ETV Bharat / bharat

ଯାତ୍ରୀଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମୁମ୍ବାଇ ବିମାନ ବନ୍ଦର, ସୋମବାର ଉଡାଣ ଭରିବ 50 ଘରୋଇ ବିମାନ - ଯାତ୍ରୀଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମୁମ୍ବାଇ ବିମାନ ବନ୍ଦର

ଗତ 2 ମାସ ଧରି ଲକଡାଉନ କାରଣରୁ ସମଗ୍ର ଦେଶରେ ଆବଶ୍ୟକୀୟ ସାମଗ୍ରୀକୁ ଛାଡି ଘରୋଇ ବିମାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ଯାହା ସୋମବାର ଠାରୁ ଆରମ୍ଭ ହେବ । ଅଧିକ ପଢନ୍ତୁ...

ଯାତ୍ରୀଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମୁମ୍ବାଇ ବିମାନ ବନ୍ଦର, ସୋମବାର ଉଡାଣ ଭରିବ 50 ଘରୋଇ ବିମାନ

author img

By

Published : May 25, 2020, 1:21 PM IST

ମୁମ୍ବାଇ: ଜିଭିକେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ପରିଚାଳନା କରୁଛି । ଜିଭିକେ ଦ୍ବାରା କୁହାଯାଇଥିଲା ଯେ, ପ୍ରଥମ ଦିନରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ 25ଟି ବିମାନ ଆଗମନ କରିବ ଏବଂ 25 ଟି ବିମାନ ପ୍ରସ୍ଥାନ କରିବାର ସମ୍ଭାବନା ଅଛି । ଲକଡାଉନ ପରେ ପ୍ରଥମ ଦିନରେ ହେବାକୁ ଥିବା 50ଟି ବିମାନର ଚଳାଚଳ ସମସ୍ତ କାର୍ଯ୍ୟ ବିମାନ ବନ୍ଦରର T2 ଟର୍ମିନାଲରୁ ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶ ଏବଂ ମହାରାଷ୍ଟ୍ର ସରକାର ଦେଇଥିବା ସବୁଜ ସଙ୍କେତ ପରେ ଜିଭିକେ ଏହି ବିବୃତ୍ତି ଜାରି କରିଛି।

ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ପରିଚାଳନା କରୁଥିବା ଜିଭିକେ, ମୁମ୍ବାଇ ବିମାନବନ୍ଦରରୁ ଯାତ୍ରା କରୁଥିବା ଏବଂ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚୁଥିବା ଯାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି। ଯେଉଁଥିରେ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦିଆଯାଇଛି । ଯାତ୍ରୀମାନେ ସମଗ୍ର ଯାତ୍ରା ସମୟରେ ମାସ୍କ, ଗ୍ଲୋଭସ ପିନ୍ଧିବା ଜରୁରୀ । 14 ବର୍ଷରୁ ଅଧିକ ପ୍ରତ୍ୟେକ ଯାତ୍ରୀଙ୍କୁ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପଡିବ ଏବଂ ଏଥିରେ ସବୁଜ ସ୍ଥିତି ଦେଖାଯିବା ଉଚିତ । ବିମାନ ବନ୍ଦରରେ ଯାତ୍ରୀଙ୍କୁ ଟଙ୍କା ଦେବା ନେବା କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରିବାକୁ ପଡିବ ।

ମୁମ୍ବାଇ ବିମାନବନ୍ଦରରେ ଏହା ସ୍ପଷ୍ଟ କରାଯାଇଛି ଯେ ଯେଉଁ ଯାତ୍ରୀଙ୍କ ବୟସ 80 ବର୍ଷରୁ ଅଧିକ କିମ୍ବା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ କିମ୍ବା ଗର୍ଭବତୀ ମହିଳା ଅଛନ୍ତି, ସେମାନେ ବିମାନ ଯାତ୍ରା ନକରିବା ଉଚିତ । ମୁମ୍ବାଇ ଆସୁଥିବା ଯାତ୍ରୀଙ୍କ ତାପମାତ୍ରା ସ୍କ୍ରିନିଂ ରାଜ୍ୟ ସରକାର ମୁମ୍ବାଇ ବିମାନବନ୍ଦରରେ କରିବେ ଏବଂ ସେମାନଙ୍କୁ 14 ଦିନ ପାଇଁ ଘରେ କ୍ବାରେଣ୍ଟାଇନରେ ରହିବାକୁ ପଡିବ।

ମୁମ୍ବାଇ ବିମାନବନ୍ଦର ପରିଚାଳନା କରୁଥିବା ଜିଭିକେ ଅଧିକାରୀମାନେ କହିଛନ୍ତି ଯେ, ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ ଏବଂ ବିମାନବନ୍ଦର ଟର୍ମିନାଲରେ ଦୁଇ ମିଟର ଦୂରତା ବଜାୟ ରଖିବାକୁ ପଡିବ । ସାନିଟାଇଜରକୁ ବିମାନବନ୍ଦରର ଟଚ ପଏଣ୍ଟରେ ରଖାଯିବ । ସୂଚନାଯୋଗ୍ୟ ଯେ ମୁମ୍ବାଇ ବିମାନବନ୍ଦର ଗତ କିଛି ଦିନ ଧରି ସମଗ୍ର ବିମାନବନ୍ଦର କମ୍ପ୍ଲେକ୍ସକୁ ସଫା କରିବା, ବିମାନବନ୍ଦର ଟର୍ମିନାଲର ଟଚ ପଏଣ୍ଟକୁ ସାନିଟାଇଜ ସହ ପରିଷ୍କାର କରିବା କାର୍ଯ୍ୟ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.