ମୁମ୍ବାଇ: ସୋନୁ ସୁଦଙ୍କୁ ପ୍ରଥମ ଥର ପ୍ରବାସୀଙ୍କ ସହ ଦେଖା କରିବାକୁ ରୋକାଯାଇଛି । ବାନ୍ଦ୍ରା ରେଳ ଷ୍ଟେସନରେ ଆରପିଏଫ୍ ଯବାନ ସୋନୁଙ୍କୁ ଅଟକାଇଥିଲେ । ସୋନୁ ଦୀର୍ଘ 45 ମିନିଟ ଧରି ଆରପିଏଫ୍ ଅଫିସରଙ୍କ ସହ ଆଲୋଚନା କରିଥିଲେ ମାତ୍ର ଆରପିଏଫର କହିବାନୁସାରେ, ରେଲୱେ ଡିଭିଜିନାଲ୍ ମ୍ୟାନେଜରଙ୍କ ଠାରୁ ଅନୁମତି ମିଳିନଥିବା କାରଣରୁ ସୋନୁଙ୍କୁ ଛଡାଯାଇନଥିଲା ।
ସୋନୁ କହିଥିଲେ କି ସେ ବାନ୍ଦ୍ରା ରେଳ ଷ୍ଟେସନରେ ଶ୍ରମିକମାନେ ଠିକ୍ ସେ ଯାଉଛନ୍ତି କି ନାହିଁ କୌଣସି ଅସୁବିଧା ହେଉଛି କି ନାହିଁ, ସେ ବିଷୟରେ ପଚାରିବାକୁ ଆସିଥିଲେ । ପ୍ରକାଶଥାଉକି, ବର୍ତ୍ତମାନ ସୋନୁ ଶ୍ରମିକଙ୍କୁ ସହାୟତା କରୁଥିବା ନେଇ ରାଜନୀତି ଜୋରସୋରରେ ଚାଲିଛି ।
ବିଜେପି-ଶିବସେନା ମଧ୍ୟରେ କଥା କଟାକଟି ଚାଲିଛି । ଶିବସେନା ସୋନୁଙ୍କୁ ବିଜେପିର ମୋହରା କହୁଥିବା ବେଳେ ବିଜେପି ଏହାକୁ ଶିବସେନାର ରାଜନୀତି ବୋଲି କହୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ