ETV Bharat / bharat

ବିଭିନ୍ନତା ମଧ୍ୟରେ ଏକତା: ଅଯୋଧ୍ୟା ରାୟ ପରେ କୋଳାକୋଳି ହିନ୍ଦୁ-ମୁସଲିମ

ପ୍ରକାଶ ପାଇଛି ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାୟ । ଯାହାକୁ ଉଭୟ ହିନ୍ଦୁ ଓ ମୁସଲିମ ଖୁସିରେ ଗ୍ରହଣ କରିଛନ୍ତି । ତେବେ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ମୁମ୍ବାଇର ଢବ୍ବାବାଲା ସଂଘର ସଦସ୍ୟ ଓ ଭିଣ୍ଡି ବଜାରର ମୁସଲିମ ଲୋକଙ୍କୁ ଭେଟି ପରସ୍ପର ଆଲିଙ୍ଗନ କରିଛନ୍ତି ।

author img

By

Published : Nov 10, 2019, 1:08 PM IST

ଫଟୋ ସୌଜନ୍ୟ : ଏଏନଆଇ

ହାଇଦ୍ରାବାଦ: ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାୟ ପ୍ରକାଶ ପରେ ମୁମ୍ବାଇର ଢବ୍ବାବାଲା ମାନେ ଭିଣ୍ଡି ବଜାରର ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଆଲିଙ୍ଗନ କରି ଭାଇଚାରାର ନିଦର୍ଶନ ଦେଖାଇଛନ୍ତି । ଢବ୍ବାବାଲା ସଂଘର ସଭାପତି କହିଛନ୍ତି ମୁସଲମାନ ସମ୍ପ୍ରଦାୟ ଭାଈମାନେ ଆଯୋଧ୍ୟା ରାୟକୁ ଗ୍ରହଣ କରିଛନ୍ତି । ସମଗ୍ର ଭାରତ ବର୍ଷରେ ଶାନ୍ତି ଓ ଭାଇଚାରାର ସମ୍ପର୍କ ବଜାୟ ରଖିବା ପାଇଁ କହିଛନ୍ତି । ଅଯୋଧ୍ୟା ରାୟ ପରେ ମୁମ୍ବାଇ ଢବ୍ବାବାଲା ସଂଘର ସଦସ୍ୟ ଓ ମୁସଲିମ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଏକଜୁଟ ଓ ବିଭିନ୍ନତା ମଧ୍ୟରେ ଏକତା ରହିଛି ବୋଲି ପ୍ରମାଣ କରିଛନ୍ତି ।

ଦୀର୍ଘ ବର୍ଷର ମାମଲା ଅଯୋଧ୍ୟା ବିବାଦ ରାୟ ସୁପ୍ରିମକୋର୍ଟ ପ୍ରକାଶ କରି ବିବାଦରେ ଥିବା 2.77 ଜମିକୁ ରାମ ମନ୍ଦିର ନିର୍ମାଣ ସହ ଏକ ଟ୍ରଷ୍ଟ ଗଠନ କରିବା ପାଇଁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସୁନ୍ନୀ ୱାକଫ ବୋର୍ଡକୁ ଅଯୋଧ୍ୟାରେ ଅନ୍ୟତ୍ର 5 ଏକର ଜମିରେ ମସଜିଦ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପିଠ ଏହି ଘୋଷଣା କରିଛି । ଏହି ଖଣ୍ଡପିଠରେ ମୁଖ୍ୟ ବିଚାର ପତି ଜଷ୍ଟିସ ରଞ୍ଜନ ଗୋଗୋଇ , ଏସ ଏ ବୋବଡେ, ଡିୱାଇ ଚନ୍ଦ୍ରଚୂଡ, ଅଶୋକ ଭୂଷଣ, ଏସ ଅବଦୁଲ ନାଜିର ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିଥିଲେ । ପୂର୍ବରୁ 2010 ମସିହାରେ ଆହ୍ଲାବାଦ ହାଇକୋର୍ଟ ରାୟ ପ୍ରକାଶ କରିଥିଲା ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.