ETV Bharat / bharat

‘ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଜବରଦସ୍ତି ଦସ୍ତଖସ୍ତ କରାଇଥିଲା ମୁମ୍ବାଇ ପୋଲିସ’

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଆସିଛି ପୁଣି ଏକ ନୂଆ ମୋଡ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପ୍ରସଙ୍ଗକୁ ନେଇ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ଏନେଇ କରିଛନ୍ତି ପ୍ରେସମିଟ । ଅଧିକ ପଢନ୍ତୁ..

Sushant Singh Rajput
Sushant Singh Rajput
author img

By

Published : Sep 3, 2020, 6:02 AM IST

Updated : Sep 3, 2020, 6:10 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଆସିଛି ପୁଣି ଏକ ନୂଆ ମୋଡ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପ୍ରସଙ୍ଗକୁ ନେଇ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ଏନେଇ କରିଛନ୍ତି ପ୍ରେସମିଟ । ଏଫଆଇଆରରେ ପରିବାର ସ୍ପଷ୍ଟ ଭାବେ ଲେଖିଛନ୍ତି ସୁଶାନ୍ତ ମାନସିକ ସ୍ଥିତି ପୁରା ଠିକ ଥିଲା । ସେ କୌଣସି ରୋଗରେ ପୀଡିତ ନଥିଲେ । ଏହାସତ୍ତ୍ବେ ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମ ପରିବାର ବିରୋଧରେ ଅପପ୍ରଚାର ଚଳାଇଛନ୍ତି । ଏହାସହ ସେ ସୁଶାନ୍ତଙ୍କ ପରିବାର ପ୍ରତି ଲାଗିଥିବା ଅଭିଯୋଗକୁ ଖଣ୍ଡନ ମଧ୍ୟ କରିଛନ୍ତି ।

ସେପଟେ ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେବାପାଇଁ ଗଣମାଧ୍ୟମ ଲାଗିଛନ୍ତି ବୋଲି କହିଛନ୍ତି ବିକାଶ । ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ ହେଉଛି । ଆଜି ପରେ ଯଦି ଏହା ହୁଏ ପରିବାର ଆଇନର ଆଶ୍ରୟ ନେବ ବୋଲି ସେ ଖୁଲମଖୋଲା କହିଛନ୍ତି । ସେହିପରି ସୁଶାନ୍ତଙ୍କ ଉପରେ କୌଣସି ଫିଲ୍ମ, ସିରିଏଲ, ପୁସ୍ତକ ଲେଖିବାକୁ ମନା କରିଛନ୍ତି । ପରିବାରର ବିନା ଅନୁମତିରେ କେହି କୌଣସି ସ୍କ୍ରିପ୍ଟ ରଚନା କଲେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବ ବୋଲି ପ୍ରେସମିଟ ମାଧ୍ୟମରେ କହିଛନ୍ତି ଓକିଲ ବିକାଶ ସିଂ ।

ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ସ୍ୱର୍ଗତ ଅଭିନେତାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଥିବା ବିଭିନ୍ନ ଦାବିକୁ ଖଣ୍ଡନ କରି ଦେଇଛନ୍ତି । ସିବିଆଇ ଦାୟିତ୍ୱ ନେବା ପୂର୍ବରୁ ପ୍ରାଥମିକ ଅନୁସନ୍ଧାନ କରୁଥିବା ମୁମ୍ବାଇ ପୋଲିସ ବିରୋଧରେ ବିକାଶ କିଛି ନୂଆ ଅଭିଯୋଗ ଆଣିଛନ୍ତି । ମୁମ୍ବାଇ ପୋଲିସର ରେକର୍ଡ ହୋଇଥିବା ବିବୃତ୍ତି ଉପରେ ସୂଚନା ଦେଇ ବିକାଶ କହିଛନ୍ତି, ‘ସୁଶାନ୍ତଙ୍କ ପରିବାର ଦାବି କରି କହିଛନ୍ତି ଯେ ମୁମ୍ବାଇ ପୋଲିସ ମରାଠୀରେ ଏକ ବିବୃତି ମଧ୍ୟ ଲେଖିଛି, ଯେଉଁଥିରେ ପରିବାର ଲୋକଙ୍କୁ ଦସ୍ତଖସ୍ତ କରିବାକୁ ବାଧ୍ୟ କରିଛନ୍ତି’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 3, 2020, 6:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.