ETV Bharat / bharat

ଅଯୋଧ୍ୟା ରାୟ ପରେ ପିଏମଙ୍କ ଟ୍ୱିଟ, ଦେଶ ଭକ୍ତିର ନିଦର୍ଶନ ଦେଖାଇବାକୁ ଆହ୍ବାନ - Narendra modi appeal indian

ଅଯୋଧ୍ୟା ରାୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା। ଶାନ୍ତି, ସଂଯମତା ବଜାୟ ରଖି ଭାଇଚାରା ଅତୁଟ ରଖିବାକୁ ଦେଶବାସୀଙ୍କୁ ଅନୁରୋଧ।

ଫାଇଲ ଫଟୋ
author img

By

Published : Nov 9, 2019, 1:29 PM IST

Updated : Nov 9, 2019, 6:45 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ ପାଇଛି । 5ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ଶୁଣାଇ ନିର୍ମୋହୀ ଆଖଡା, ସୁନି ୱାକଫ ବୋର୍ଡର ଦାବି ଖାରଜ କରିଦେଇଛନ୍ତି । ବିବାଦିତ 2.77 ଏକର ଜମିକୁ ରାମ ଜନ୍ମ ଭୂମି ନ୍ୟାସକୁ ଅଦାଲତ ଦେଇଛନ୍ତି। ଏହାସହ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର 5 ଏକର ଜାଗା ସହ ମସଜିଦ ନିର୍ମାଣ ପାଇଁ ଆବଶ୍ୟକ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟଙ୍କ ରାୟ ଉପରେ ଟ୍ବିଟ କରି ନିଜ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

PHOTO
ଫଟୋ ସୌଜନ୍ୟ: @narendramodi

ଏନେଇ ପିଏମ ମୋଦି କହିଛନ୍ତି ସର୍ବୋଚ୍ଚ ଅଦାଲତ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି। ଏହି ରାୟକୁ କୌଣସି ପକ୍ଷ ହାର ଜିତରେ ନେବା ଉଚିତ ନୁହଁ । ‘ରାମ ଭକ୍ତି ହେଉ ଅବା ରହିମ ଭକ୍ତି ବର୍ତ୍ତମାନର ସମୟ ଭାରତ ଭକ୍ତିର’ ର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହାସହ କହିଛନ୍ତି କୋର୍ଟଙ୍କ ଏହି ରାୟ ମହତ୍ତ୍ବପୂର୍ଣ୍ଣ। କାରଣ ଏହା ସୂଚାଉଛି କି କୌଣସି ବିବାଦର ସମାଧାନ ପାଇଁ ନ୍ୟାୟିକ ପ୍ରକ୍ରିୟା କେତେ ଗୁରୁତ୍ବପୂର୍ଣ୍ଣ । ଏହି ମାମଲାରେ ଜଡିତ ସମସ୍ତ ପକ୍ଷଙ୍କୁ ନିଜ ନିଜ ପକ୍ଷ ରଖିବାକୁ କୋର୍ଟ ପର୍ଯ୍ୟାପ୍ତ ସମୟ ଦେଇଥିଲେ । ନ୍ୟାୟର ମନ୍ଦିର ଦେଶର ଏହି ସର୍ବପୁରାତନ ମାମଲାକୁ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମାଧ୍ୟମରେ ସମାଧାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଏହି ରାୟ ଜନ ମାନସରେ କୋର୍ଟଙ୍କ ପ୍ରତି ବିଶ୍ବାସକୁ ଆହୁରି ଦୃଢୀଭୂତ କରିବ। ଆମଦେଶର ହଜାର ହଜାର ବର୍ଷର ଭାଇଚାରାକୁ 130 କୋଟି ଭାରତୀୟ ଶାନ୍ତି ଏବଂ ସଂଯମତାର ସହ ପରିଚୟ ଦେଉଛନ୍ତି।

Intro:Body:

ty

Conclusion:
Last Updated : Nov 9, 2019, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.