ମୁମ୍ବାଇ: ୱକହାର୍ଟ ହସ୍ପିଟାଲକୁ ହଟସ୍ପଟ ଘୋଷଣା କଲେ ସରକାର । କାରଣ ଏହି ହସ୍ପିଟାଲରେ ତିନି ଜଣ ଡାକ୍ତରଙ୍କ ସମେତ 26ଜଣ ନର୍ସ କୋରୋନାରେ ଆକ୍ରାନ୍ତ । କୌଣସି ଲୋକ ହସ୍ପିଟାଲ ଭିତରେ ପ୍ରବେଶ କରିପାରିବେ ନାହିଁ । ପୂର୍ବରୁ ଏଠାରେ ଆଡମିଟ ଥିବା 270 ରୋଗୀଙ୍କ ନମୁନା ମଧ୍ୟ ବର୍ତ୍ତମାନ ପରୀକ୍ଷା ପାଇଁ ନିଆଯାଇଛି ।
ହସ୍ପିଟାଲର ଆଉଡ ଡୋର ସେବା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରୋଗୀଙ୍କ ପାଇଁ ହସ୍ପିଟାଲ କ୍ୟାଣ୍ଚିନ ହିଁ ଯୋଗାଇବ ଖାଦ୍ୟ । ଏହାସହ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 745 ଛୁଇଁଥିବା ବେଳେ 45 ମୁଣ୍ଡ ନେଲାଣି ଭୂତାଣୁ। ମୃତକଙ୍କ ଭିତରୁ 30 ଜଣ ମୁମ୍ବାଇର ବୋଲି ଜଣାପଡିଛି ।