ETV Bharat / bharat

ସାଇବର କ୍ରାଇମ ରୋକିବ ସଲମାନ ଓ ଆମୀରଙ୍କ ଦୋସ୍ତି !

author img

By

Published : Feb 4, 2019, 5:56 PM IST

Updated : Feb 5, 2019, 12:26 PM IST

ଫେବୃୟାରୀ 1ରେ ହୋଇଥିବା ଏହି ଟ୍ବିଟରେ ପୋଲିସ ଲୋକଙ୍କୁ ସାଇବର କ୍ରାଇମ ବିଷୟରେ ଶିକ୍ଷା ଦେଇଛି । ଏକ ମଜାଦାର ଟ୍ବିଟ କରି ଚତ୍ମକାର ଭାବେ ଏହାକୁ ତୁଳନା କରି ଲେଖିଛି । ଏଥିପାଇଁ ଲୋକପ୍ରିୟ ଫିଲ୍ମ "ଅନ୍ଦାଜ ଆପନା ଆପନା"ର ଏକ ସିନ ପୋଷ୍ଟ କରି ଏଥିରେ ଏହାର ଏକ ପ୍ରସିଦ୍ଧ ଡାଏଲଗ ଲେଖିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@MumbaiPolice

ମୁମ୍ବାଇ: ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ମୁମ୍ବାଇ ପୋଲିସର ଟ୍ବିଟର ଆକାଉଣ୍ଟ ବେଶ ପ୍ରସିଦ୍ଧ । ବିଭିନ୍ନ ମଜାଦାର ତଥା ଶିକ୍ଷଣୀୟ ଟ୍ବିଟ କରି ଏହା ଲୋକଙ୍କୁ ବିଭିନ୍ନ ବିଷୟରେ ସଚେତନ କରିଥାଏ । ସେହିପରି ନିକଟରେ ଏହାର ଏକ ମଜାଦାର ଟ୍ବିଟ ଲୋକଙ୍କ ଦ୍ବାରା ଖୁବ ଆଦୃତ ହୋଇଛି ।

ଫେବୃୟାରୀ 1ରେ ହୋଇଥିବା ଏହି ଟ୍ବିଟରେ ପୋଲିସ ଲୋକଙ୍କୁ ସାଇବର କ୍ରାଇମ ବିଷୟରେ ଶିକ୍ଷା ଦେଇଛି । ଏକ ମଜାଦାର ଟ୍ବିଟ କରି ଚତ୍ମକାର ଭାବେ ଏହାକୁ ତୁଳନା କରି ଲେଖିଛି । ଏଥିପାଇଁ ଲୋକପ୍ରିୟ ଫିଲ୍ମ "ଅନ୍ଦାଜ ଆପନା ଆପନା"ର ଏକ ସିନ ପୋଷ୍ଟ କରି ଏଥିରେ ଏହାର ଏକ ପ୍ରସିଦ୍ଧ ଡାଏଲଗ ଲେଖିଛି । ଏହା ହେଉଛି "ଦୋ ଦୋସ୍ତ ଏକ କପ ମେଁ ଚାଏ ପିଏଙ୍ଗେ...ଇସ ସେ ଦୋସ୍ତି ବଢତି ହେ" । ଏହି ସିନରେ ସୁପରଷ୍ଟାର ଆମୀର ଖାନ ଓ ସଲମାନ ଖାନଙ୍କୁ ଦେଖିବାକୁ ମିଳିଛି । ତେବେ ଫିଲ୍ମର ଏହି ସଂଳାପ ଅସଲି ଜୀବନରେ ପ୍ରୟୋଗ ନକରିବା ପାଇଁ ପୋଲିସ ଲୋକଙ୍କୁ ଶିକ୍ଷା ଦେଇଛି ।
undefined

ଫିଲ୍ମରେ ଆମୀର ଓ ସଲମାନଙ୍କ ଦୋସ୍ତି ଭଳି କଚ୍ଚା ଖିଲାଡି ନ ହେବାକୁ ମୁମ୍ବାଇ ପୋଲିସ ଲେଖିଛି । ଟ୍ବିଟରେ ଏହା ଲେଖିଛି ଯେ ଗୋଟିଏ କପରେ ଚାହା ପିଇଲେ ବନ୍ଧୁତ୍ବ ବଢିଥାଏ କିନ୍ତୁ ଏହା ପାସୱାର୍ଡ ପାଇଁ ଗ୍ରହଣୀୟ ନୁହେଁ । ପାସୱାର୍ଡ ସେୟାରିଂ ପାଇଁ ଏହି ଡାଏଲଗ ଠିକ ନୁହେଁ । ନିଜ ପାସୱାର୍ଡ ନିଜ ପାଖରେ ସୁରକ୍ଷିତ ଭାବେ ରଖନ୍ତୁ । କାହା ସହ ଏହା ସେୟାର କରନ୍ତୁ ନାହିଁ ବୋଲି ପୋଲିସ ଜନତାଙ୍କୁ ପରାମର୍ଶ ଦେଇଛି । ଏଥିପାଇଁ #ପାସୱାର୍ଡ ଆପନା ଆପନା ନାମରେ ଏକ ଟ୍ରେଣ୍ଡିଂ ବାର୍ତ୍ତା ଏହା ଲୋକଙ୍କୁ ଦେଇଛି ।

ତେବେ ଏହି ଟ୍ବିଟକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଉଛି । ସେୟାର ହେବା ପରେ ଏହାକୁ 1600 ଲାଇକ ମିଳିଛି । ଏହାସହ 300 ଥର ରିଟ୍ବିଟ କରାଯାଇଛି । ମୁମ୍ବାଇ ପୋଲିସର ଏହିପରି ସଚେତନାମୂଳକ ଟ୍ବିଟକୁ ଲୋକେ ଖୁବ ତାରିଫ କରୁଛନ୍ତି ।

Intro:Body:

testing

Conclusion:
Last Updated : Feb 5, 2019, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.