ETV Bharat / bharat

ବିରୋଧ ପ୍ରଦର୍ଶନ ମଧ୍ୟରେ କୋଲକାତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି - caa protest in kolkata

ବିରୋଧ ପ୍ରଦର୍ଶନ ମଧ୍ୟରେ 2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି ରାଜଧାନୀ କୋଲକାତାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଷ୍ଟୁଡେଣ୍ଟ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଛାତ୍ର ସଙ୍ଗଠନ।

narendra-modi-reached west-bengal
ଫାଇଲ ଫଟୋ
author img

By

Published : Jan 11, 2020, 4:23 PM IST

Updated : Jan 11, 2020, 4:58 PM IST

କୋଲକାତା: ଶନିବାର 2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି କୋଲକାତାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ କୋଲକାତା ମେୟର ଓ ପଶ୍ଚିମବଙ୍ଗର ଶହର ବିକାଶ ମନ୍ତ୍ରୀ ଫିରହାଦ ଖାନ ବିମାନବନ୍ଦରରେ ମୋଦିଙ୍କର ଭବ୍ୟ ସ୍ବାଗତ କରିଛନ୍ତି ।

କୋଲକାତାରେ ପହଞ୍ଚିଲେ ମୋଦି

ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି ଷ୍ଟୁଡେଣ୍ଟ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଛାତ୍ର ସଙ୍ଗଠନ। ଏପରିକି ସଙ୍ଗଠନର ଶତାଧିକ ଛାତ୍ରଛାତ୍ରୀ ରାସ୍ତାରେ ବିକ୍ଷୋଭ କରିବା ସହ ସିଏଏ ଓ ଏନ୍‌ଆରସିକୁ ବିରୋଧ କରି ‘ମୋଦି ଗୋ ବ୍ୟାକ୍‌’ ପୋଷ୍ଟର ହାତରେ ଧରି ପ୍ରଦର୍ଶନ କରିଛନ୍ତି।

ବିରୋଧ ପ୍ରଦର୍ଶନ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ବିମାନ ବନ୍ଦରରୁ ସହର ପର୍ଯ୍ୟନ୍ତ ସମସ୍ତ ରାସ୍ତାକୁ ଖାଲି କରି ଦିଆଯାଇଛି। ଏଥିସହ ବ୍ୟାରିକେଡ ମଧ୍ୟ ଲଗାଯାଇଛି। ପିଏମ ମୋଦି ଏହି ଗସ୍ତରେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକି ଅବସରରେ ଆୟୋଜନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

Intro:Body:

BLANK FOR LINK 

Conclusion:
Last Updated : Jan 11, 2020, 4:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.