର ତିଆରୀ ପାଇଁ ଚୟନ ହୋଇଥିବା 21 ଟି କମ୍ପାନୀ ମଧ୍ୟରେ ଆଲଫା ଡିଜାଇନ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍, ଭାରତ ଫୋର୍ଜ ଲିମିଟେଡ୍ ଏବଂ ମେଧା ସର୍ଭୋ ଡ୍ରାଇଭ୍ସ କମ୍ପାନୀ ସାମିଲ ଅଛି ।

ରାମା ରାଓ ଟ୍ବିଟ କରି କହିଛନ୍ତି, ଏହା ଜାଣି ବହୁତ ଖୁସି ଅନୁଭବ ହେଉଛି ଯେ ସମସ୍ତ କମ୍ପାନୀ ହାଇଦ୍ରାବାଦରେ ପରିଚାଳିତ । ଆମେରିକାର କନସୁଲ୍ ଜେନେରାଲ୍ ଟ୍ୱିଟ୍ କରି କହିଛନ୍ତି, ପ୍ରକୃତରେ ଅଭିନନ୍ଦନ, ନାସାର ଭିଟଲ ଭେଣ୍ଟିଲେଟର ତିଆରି କରୁଥିବା ସମସ୍ତ ତିନୋଟି କମ୍ପାନୀ ହାଇଦ୍ରାବାଦରେ ଥିବାବେଳେ ମେଡା ସର୍ଭୋ ଡ୍ରାଇଭ୍ସ ମୁଖ୍ୟାଳୟ ଏଠାରେ ଅଛି । ଆମେରିକା ଭାରତ ସହଯୋଗୀତା ଆମେ ଦୁଇ ଦେଶ ପାଇଁ ଅଧିକ ମଜଭୂତ ହେବ ।

ନାସାର ଜେଟ୍ ପ୍ରୋପଲସନ୍ ଲାବ୍ରୋରଟୋରୀ ଦ୍ବାରା କରାଯାଇଥିବା ଏକ ଟ୍ବିଟ ଅନୁଯାୟୀ, କୋରୋନା ପାଇଁ ନିର୍ଦ୍ଦିଷ୍ଟ ଭେଣ୍ଟିଲେଟର ଭିଟଲ ପ୍ରସ୍ତୁତ କରିବାକୁ ନିର୍ମାତା ଚୟନ କରାଯାଇଛି । ଏହା ପାରମ୍ପା଼ରିକ ଭେଣ୍ଟିଲେଟର ତୁଳନାରେ ସରଳ ଏବଂ ଶସ୍ତା ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.