ETV Bharat / bharat

ଅଭିଯୁକ୍ତକୁ ଖୋଜୁଥିଲେ ପୋଲିସ, ମିଳିଲା ମୃତ ଶରୀର

ଏକ ହତ୍ୟା ମାମଲାରେ 2011ରୁ ଆତ୍ମଗୋପନ କରିଥିବା ଜଣେ ଅଭିଯୁକ୍ତର ଦିଲ୍ଲୀ ହସ୍ପିଟାଲରେ ମୃତ୍ୟୁ ଘଟିଛି ।

ଫାଇଲ ଫଟୋ
author img

By

Published : Jun 27, 2019, 3:14 PM IST

ନୂଆଦିଲ୍ଲୀ: ଦୀର୍ଘ ଆଠ ବର୍ଷ ଧରି ଅଭିଯୁକ୍ତକୁ ଖୋଜୁଥିଲେ ପୋଲିସ, ହେଲେ ଦିଲ୍ଲୀରେ ଏକ ହସ୍ପିଟାଲରେ ମିଳିଲା ଅଭିଯୁକ୍ତର ମୃତ ଶରୀର । ଗତ ଆଠ ବର୍ଷ ଧରି ହତ୍ୟା ମାମଲାରେ ଲୁଚି ବୁଲୁଥିବା ଅପରାଧୀର ଦିଲ୍ଲୀର ଏକ ହସ୍ପିଟାଲରେ ମୃତ୍ୟୁ ହେବା ନେଇ ଗତ ବୁଧବାର ପୋଲିସ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, 11 ଫେବୃୟାରୀ 2011ରେ ନୂଆଦିଲ୍ଲୀ ରେଳ ଷ୍ଟେସନ ନିକଟରେ ଏକ ଏୟାର ବ୍ୟାଗ ମିଳିଥିଲା । ଯେଉଁଥିରେ ଏକ ମହିଳା ମୃତଦେହ ବନ୍ଧା ହେବା ଅବସ୍ଥାରେ ମିଳିଥିଲା । ବହୁ ତଦନ୍ତ ପରେ ମହିଳାଙ୍କ ନାମ ନିତୁ ସୋଲାଙ୍କି ବୋଲି ଜଣାପଡିଥିଲା। ନିତୁଙ୍କ ପରିବାରର କହିବା ଅନୁଯାୟୀ ନିତୁ ଗତ 2010ରୁ ଘରୁ ଆସି ରାଜୁ ଗେହଲଟ ନାମକ ଜଣେ ଯୁବକଙ୍କ ସହ ଲିଭ୍ ଇନ୍ ରିଲେସନସିପ୍ରେ ରହୁଥିଲା । ତେବେ କ୍ରାଇମବ୍ରାଞ୍ଚର ବହୁ ତଦନ୍ତ ପରେ ମଧ୍ୟ ରାଜୁଙ୍କର କୌଣସି ଠିକଣା ମିଳିନଥିଲା।

ଦୀର୍ଘ 8 ବର୍ଷ ପରେ ଗତ 25 ଜୁନ୍ ରେ ରାଜୁ ନିଜ ମାଆଙ୍କୁ କଲ୍ କରି କହିଥିଲେ କି ସେ ଗୁରୁଗାଓଁର ଏକ ମେଡିକାଲରେ ଭର୍ତ୍ତି ଅଛି। କଲ୍ ଆଧାରରେ ପୋଲିସର ଏକ ଟିମ୍ ମେଡିକାଲରେ ପହଁଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।ତେବେ ତଦନ୍ତରୁ ଜଣା ପଡିଲା ଯେ ରାଜୁ ନିଜର ପରିଚୟ ଲୁଚାଇବାକୁ ଯାଇ ଗୁରୁଗ୍ରାମରେ ରୋହନ ଦହିୟା ନାମରେ ରହୁଥିଲା।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.