ETV Bharat / bharat

‘ଜୁନ୍ 3 ସୁଦ୍ଧା ରିପୋର୍ଟ ଦାଖଲ କର’

ବିହାରର ମୁଜାଫରପୁର ସେଲଟର ହୋମ କେଳେଙ୍କାରୀ ମାମଲାରେ ଜୁନ୍ 3 ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ । ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ ।

ଫାଇଲ ଫଟୋ
author img

By

Published : May 7, 2019, 9:31 AM IST

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ସେଲଟର ହୋମ କେଳେଙ୍କାରୀ ମାମଲାରେ ଜୁନ୍ 3 ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ । ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ସୋମବାର ଏହି ମାମଲାରେ ସିବିଆଇକୁ ଜୁନ 3 ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ।

ସୂଚନା ଥାଉକି, ବିହାରର ମୁଜାଫରପୁର ଏକ ସେଲଟର ହୋମରେ 11 ଜଣ ଝିଅଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଥିଲା । ଏହା ସହ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ମଧ୍ୟ ଅଭିଯୋଗ ହୋଇଥିଲା । ଯାହାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ତେବେ ତଦନ୍ତ ସମୟରେ ଆବାସିକ ଗୃହରୁ ସେମାନଙ୍କର ଅସ୍ତି ବାହାରିଥିବା ଦେଖିବାକୁ ମିଳିଥିଲା ।

ସେପଟେ ଏହି ମାମଲାରେ ସମୁଦାୟ 21 ଜଣଙ୍କ ନାମରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.