ETV Bharat / bharat

ହୋଲିରେ ଜଳିବ ଆତଙ୍କବାଦୀ ମସୁଦ ଅଜହର ଚିତା !

author img

By

Published : Mar 20, 2019, 8:37 PM IST

ମୁମ୍ବାଇର ବର୍ଲି ଅଞ୍ଚଳରେ ହୋଲିକା ସହ ଜୈଶ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ମୁଖ୍ୟ ମସୁଦ ଅଜହରର କୁଶ ପୁତ୍ତଳିକା ଦହନ କରାଯିବ । ଏନେଇ ମସୁଦ ଅଜହରର ଏକ ବିରାଟ କୁଶ ପୁତ୍ତଳିକା ପ୍ରସ୍ତୁତ କରାଯାଇଛି । ମସୁଦ ଅଜହର ବ୍ୟତିତ ଯୁବପିଢୀକୁ ନଷ୍ଟ କରୁଥିବା ପବ୍‌ଜି ଗେମର ଏକ ପୁତ୍ତଳା ମଧ୍ୟ ଦାହ କରାଯିବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତା 21ରେ ସମଗ୍ର ଦେଶ ପାଳିବ ରଙ୍ଗର ପର୍ବ ହୋଲି । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ପ୍ରାୟତଃ ସମାପ୍ତ ହୋଇସାରିଛି । ତେବେ ରଙ୍ଗ ଖେଳରେ ମଜି ଯିବା ପୂର୍ବରୁ ହୋଲିକା ଦହନ କାର୍ଯ୍ୟକ୍ରମ ହେବ । ଦେଶର ଅନେକ ରାଜ୍ୟରେ ଆଜି ସନ୍ଧ୍ୟାରେ ହୋଲିକା ଦହନ କରାଯିବ । ତେବେ ହୋଲିକା ଦହନର ପ୍ରସ୍ତୁତି ମଧ୍ୟରେ ମୁମ୍ବାଇରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମୁମ୍ବାଇର ବର୍ଲି ଅଞ୍ଚଳରେ ହୋଲିକା ସହ ଜୈଶ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ମୁଖ୍ୟ ମସୁଦ ଅଜହରର କୁଶ ପୁତ୍ତଳିକା ଦହନ କରାଯିବ । ଏନେଇ ମସୁଦ ଅଜହରର ଏକ ବିରାଟ କୁଶ ପୁତ୍ତଳିକା ପ୍ରସ୍ତୁତ କରାଯାଇଛି ।

ତେବେ ମସୁଦ ଅଜହର ବ୍ୟତିତ ଯୁବପିଢୀକୁ ନଷ୍ଟ କରୁଥିବା ପବ୍‌ଜି ଗେମର ଏକ ପୁତ୍ତଳା ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହାକୁ ହୋଲିକା ସହ ମିଶାଇ ଦହନ କରାଯିବ ବୋଲି ଜଣା ପଡିଛି ।

ବିଶ୍ବକୁ ଆତଙ୍କବାଦୀମୁକ୍ତ କରିବାର ବାର୍ତ୍ତା ଦେବାପାଇଁ କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହରର ପୁତ୍ତଳିକାକୁ ଦହନ କରାଯାଉଛି ବୋଲି ଆୟୋଜକ ମାନେ କହିଛନ୍ତି ।

Intro:Body:

ଜବତ ହେଲା ହିଜବ୍ବୁଲ ମୁଜାହିଦ୍ଦୀନର ସମ୍ପତ୍ତି

ଶ୍ରୀନଗର: ଆତଙ୍କୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ପଦକ୍ଷେପ । ଆତଙ୍କୀ ଫଣ୍ଡିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲା ଇଡି । ଆତଙ୍କୀ ସଙ୍ଗଠନ ହିଜବ୍ବୁଲ ମୁଜାହିଦ୍ଦୀନର ମୁଖିଆ ସଇଦ ସଲାଉଦ୍ଦୀନର ଜମ୍ମୁ କଶ୍ମୀରରେ ଥିବା 13ଟି ସମ୍ପତ୍ତି ଜବତ କରିଛି ଇଡି । କିନ୍ତୁ ସଲାଉଦ୍ଦୀନ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡିରେ ରହୁଛି ।

ଧନ ସଂଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁଯାୟୀ ହିଜବ୍ବୁଲ ବିରୁଦ୍ଧରେ ଇଡି ସମ୍ପତ୍ତି ଜବତ କରିବା ପାଇଁ ନୋଟିସ ଜାରି କରିଥିଲା । ଏହି ସମ୍ପତ୍ତି ବନ୍ଦିପୋରା ବାସିନ୍ଦା ମହମ୍ମଦ ଶାଫି ଶାହ ଓ ଆତଙ୍କୀ ସଙ୍ଗଠନ ସହ ଜଡିତ ରାଜ୍ୟର 6 ଜଣଙ୍କ ନାମରେ ରହିଛି । ପୂର୍ବରୁ ସଲାଉଦ୍ଦୀନ, ସାହ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ ଗତିବିଧି ନିୟନ୍ତ୍ରଣ ଅଧିନିୟମ (ୟୁଏପିଏ) ଆଧାରରେ ଅଭିଯୋଗ ପତ୍ର ଦାଖଲ କରିଥିଲା ଇଡି ।   

ନିକଟରେ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣାରେ ହିଜ୍ଜବୁଲ ଆତଙ୍କୀ ସଙ୍ଗଠନର ନାମ ସାମନାକୁ ଆସିଥିଲା । ତେବେ ଆକ୍ରମଣକାରୀ ୟାସିର ଭଟ୍ଟକୁ ଗିରଫ କରିଥିଲା ପୋଲିସ । ହିଜ୍ଜବୁଲ କମାଣ୍ଡରର ନିର୍ଦ୍ଦେଶକ୍ରମେ ୟାସିର ବସଷ୍ଟାଣ୍ଡରେ ଗ୍ରେନେଡ ମାଡ କରିଥବା ସ୍ୱୀକାର କରିଥିଲା । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.