ଲକ୍ଷ୍ନୌ: ବରେଲୀ ଜିଲ୍ଲାର ଭମୋରା ଥାନାଞ୍ଚଳରେ ଦେଖିବାକୁ ମିଳିଛି ଏକ ନିଆରା ପର୍ବ । ଆଜି ଥିଲା ଶ୍ରାବଣ ମାସର ଶେଷ ସୋମବାର । ଫଳରେ ଶିବଙ୍କ ନିକଟରେ ଜଳଲାଗି କରିବା ପାଇଁ ବିଭିନ୍ନ ଶିବାଳୟରେ କାଉଡ଼ିଆଙ୍କ ବିଡ଼ ଦେଖିବାକୁ ମିଳିଥିଲା । ତେବେ ଏହି ଅବସରରେ ଭମୋରା ଥାନା ଅଧିକାରୀ ଜାଭେଦ ଖାନ ଶିବଙ୍କ ନିକଟରେ ଜଳଲାଗି କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ତେବେ ଜାଭେଦଙ୍କ ଏପରି କାର୍ଯ୍ୟ ଦେଖି ସମଗ୍ର ଉତ୍ତରପ୍ରଦେଶ ବାସିନ୍ଦା ତାଙ୍କର ପ୍ରଶଂସା କରୁଛନ୍ତି । ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ସୃଷ୍ଟି କରିଛନ୍ତି ବୋଲି ଭମୋରା ବାସୀ କହୁଛନ୍ତି ।
ଆଜି ଥିଲା ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଶେଷ ସୋମବାରରେ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଏହି ଅବସରରେ ଥାନା ପରିସରରେ ଶିବଙ୍କ ପୂଜାର ଆୟୋଜନ କରାଯାଇଥିଲା । ଏଠାରେ ମଧ୍ୟ କିଛି କାଉଡ଼ିଆ ଜଳଲାଗି କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ତେବେ ଏହି ଶିବାଳୟରେ ପ୍ରତିବର୍ଷ ଥାନା ଅଧିକାରୀମାନେ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି ।
ସେପଟେ ଭମୋରା ଥାନା ଅଧିକାରୀ ଜାଭେଦ ଖାନ ମଧ୍ୟ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ । ତେବେ ତାଙ୍କ କହିବା କଥା ହେଉଛି, ଚଳିତ ବର୍ଷ ଥାନାର ଅଧିକାରୀ ଜଣେ ମୁସଲିମ ସମ୍ପ୍ରଦାୟର ହୋଇଥିବା ବେଳେ ଏହି ପରମ୍ପରାର ବଜାୟକୁ ନେଇ ଥାନାର କର୍ମଚାରୀମାନେ ଦ୍ବନ୍ଦ୍ବରେ ପଡ଼ିଥିଲେ । ମାତ୍ରା ଏହା ଦୀର୍ଘଦିନର ପରମ୍ପରରା ହୋଇଥିବାରୁ ଏହାକୁ ବଜାୟ ରଖିବାକୁ ହେବ ବୋଲି ସେ କହିଥିଲେ ।
ସେପଟେ ଜାଭେଦ ଥାନାର ଅନ୍ୟ କିଛି କର୍ମଚାରୀଙ୍କ ସହିତ ମିଶି କଛଲା ଗଙ୍ଗା ଘାଟରୁ ପାଣି ଆଣିବା ସହିତ ଥାନା ପରିସରରେ ଥିବା ଶିବାଳୟରେ ଜଳଲାଗି କରିଥିଲା । ଏହି ଦୃଶ୍ୟ ସେଠାରେ ଥିବା ସମସ୍ତ ଶୈବଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବେଶ ଚକିତ କରିଥିଲା । ସେମାନେ ଥାନା ଅଧିକାରୀଙ୍କ ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ ।