ETV Bharat / bharat

ଫୁଲପ୍ରେମୀଙ୍କ ଅପେକ୍ଷାର ଅନ୍ତ, ଫେବୃଆରୀ 5ରେ ଖୋଲିବ ମୋଗଲ ଗାର୍ଡେନ - Mughal Gardens

ଆଉ ଦିନକର ଅପେକ୍ଷା । ସାଧାରଣ ଜନତାଙ୍କ ପାଇଁ ଖୋଲିବ ମୋଗଲ ଗାର୍ଡେନ । ଚଳିତବର୍ଷ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ 'ଗ୍ରେସ ଦ ମୋନାକୋ' ନାମକ ଗୋଲାପ ଫୁଲ। ଅଧିକ ପଢନ୍ତୁ...

Mughal Gardens will open for general public on 5 February
ମୋଗଲ ଗାର୍ଡେନରେ ମନମୋହିବ ଟ୍ୟୁଲିପ
author img

By

Published : Feb 3, 2020, 10:19 PM IST

ନୂଆଦିଲ୍ଲୀ: ମୋଗଲ ଗାର୍ଡେନରେ ଟ୍ୟୁଲିପ, ଗୋଲାପ ଓ ଅନ୍ୟ କିସମର ଫୁଲକୁ ଦେଖିବା ଅପେକ୍ଷାରେ ଥାନ୍ତି ସମସ୍ତେ। ଫୁଲପ୍ରେମୀଙ୍କୁ ମୋଗଲ ଗାର୍ଡେନ ବୁଲିବାକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । କାରଣ ଫେବୃଆରୀ 5 ତାରିଖରେ ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଯାଉଛି ମୋଗଲ ଗାର୍ଡେନ। । ଏହା ପୂର୍ବରୁ ଫେବୃଆରୀ 4ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବାର୍ଷିକ ଉଦ୍ୟାନୋତ୍ସବର ଉଦଘାଟନ କରିବେ ।

ଯେଉଁଥିପାଇଁ ସିଧା ସଳଖ ପ୍ରବେଶ କରିବା ସହ ଅନଲାଇନ ଆଡଭାନ୍ସ ବୁକିଙ୍ଗର ନିଃଶୁଳ୍କ ବ୍ୟବସ୍ଥା କରାଯାଇଛି। ପ୍ରେଜେଣ୍ଟ ଇଷ୍ଟେଟ 35 ନମ୍ବର ଗେଟରେ ମୋଗଲ ଗାର୍ଡେନ ଭିତରେ ପ୍ରବେଶ କରିବେ। ଚଳିତବର୍ଷ ଗାର୍ଡେନରେ ପ୍ରାୟ 10 ହଜାର ଟ୍ୟୁଲିପ ଫୁଲ, 138 ପ୍ରକାରର ଗୋଲାପ ଓ 70 ହଜାରର ବିଭିନ୍ନ କିସମର ଫୁଲ ଲୋକଙ୍କୁ ଆକର୍ଷିତ କରିବ।

ମୋଗଲ ଉଦ୍ୟାନ 5 ଫେବୃଆରୀରୁ 8 ମାର୍ଚ୍ଚ ପର୍ଯ୍ୟନ୍ତ ଖୋଲା ରହିବ। ସୋମବାର ବ୍ୟତୀତ ସପ୍ତାହର ଅନ୍ୟ ସମସ୍ତ ବାରରେ ସକାଳ 10ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଖୋଲା ରହିବ। ଟ୍ୟୁଲିପ ଓ ଗୋଲାପ ଫୁଲ ପାଇଁ ପ୍ରସିଦ୍ଧ ମୋଗଲ ଉଦ୍ୟାନ ଚଳିତଥର 'ଗ୍ରେସ ଦ ମୋନାକୋ' ନାମକ ଗୋଲାପ ଫୁଲ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

ଗାର୍ଡେନ ଭିତରେ ପ୍ରବେଶ କରିବା ପରେ ରାଷ୍ଟ୍ରପତି ଭବନ ସଂଗ୍ରହାଳୟକୁ ମଧ୍ୟ ଦେଖିହେବ। ଗାର୍ଡେନ ଭିତରେ ପାଣି ବୋତଲ, ବ୍ରିଫକେସ, ହ୍ୟାଣ୍ଡବ୍ୟାଗ, ପର୍ସ, କ୍ୟାମେରା, ରେଡିଓ, ବକ୍ସ, ଛତା ଓ ଖାଦ୍ୟପଦାର୍ଥ ସାମଗ୍ରୀ ନେବା ପାଇଁ ବାରଣ କରାଯାଇଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.