ETV Bharat / bharat

ଗୋଟିଏ ଦିନରେ କୋରୋନା ନେଲା 6 ପୋଲିସକର୍ମୀଙ୍କ ଜୀବନ

author img

By

Published : May 23, 2020, 9:03 AM IST

କୋରୋନା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଏବେ କୋରୋନା ଯୋଦ୍ଧାଙ୍କ ଉପରେ ନିଜର କାୟା ବିସ୍ତାର କରିଛି । ଏହି କ୍ରମରେ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 6 ପୋଲିସକର୍ମୀଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

corona
ଗୋଟିଏ ଦିନରେ କୋରୋନା ନେଲା 6 ପୋଲିସକର୍ମୀଙ୍କ ମୁଣ୍ଡ

ମୁମ୍ବାଇ: କୋରୋନା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଏବେ କୋରୋନା ଯୋଦ୍ଧାଙ୍କ ଉପରେ ନିଜର କାୟା ବିସ୍ତାର କରିଛି । ଏହି କ୍ରମରେ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 6 ପୋଲିସକର୍ମୀଙ୍କ କୋରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ 18 ଜଣ ପୋଲିସ କର୍ମଚାରୀ କୋରୋନାରେ ପ୍ରାଣ ହରାଇଲେଣି । ଏପଟେ ଗତ 48 ଘଣ୍ଟାରେ ମହାରାଷ୍ଟ୍ରରେ 278 ପୋଲିସକର୍ମୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ 1666 ଜଣ ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ଏପଟେ ଏହାକୁ ନେଇ ବିଜେପି ଦଳ ଉଦ୍ଧବ ଠାକରେଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମହାବିକାଶ ଅଘାଡୀ ସରକାରଙ୍କ ଉପରେ ପୋଲିସକର୍ମୀଙ୍କ ଠିକ୍ ଭାବରେ ଯତ୍ନ ନିଆଯାଉନାହିଁ ଏବଂ ସେମାନଙ୍କୁ ସଠିକ୍ ସୁରକ୍ଷା ଯୋଗାଇ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି।

ସେହିପରି ପୂର୍ବତନ ଆଇପିଏସ୍ ଅଧିକାରୀମାନେ ଏହି ପ୍ରସଙ୍ଗକୁ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ଦାବି କରିଛନ୍ତି। ପୂର୍ବତନ ଆଇପିଏସ୍ ପିକେ ଜୈନ କହିଛନ୍ତି, ଯଥାଶୀଘ୍ର ପୋଲିସକର୍ମୀଙ୍କୁ ସୁରକ୍ଷା କିଟ୍ ଯୋଗାଇବା ଉଚିତ । କାରଣ ନିୟମ ଅନୁଯାୟୀ ସେମାନଙ୍କୁ ଡ୍ୟୁଟି କରିବାକୁ ପଡିବ।

ପ୍ରକାଶ ଥାଉକି, ସମଗ୍ର ଦେଶରେ ମହାରାଷ୍ଟ୍ର ରାଜ୍ୟ କୋରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ 40 ହଜାର ପାର କରିଛି ଆକ୍ରାନ୍ତ ସଂଖ୍ୟା । ଏହା ମଧ୍ୟରେ ମହାରାଷ୍ଟ୍ରରେ କୋରୋନା ଯୋଦ୍ଧାଙ୍କ ଉପରେ ସବୁଠାରୁ ଅଧିକ ବିପଦ ରହିଛି । ଏଣୁ ଏଭଳି ପରିସ୍ଥିତିରେ ସରକାର ସେମାନଙ୍କୁ ଯଥାଶୀଘ୍ର ସୁରକ୍ଷା ଯୋଗାଇବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.