ଲକ୍ଷ୍ନୌ:ଚଳିତବର୍ଷ କୋରୋନା କଟକଣା ମଧ୍ୟରେ ଦେଶବ୍ୟାପୀ ସମସ୍ତେ ଦୀପାବଳି ପାଳିଛନ୍ତି । ବାଣ ଫୁଟାଇବାରେ କଟକଣା ଲାଗିଥିବାବେଳେ ଘରେ ଦୀପ ଜାଳି ପରିବାର ସହ ସମୟ ବିତାଇଛନ୍ତି । ଏତିକିବେଳେ ଆଲିଗଡରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଯେଉଁଠି ଜଣେ ମୁସଲିମ ମହିଳା ମା' ଲକ୍ଷ୍ମୀ ଓ ଗଣେଶଙ୍କର ପୂଜାର୍ଚ୍ଚନା କରି ଦୀପାବଳି ପାଳନ କରିଛନ୍ତି । ଯାହା ଦେଶବାସୀଙ୍କୁ ସାମ୍ପ୍ରତିକ ସୌହାର୍ଦ୍ଦ୍ୟ ବାର୍ତ୍ତା ଦେଇଛି ।
ଆଲିଗଡ ଥାନା ଦେହଲି ଗେଟ ଅଞ୍ଚଳରେ ରୁହନ୍ତି ରୁବୀ ଆସିଫ ଖାନ । ପବିତ୍ର ଦୀପାବଳି ଅବସରରେ ଘରେ ଦୀପ ଲଗାଇ, ଘରକୁ ଖୁବ ସୁନ୍ଦର ଭାବରେ ସଜାଇ ମା' ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଥିଲେ । ଆଉ ସବୁଠୁ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଉଛି ତାଙ୍କର ଏହି ପୂଜାରେ ପାଖରେ ରହୁଥିବା ଅନ୍ୟ ମୁସଲିମ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ । ଆଉ ସମସ୍ତେ ମିଳିମିଶି ଖୁବ ସୁନ୍ଦର ଭାବରେ ହିନ୍ଦୁରିତିନୀତିରେ ମା'ଙ୍କୁ ଆରାଧନା କରିଥିଲେ ।
ରୁବ ଆସିଫ ଖାନ କହିଛନ୍ତି ଦୀର୍ଘ 21 ବର୍ଷ ଧରି ସେ ଏହିପରି ପୂଜାର୍ଚ୍ଚନା କରିଆସୁଛନ୍ତି । ପ୍ରଥମେ ସେ ଗୋଟିଏ ଦୀପ ଜାଳି ଦୀପାବଳି ପାଳନ କରିଥିବାବେଳେ ଏବେ 21 ବର୍ଷରେ 21 ଟି ଦୀପ ଜାଳି ଏହି ଉତ୍ସବ ପାଳନ କରୁଛନ୍ତି । ଯେଉଁଠି ଧର୍ମକୁ ନେଇ ଦଙ୍ଗା, ଆନ୍ଦୋଳନ ଭଳି ଘଟଣା ଦେଖିବାକୁ ମିଳୁଛି, ସେଇଠି ଏପରି ଘଟଣା ବିରଳ ନିଶ୍ଚୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ