ETV Bharat / bharat

ଓଡିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ 'ନୂଆଁଖାଇ' ଜୁହାର - ପ୍ରଧାନମନ୍ତ୍ରୀଙ୍କ ନୂଆଁଖାଇ ଜୁହାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ମଙ୍ଗଳକାମନା କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 3, 2019, 3:17 PM IST

ନୂଆଦିଲ୍ଲୀ: ଆଜି ପବିତ୍ର ନୂଆଁଖାଇ ପର୍ବ । ଏଥିଲାଗି ଉତ୍ସବମୁଖର ପଶ୍ଚିମ ଓଡିଶା । କେବଳ ଓଡିଶା ନୁହେଁ ବିଦେଶରେ ଥିବା ଓଡିଆମାନେ ପାଳିଥାନ୍ତି ନୂଆଖାଇ । ନିଜର ଇଷ୍ଟଦେବଦେବୀଙ୍କୁ ପୂଜାର୍ଚ୍ଚନା କରି ନବାନ୍ନ ଦିଅନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ମଙ୍ଗଳକାମନା କରିଛନ୍ତି ।

Narendra Modi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ ଟ୍ବିଟର@narendramodi

ମୋଦି ନିଜ ଟ୍ବିଟର ଆକାଉଣ୍ଟରେ ଓଡିଶାବାସୀଙ୍କୁ ନୂଆଁଖାଇ ଜୁହାର ଭେଟି ଦେଇଛନ୍ତି । ସେ ଟ୍ବିଟର ଜରିଆରେ ଟ୍ବିଟ କରିଛନ୍ତି, ‘ନୂଆଁଖାଇ ଜୁହାର ! ଓଡିଶାର ଏକ ସର୍ବପୁରାତନ ପର୍ବ ନୂଆଁଖାଇର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ ଭାବରେ ଆମର ପରିଶ୍ରମୀ ଚାଷୀଭାଇ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି । ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ।’

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.