ETV Bharat / bharat

ତିହାର ଜେଲରେ ମୁଜାଫରପୁର ଆଶ୍ରମ ଦୁର୍ଷ୍କମ ମାମଲାର ଦୋଷୀ ମୃତ

author img

By

Published : Dec 9, 2020, 11:43 AM IST

ବିହାରର ମୁଜାଫରପୁରରେ ଆଶ୍ରମରେ ହୋଇଥିବା ଦୁର୍ଷ୍ଖମ ଘଟଣାର ମୁୁଖ୍ୟ ଅଭିଯୁକ୍ତ ରାମାନୁଜ ଠାକୁରର ମୃତ୍ୟୁ । ଅଧିକ ପଢନ୍ତୁ...

ମୁଜାଫାରପୁର ଆଶ୍ରମ ଦୁର୍ଷ୍କମ ମାମଲାର ଦୋଷୀ ରାମାନୁଜ ଠାକୁରର ମୃତ୍ୟୁ
mujjafarpur shelter home rape case accused died in tihar jail

ନୂଆଦିଲ୍ଲୀ: ମୁଜାଫରପୁର ଆଶ୍ରମରେ ହୋଇଥିବା ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମାନୁଜ ଠାକୁରଙ୍କ ଦେହାନ୍ତ । ବୁଧୁବାର ତିହାର ଜେଲରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାନୁସାରେ, ବିହାରର ମୁଜାଫାରପୁରରେ ଥିବା ଆଶ୍ରମରେ ହୋଇଥିବା ଦୁର୍ଷ୍କମ ଘଟଣାରେ 21ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏଥିରେ ବୁଜେଶ ଠାକୁର ଓ ରାମାନୁଜ ଠାକୁରଙ୍କୁ ମୁଖ୍ୟ ଦୋଷୀ ଭାବରେ ଗିରଫ କରାଯାଇଥିଲା । ଦୋଷୀ ରାମାନୁଜଙ୍କୁ ତିହାର ଜେଲରେ ରଖାଯାଇଥିଲା । ତେବେ ଡିସେମ୍ବର ତିନି ତାରିଖରେ ତିହାର ଜେଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 70ବର୍ଷ ବୟସ ହୋଇଥିବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ଆଶ୍ରମରେ ଥିବା ପିଲାମାନଙ୍କୁ ଦୁର୍ଷ୍କମ ହୋଇଥିବା ଘଟଣାରେ 11 ଫେବୃଆରୀ 2020ରେ ସାକେତ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । 23 ଫେବୃଆରୀ 2019ରେ ତାଙ୍କୁ ତିହାର ଜେଲକୁ ଅଣାଯାଇଥିଲା । ଏହା ସହ ତାଙ୍କ ଉପରେ 60ହଜାର ଟଙ୍କାର ଜୋରିମାନା ରହିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.