ETV Bharat / bharat

ମୁର୍ଶିଦାବାଦ ଟ୍ରିପଲ ମର୍ଡର ଘଟଣା: ପୋଲିସ ହେପାଜତରେ ମୁଖ୍ୟ ଅଭିଯୁକ୍ତ - ମୁର୍ସିଦାବାଦ ଟ୍ରିପଲ ମର୍ଡର ଘଟଣା

ଶାରଦୀୟ ଦୁର୍ଗାପୂଜା ପାଇଁ ଉଠୁଥିଲା ପଡୁଥିଲା ପଶ୍ଚିମବଙ୍ଗ। ହେଲେ ପୂଜା ମାହୋଲରେ ହଠାତ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ଟ୍ରିପଲ ମର୍ଡର। ଏହି ଘଟଣାରେ ଜଡିତ ଥିବା ମୁଖ୍ୟ ଅଭିଯୁକ୍ତ ଉତ୍ପଳ ବେହରା ଏବେ ପୋଲିସ ଜାଲରେ ଫସିଛି।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Oct 15, 2019, 4:00 PM IST

କୋଲକାତା: ଶାରଦୀୟ ଦୁର୍ଗାପୂଜା ପାଇଁ ଉଠୁଥିଲା ପଡୁଥିଲା ପଶ୍ଚିମବଙ୍ଗ । ହେଲେ ପୂଜା ମାହୋଲରେ ହଠାତ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ଟ୍ରିପଲ ମର୍ଡର ଘଟଣା। ଏହି ଜିଲ୍ଲା ଜିଆଗଞ୍ଜସ୍ଥିତ ଏକ ଘରୁ ଉଦ୍ଧାର ହୋଇଥିଲା 35 ବର୍ଷୀୟ ବନ୍ଧୁ ପ୍ରକାଶ ପାଲ, ଗର୍ଭବତୀ ସ୍ତ୍ରୀ ବିୟୁଟି ଓ 8ବର୍ଷର ପୁଅ ଆଙ୍ଗନର ମୃତଦେହ।

ମଙ୍ଗଳବାର ଏ ଘଟଣାରେ କୋଲକାତା ପୋଲିସକୁ ମିଳିଛି ବଡ ସଫଳତା । ଧରା ପଡିଛି ଏପରି ହତ୍ୟାରେ ଜଡିତ ଥିବା ମୁଖ୍ୟ ଅଭିଯୁକ୍ତ ଉତ୍ପଳ ବେହରା । ସେ ଜଣେ ମିସ୍ତ୍ରୀ ହୋଇଥିବା ବେଳେ ସେ କିଛି ଦିନ ତଳେ ଦୁଇଟି ଜୀବନ ବୀମା କରାଇ ଦେବା ପାଇଁ ବନ୍ଧୁ ପ୍ରକାଶ ପାଲଙ୍କୁ ଆବଶ୍ୟକ ଅର୍ଥ ଦେଇଥିଲେ । ହେଲେ ଗୋଟିଏ ବୀମା ପାଇଁ ଚିଠା ଦେଇ ଦ୍ବିତୀୟର ଚିଠା ଦେଇନଥିଲେ ପ୍ରକାଶ । ଏନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ କଥା କଟାକଟି ହେଉଥିଲା।

ଉତ୍ପଳର କହିବା ଅନୁସାରେ ବନ୍ଧୁ ଥରେ ତାକୁ ଖୁବ ଅପଦସ୍ତ କରାଇଥିଲେ। ଏଥିରେ ରାଗ ରଖି ବନ୍ଧୁଙ୍କ ପରିବାରବର୍ଗଙ୍କୁ ହତ୍ୟା କରିବାର ନିଷ୍ପତ୍ତି ନେଇଥିବା ସ୍ବୀକାର କରିଛି ଅଭିଯୁକ୍ତ ଉତ୍ପଳ। ତେବେ ବନ୍ଧୁ ଓ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ପୁଅ ଆଙ୍ଗନକୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ପ୍ରକାଶ କରିଛି ସେ। ଏନେଇ ସୂଚନା ଦେଇଛନ୍ତି ମୁର୍ଶିଦାବାଦ ଏସପି ମୁକେଶ କୁମାର।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.