ETV Bharat / bharat

ମୁସଲମାନଙ୍କ ଯୋଗୁଁ ୱାୟନାଡରୁ ଜିତିଲେ ରାହୁଲ: ଓୱେସି

କେରଳର ୱାୟନାଡ ଲୋକସଭା ଆସନରୁ ରାହୁଲ ଗାନ୍ଧୀଙ୍କ ବିଜୟୀ ହେବା ପଛରେ ମୁସଲମାନଙ୍କ ଭୂମିକା ରହିଛି ବୋଲି କହିଛନ୍ତି ହାଇଦ୍ରାବାଦ ସାଂସଦ ସାଦୁଦ୍ଦିନ୍ ଓୱେସି।

ଫାଇଲ ଫଟୋ
author img

By

Published : Jun 10, 2019, 11:28 AM IST

ହାଇଦ୍ରାବାଦ: ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ସପ୍ତଦଶ ଲୋକସଭା ନିର୍ବାଚନର ଫଳାଫଳ ବେଶ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି । କେଉଁଠି କେଉଁ ଦଳକୁ ଜବରଦସ୍ତ ସଫଳତା ମିଳିଥିବା ବେଳେ, ଅନ୍ୟଦଳ ସେଠାରେ ଖାତା ଖୋଲିବାରେ ସମର୍ଥ ହୋଇନାହାନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥର ଅନେକ ଦଳର ମଙ୍ଗୁଆଳଙ୍କ ସମେତ ବହୁ ବରିଷ୍ଠ ନେତା ନିର୍ବାଚନରେ ମାଟି କାମୁଡି ପଡିଛନ୍ତି । ଏହି ନେତାଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

2019 ଲୋକସଭା ନିର୍ବାଚନରେ ବ୍ୟକ୍ତିଗତ ଭାବେ ରାହୁଲ ଗାନ୍ଧୀଙ୍କୁ ମିଳିଛି ମିଶ୍ରିତ ସଫଳତା । ସେ ନିଜର ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ଆମେଠି ସଂସଦୀୟ କ୍ଷେତ୍ରରୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ 50 ହଜାର ଊଦ୍ଧ୍ୱ ଭୋଟରେ ହାରିଯାଇଛନ୍ତି । ଅନ୍ୟପଟେ ଦକ୍ଷିଣ ଭାରତୀୟ ରାଜ୍ୟ କେରଳର ୱାୟନାଡ ଲୋକସଭା ଆସନରୁ ପ୍ରାୟ 3 ଲକ୍ଷ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

ରାହୁଲ ଗାନ୍ଧୀଙ୍କ ସଫଳତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ହାଇଦ୍ରାବାଦ ସାଂସଦ ତଥା ଅଲ୍ ଇଣ୍ଡିଆ ମଜଲିସ୍ ଇତ୍ତୋଦୁହ ମୁସଲିମିନର ଅଧ୍ୟକ୍ଷ ଅସାଦୁଦ୍ଦିନ୍ ଓୱେସି । ଏନେଇ ସେ କହିଛନ୍ତି ୱାୟନାଡରୁ ରାହୁଲ ଗାନ୍ଧୀଙ୍କ ବିଜୟ ପଛରେ ମୁସଲମାନଙ୍କ ଭୂମିକା ରହିଛି । ତେବେ ସେଠାକାର ଜନସଂଖ୍ୟାର 40 ଭାଗ ହେଉଛନ୍ତି ମୁସଲିମ୍ । ଗତକାଲି ହାଇଦ୍ରାବାଦ ଠାରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ଓୱେସି ।

ଏଥିସହିତ ସେ ମଧ୍ୟ ଆହୁରି ମଧ୍ୟ କହିଛନ୍ତି ମୁସଲମାନଙ୍କୁ ଦେଶରେ ରହିବାର ଅଧିକାର ପାଇଥିବାରୁ ମୁଁ ଆଶାବାଦୀ । ସେମାନେ କାହାର ଦୟାରେ ବଞ୍ଚିବାକୁ ଚାହୁଁନାହାନ୍ତି । 1947 ଅଗଷ୍ଟ 15 ତାରିଖରେ ଦେଶକୁ ସ୍ବାଧିନତା ମିଳିଥିଲା । ଗାନ୍ଧୀ, ନେହେରୁ, ଆଜାଦ୍ ଏବଂ ଆମ୍ବେଦକରଙ୍କ ସ୍ବପ୍ନର ଭାରତବର୍ଷ ଗଠିତ ହୋଇଥିଲା ।

2019 ନିର୍ବାଚନରେ ଅନ୍ୟଦଳର ପରାଜୟ ସମ୍ପର୍କରେ ମତ ରଖି ଓୱେସି କହିଛନ୍ତି ଯେ, ଆପଣ କଂଗ୍ରେସ ଏବଂ ଅନ୍ୟ ଧର୍ମନିରପେକ୍ଷ ଦଳକୁ ଛାଡିବା ପାଇଁ ଚାହୁଁନାହାନ୍ତି । ମାତ୍ର ସେମାନଙ୍କ ନିକଟରେ କୌଣସି ଶକ୍ତିସାମର୍ଥ୍ୟ କିମ୍ବା ବିଚାରଧାରା ନାହିଁ । ବିଜେପିର ପରାଜୟ ପଞ୍ଜାବରେ ହୋଇଛି । ଦେଶରେ ଯେଉଁ ଭାଗରେ ବିଜେପିର ପରାଜୟ ହୋଇଛି ତାହା କେବଳ ଆଞ୍ଚଳିକ ଦଳ ପାଇଁ ହୋଇଛି । କଂଗ୍ରେସ ପାଇଁ ନୁହେଁ । କାରଣ ସେହି ଦଳର ମୁଖିଆ ନିଜେ ନିଜର ପାରମ୍ପରିକ ଆସନ ଆମେଠିରୁ ହାରି ଯାଇଥିବା ବେଳେ ପ୍ରଥମ ଥର ପାଇଁ ଲଢୁଥିବା ୱାୟନାଡ ଆସନରୁ ଜିତିଛନ୍ତି ।

କଟକ: ଆଲୋକିତ ହେଲା ଛତ୍ରବଜାର । ଲିଭିଲା ବ୍ୟବସାୟୀ ଙ୍କ ଦୁଃଖ । ସବୁ ଦିନ ପରି ସୁରୁଖୁରୁରେ ଚାଲିଲା ବେପାର । ଫନି ଯିବାର 5 ଦିନ ପରେ ଛତ୍ର ବଜାର ହେଲା ଆଲୋକମୟ । ଷ୍ଟିଟ ଲାଇଟ ଜରିଆରେ ଆରମ୍ଭ ହେଲା ବ୍ୟବସାୟ ।  ଯାହାକୁନେଇ ଉଭୟ ବ୍ୟବସାୟୀ ଓ ଗ୍ରାହକ ମାନେ ବେଶ ଆନନ୍ଦିତ  ।

ଫନି ର ତାଣ୍ଡବ ଦିନ ଠୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ବେଶ ଜଣାଶୁଣା ପରିବା ବଜାର ଛତ୍ରବଜାର  ଅନ୍ଧକାର ହୋଇପଡିଥିଲା । ଯାହାଫଳରେ  ଯାହା ଦିନରେ ବ୍ୟବସାୟ ସମ୍ଭବ ହୋଇପାରୁଥିଲା ।କିନ୍ତୁ କିଛି ଦିନର ଅନ୍ତରାୟ ପରେ ଆଜି ପୁଣି ହସି ଉଠିଛି ଛତ୍ର ବଜାର । ଜହାକୁ ନେଇ ଉଭୟ ବ୍ୟବସାୟୀ ଓ ଗ୍ରାହକ ବେଶ ଖୁସ । ଵର୍ତମାନ ସମସ୍ତ ପରିବା ଦର ସାମାନ୍ୟ ଚଢା ଦର ରେ ବିକ୍ରି ହେଉଥିବା ବେଳେ  ଆଳୁ କିଲ ପିଛା 15 ଟଙ୍କା ବିକ୍ରି ହେଉଛି ।  ଓ ପିଆଜ କିଲୋ ପିଛା 17 ଟଙ୍କା ଲେଖାଏଁ ବିକ୍ରି ହେଉଛି ଯାହା ଗ୍ରାହକ ମାନଙ୍କୁ ବେଶ ସୁହାଉଛି ।

Visual on WhatsApp plz check 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.