ETV Bharat / bharat

ନାସାର ବଡ଼ ସଫଳତା: ଅଲଟୀମାଥୁଲେ ଗ୍ରହରେ ମିଳିଲା ଜଳର ସନ୍ଧାନ

ଜଳର ସନ୍ଧାନରେ ଥିବା ନାଶାକୁ ମିଳିଲା ଅଲଟୀମାଥୁଲେ ନାମକ ଏକ ଗ୍ରହ। ଏହି ଗ୍ରହରେ ରହିଛି ମିଥେନ, ବରଫ ଏବଂ କିଛି ରାସାୟନିକ ପଦାର୍ଥ ।

ଫଟୋ ସୌଜନ୍ୟ: ନାସା
author img

By

Published : May 20, 2019, 6:42 AM IST

ନୂଆଦିଲ୍ଲୀ: ନାସାକୁ ମିଳିଲା ଆଉ ଏକ ବଡ଼ ସଫଳତା । ଏପର୍ଯ୍ୟନ୍ତ ସବୁଠୁ ବଡ଼ ଆବିଷ୍କାର କରିବାରେ ସଫଳ ହୋଇଛି ନାସା । ଜଳର ସନ୍ଧାନରେ ଥିବା ନାସାକୁ ମିଳିଲା ଅଲଟୀମାଥୁଲେ ନାମକ ଏକ ଗ୍ରହ। ଏହି ଗ୍ରହରେ ରହିଛି ମିଥେନ, ବରଫ ଏବଂ କିଛି ରାସାୟନିକ ପଦାର୍ଥ । ନାଶା ଅଲଟୀମାଥୁଲେର ଏକ ପ୍ରୋଫାଇଲ ମଧ୍ୟ ଜାରି କରିଛି ।

ନାଶା ପକ୍ଷରୁ ଜମା କରାଯାଇଥିବା ଡାଟା ଅନୁସାରେ ଜିଓଲଜିକାଲ ଏବଂ କମ୍ପୋଜିସନ ଆଧାରରେ ଏଭଳି ସୂଚନା ମିଳିଛି । ସେପଟେ ବୈଜ୍ଞାନିକଙ୍କୁ ଏହି ଗ୍ରହ ଉପରେ ବହୁ ତଥ୍ୟ ମିଳିଛି ଯାହାକୁ ନେଇ ବର୍ତ୍ତମାନ ଯାଞ୍ଚ ଚାଲିଛି । ବୈଜ୍ଞାନିକଙ୍କୁ ଏହି ଯାଞ୍ଚ ଜରିଆରେ ଜଣାଗଲା ଯେ ଅଲଟୀମାଥୁଲେରେ ସବୁଠୁ ବଡ ଗର୍ତ୍ତ ତଥା 8 କିମି ଯାଏଁ ଗଭୀର ଗାତ ରହିଛି । ଯାହାପରେ ବୈଜ୍ଞାନିକମାନେ ମିଶି ଏହି ଗର୍ତ୍ତର ନାଁ ରଖିଛନ୍ତି ମୈରୀଲ୍ୟାଣ୍ଡ କ୍ରେଟର ।

କୁହାଯାଉଛି ଯେ ଏହି କ୍ରେଟର ନିର୍ମାଣ କୌଣସି ଏକ ବଡ଼ ଉଲକା ପିଣ୍ଡ ଧକ୍କା ମାରିବା ଫଳରେ ହୋଇଛି । ଆଉ ଏହା ମଧ୍ୟ କୁହାଯାଉଛି ଯେ ବରଫ ଯୋଗୁଁ ଏପରି ଗର୍ତ୍ତ ହେବାର ବି ସମ୍ଭାବନା ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଥୁଲେରେ ଯେଉଁ ଲାଲ ରଙ୍ଗର କିଛି ପଦାର୍ଥ ଦେଖିବାକୁ ମିଳିଥିଲା ତାହା ଉକ୍ତ ଗ୍ରହରେ ରାସାୟନିକ ପଦାର୍ଥ ଥିବା ପ୍ରମାଣିତ ହେଉଛି । କୋଲୋରାଡୋସ୍ଥିତ ସାଉଥୱେଷ୍ଟ ରିସର୍ଚ୍ଚ ଇନଷ୍ଟିଟ୍ୟୁଟର ଏଲେନ ଷ୍ଟର୍ଣ୍ଣ କହିଛନ୍ତି, ଏବେ ବୈଜ୍ଞାନିକ ଏହି ଗ୍ରହର ଇତିହାସ ଜାଣିବା ପାଇଁ ଚେଷ୍ଟା କରୁଛି ।

Intro:Body:

FHJ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.