ETV Bharat / bharat

ମୁଜାଫରପୁର ସେଲଟର ହୋମ ମାମଲା; 11 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ - Muzaffarpur shelter home

ମୁଜାଫରପୁର ସେଲଟର ହୋମ ମାମଲାରେ 11 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ। ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସମେତ 3 ମହିଳା ସାମିଲ।

Muzaffarpur shelter home case
ମୁଜାଫରପୁର ସେଲଟର ହୋମ ମାମଲା; 11 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
author img

By

Published : Feb 11, 2020, 5:33 PM IST

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ସେଲଟର ହୋମ ମାମଲାରେ 11 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସମେତ 3 ମହିଳା ସାମିଲ । ଏହାସହ କୋର୍ଟ ବ୍ରଜେଶ ଠାକୁରକୁ 32 ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜାନୁଆରୀ 20 ତାରିଖରେ କୋର୍ଟ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସମେତ 19 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିପରି ଦିଲ୍ଲୀର ସାକେତ କୋର୍ଟ ଫେବୃଆରୀ 4 ତାରିଖରେ ଦଣ୍ଡାଦେଶ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ 10 ଜଣଙ୍କୁ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ 9 ଜଣ ମହିଳାଙ୍କୁ ଅପରାଧିକ ଷଡଯନ୍ତ୍ର କରିବା ଲାଗି ଦୋଷୀ ଦର୍ଶାଇଥିଲେ କୋର୍ଟ । ଏହାସହ ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ କୋର୍ଟ । ଗତବର୍ଷ ଫେବୃଆରୀ 25 ତାରିଖରୁ ଏହାର ଶୁଣାଣି ହୋଇଥିଲା।

ସୌଜନ୍ୟ: @ANI

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.