ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ପାଇଁ ବିଜେପରି ନୂଆ ନାରା ପାଲଟିଛି "ମୁଁ ବି ଚୌକିଦାର" । ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଜନ ସମୁଦ୍ରକୁ କହିଥିଲେ ଆପଣଙ୍କ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ଚୌକିଦାର ଜାଗ୍ରତ ଅଛି । ନିଜକୁ ଚୌକିଦାର କହିଥିବା ନରେନ୍ଦ୍ର ମୋଦିଙ୍କ ଏହି ନାରାରେ ତାଳ ଦେଇଥିଲା ବିଜେପି ଓ ଏହାର କର୍ମୀ । ସାରା ଦେଶରେ ଏହାକୁ ଖୁବ ଜୋରସୋରରେ ପ୍ରଚାର କରାଯାଇଥିବାବେଳେ ବିରୋଧୀ ମଧ୍ୟ ଏହି ନାରାକୁ ଖୁବ ସମାଲୋଚନା କରିଥିଲେ ।
Your Chowkidar is standing firm & serving the nation.
— Narendra Modi (@narendramodi) March 16, 2019 " class="align-text-top noRightClick twitterSection" data="
But, I am not alone.
Everyone who is fighting corruption, dirt, social evils is a Chowkidar.
Everyone working hard for the progress of India is a Chowkidar.
Today, every Indian is saying-#MainBhiChowkidar
">Your Chowkidar is standing firm & serving the nation.
— Narendra Modi (@narendramodi) March 16, 2019
But, I am not alone.
Everyone who is fighting corruption, dirt, social evils is a Chowkidar.
Everyone working hard for the progress of India is a Chowkidar.
Today, every Indian is saying-#MainBhiChowkidarYour Chowkidar is standing firm & serving the nation.
— Narendra Modi (@narendramodi) March 16, 2019
But, I am not alone.
Everyone who is fighting corruption, dirt, social evils is a Chowkidar.
Everyone working hard for the progress of India is a Chowkidar.
Today, every Indian is saying-#MainBhiChowkidar
ତେବେ ପୁଣି ଥରେ ନିର୍ବାଚନରେ ବିଜୟ ହାସଲ କରିବା ଲାଗି ବିଜେପି ମୋଦିଙ୍କ ଏହି ବକ୍ତବ୍ୟକୁ ବ୍ୟବହାର କରିଛି । ଆଜି ମୋଦି ନିଜର ଟ୍ଵିଟରରେ ଏକ ଭିଡିଓ ଟ୍ଵିଟ୍ କରି ‘ମୁଁ ବି ଚୌକିଦାର’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ୩ ମିନିଟ ୪୫ ସେକେଣ୍ଡର ଏହି ଭିଡିଓରେ କେବଳ ମୋଦି ସରକାରର ଚର୍ଚ୍ଚା ହୋଇଛି । 5 ବର୍ଷ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ବିଷୟରେ ଏଥିରେ ବର୍ଣ୍ଣନା ହୋଇଛି । ଏହାସହ ଭିଡିଓରେ ଦେଖାଯାଇଛି ଯେ ସମସ୍ତେ ଏହି ନାରା ସହ ତାଳ ‘ମୁଁ ବି ଚୌକିଦାର’ ବୋଲି କହୁଛନ୍ତି ।
ଟ୍ୱିଟରେ ମୋଦି ଲେଖିଛନ୍ତି ଯେ ଆପଣଙ୍କର ଚୌକିଦାର ଆଜି ସିଧା ଠିଆ ହୋଇଛି ଓ ଦେଶର ସେବା କରୁଛି । କିନ୍ତୁ ଏହି ଅଭିଯାନରେ ସେ ଏକୁଟିଆ ନାହାନ୍ତି । ଯେଉଁମାନେ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ଲଢୁଛନ୍ତି ସେମାନେ ବି ଜଣେ ଜଣେ ଚୌକିଦାର । ଯେଉଁମାନେ ଭାରତର ପ୍ରଗତି ପାଇଁ କଠିନ ପରିଶ୍ରମ କରୁଛନ୍ତି ସେମାନେ ବି ଜଣେ ଚୌକିଦାର । ଆଜି ପ୍ରତ୍ୟେକ ଭାରତୀୟ କହୁଛନ୍ତି ‘ମୁଁ ବି ଚୌକିଦାର’। ଏହି ଭିଡିଓରେ ଶେଷରେ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୩୧ ସନ୍ଧ୍ୟା ୬ଟା ସମୟରେ ତାଙ୍କ ସହିତ ଯୋଡି ହେବା ଲାଗି ଜନତାଙ୍କୁ ନିବେଦନ ମଧ୍ୟ କରିଛନ୍ତି ।