ETV Bharat / bharat

ମୋଦି 2.0: 91 ପ୍ରତିଶତ ମନ୍ତ୍ରୀ କୋଟିପତି, 22 ଜଣ ଦାଗି - rich

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ 51 ମନ୍ତ୍ରୀ କୋଟିପତି ଥିବା ବେଳେ 22 ଜଣଙ୍କ ବିରୋଧରେ ବିଭିନ୍ନ ଅପରାଧୀକ ମାମଲା ରହିଛି ।

ଫାଇଲ ଫଟୋ
author img

By

Published : Jun 1, 2019, 12:50 PM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ ପାଳିର କାର୍ଯ୍ୟକାଳ । ତେବେ ତାଙ୍କର ଦ୍ବିତୀୟ ପାଳିର ନବଗଠିତ ସରକାରରେ ମୋଦିଙ୍କ ସମେତ ଅଛନ୍ତି 58 ଜଣ ମନ୍ତ୍ରୀ । ସେଥିମଧ୍ୟରୁ 51 ମନ୍ତ୍ରୀ କୋଟିପତି ଥିବା ବେଳେ 22 ଜଣଙ୍କ ବିରୋଧରେ ବିଭିନ୍ନ ଅପରାଧୀକ ମାମଲା ରହିଛି । ଏସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସର ଏକ ରିପୋର୍ଟରୁ ଏହା ଜଣାପଡିଛି ।

ତେବେ ମୋଦିଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟରୁ 91 ପ୍ରତିଶତ ମନ୍ତ୍ରୀ କୋଟିପତି ଥିବା ଏଡିଆରର ଏକ ରିପୋର୍ଟରୁ ଜଣାପଡିଛି । ସମସ୍ତ ମନ୍ତ୍ରୀଙ୍କ ନିକଟରେ ପାଖାପାଖି 14.72 କୋଟି ଟଙ୍କାର ସମ୍ପତ୍ତି ରହିଛି । ଗୃହମନ୍ତ୍ରୀ ଅମିତ୍‌ ଶାହା, ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ଅକାଳି ଦଳର ହରସିମରତ କୌର ବାଦଲଙ୍କ ସମେତ 4 ଜଣ ମନ୍ତ୍ରୀ ନିଜ ପାଖରେ 40 କୋଟିରୁ ଅଧିକ ସମ୍ପତ୍ତି ଥିବା ଘୋଷଣା କରିଥିଲେ ।

ସେହିପରି ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଥିବା ମନ୍ତ୍ରୀଙ୍କ ମଧ୍ୟରୁ 22 ଜଣଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ ହୋଇଛି । 16 ଜଣଙ୍କ ନାମରେ ହତ୍ୟା ଉଦ୍ୟମ, ସାମ୍ପ୍ରଦାୟୀକ ଦଙ୍ଗା ଏବଂ ଆଚରଣ ବିଧି ଉଲଙ୍ଘନ ଭଳି ସଙ୍ଗୀନ ମାମଲା ରହିଛି ।

ସେପଟେ 8 ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା 10ମରୁ ଦ୍ବାଦଶ ମଧ୍ୟରେ ଥିବା ବେଳେ 47 ଜଣ ସ୍ନାତକ ଏବଂ ଜଣେ ମନ୍ତ୍ରୀ ଡିପ୍ଲୋମା ପାସ କରିଛନ୍ତି ।

Intro:Body:

sdfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.