ETV Bharat / bharat

ଝାରସୁଗୁଡାରେ IIT ପ୍ରତିଷ୍ଠା ପାଇଁ ଲୋକସଭାରେ ସୁରେଶ ପୁଜାରୀଙ୍କ ଦାବି - ଆଇଆଇଆଇଟି

ଝାରସୁଗୁଡାରେ ଆଇଆଇଆଇଟି ପ୍ରତିଷ୍ଠା ପାଇଁ ଲୋକସଭାରେ ଦାବି କଲେ ବରଗଡ ସାଂସଦ ସୁରେଶ ପୁଜାରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

MP Suresh Pujari
MP Suresh Pujari
author img

By

Published : Mar 20, 2020, 11:35 PM IST

ନୂଆଦିଲ୍ଲୀ: ଶୁ୍କ୍ରବାର ଲୋକସଭାରେ ପାରିତ ହୋଇଛି ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଆଇଆଇଆଇଟି) ସଂଶୋଧନ ବିଲ -2020 । ଏହି ବିଲ ଶୁକ୍ରବାର ଲୋକସଭାର ଲିଷ୍ଟ ଅଫ ବିଜନେସରେ ସ୍ଥାନ ପାଇଥିଲା । ଯେଉଁଥିରେ ସମସ୍ତ ଦଳର ସାଂସଦ ଭାଗନେଇ ବିଲକୁ ସମର୍ଥନ କରିଥିଲେ ।

ଝାରସୁଗୁଡାରେ IIIT ପ୍ରତିଷ୍ଠା ପାଇଁ ଲୋକସଭାରେ ସୁରେଶ ପୁଜାରୀଙ୍କ ଦାବି

ଓଡିଆ ସାଂସଦ ଭାବେ ବରଗଡ ସାଂସଦ ସୁରେଶ ପୂଜାରୀ ଆଲୋଚନାରେ ଭାଗନେଇ ନିଜ ପ୍ରସ୍ତାବ ରଖିଥିଲେ । ସୁରେଶ କହିଥିଲେ ମୋର ସଂସଦୀୟକ୍ଷେତ୍ର ଝାରସୁଗୁଡାରେ ଅନେକ ପ୍ରତିଷ୍ଠିତ ଶିକ୍ଷା ସଂସ୍ଥାନ ଓ ଶିଳ୍ପ ସଂସ୍ଥା ଅଛି । ଝାରସୁଗୁଡାର ଅନେକ ଜାତୀୟସ୍ତରର ଶିଳ୍ପ ସଂସ୍ଥା ପୁଞ୍ଜିନିବେଶ କରିଛନ୍ତି । ଫଳରେ ଜିଲ୍ଲାରେ ଅନେକ କଳକାରଖାନା ପ୍ରତିଷ୍ଠା ହୋଇଛି । ଝାରସୁଗଡା ସମେତ ଆଖପାଖ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ରାଜ୍ୟ ବାହାରେ ଭଲ ପଦପଦବୀରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ଅଛନ୍ତି । ଝାରସୁଗୁଡାର ଏକ ଆଧୁନିକ ବିମାନ ବନ୍ଦର ମଧ୍ୟ ପ୍ରତିଷ୍ଠା ହୋଇଛି । ଏତେ ସବୁ ଥିବା ସତ୍ବେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଏକ ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ନାହିଁ । ଯଦ୍ବାରା ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଛି । ତେଣୁ ଆଗାମୀ ଦିନରେ ଝାରସୁଗୁଡାରେ ଏକ ଆଇଆଇଆଇଟି ପ୍ରତିଷ୍ଠା ପାଇଁ ସଂସଦରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ତେବେ ମଜାଦାର କଥା ହେଉଛି ଏହି ଆଲୋଚନା ବେଳେ ବାଚସ୍ପତି ଓମ ବିର୍ଲାଙ୍କ ଅନୁପସ୍ଥିତିରେ କାମଚଳା ବାଚସ୍ପତିର ଭୂମିକା ନିଭାଉଥିଲେ ଆଉଜଣେ ଓଡିଆ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ । ଯାହା ଏକ ସଂଯୋଗ । ଏହାକୁ ନେଇ ଅନ୍ଯ ଓଡିଆ ସାଂସଦ ମଧ୍ୟ ଗର୍ବରେ ଟେବୁଲ ବାଡେଇ ସ୍ବାଗତ କରୁଥିଲେ ।

ସୂଚନା ଥାଉକି ପୂର୍ବରୁ ଅନେକ ଥର ମଧ୍ୟ ଏପରି ସଂଯୋଗ ହୋଇଛି । ଏହା ପ୍ରଥମଥର ନୁହେଁ । କାରଣ ଲୋକସଭାରେ ବରିଷ୍ଠତା ଦୃଷ୍ଟିରୁ ଭର୍ତ୍ତୃହରି ଅନେକ ସମୟରେ ବାଚସ୍ପତିଙ୍କ ଅନୁପସ୍ଥିତିରେ ଦାୟିତ୍ବ ତୁଳାଇଥାନ୍ତି ।

ସୌଜନ୍ୟ-ଲୋକସଭା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.